Posted inଜାତୀୟ

୧୫ ପାକ୍‌ ସୈନ୍ୟ, ୮ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ,୧୩ା୪: ନିୟନ୍ତ୍ରଣ ରେଖା ଆରପଟେ ଥିବା କେରନ ସେକ୍ଟରରେ ଭାରତୀୟ ସେନା ପକ୍ଷରୁ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ୮ ଆତଙ୍କବାଦୀ ଏବଂ ୧୫ ପାକ୍‌ ସୈନ୍ୟ ନିହତ ହୋଇଥିବା ସାମରିକ ବାହିନୀ ସୂତ୍ରରୁ ଜଣାପଡ଼ିଛି। ଏହା ପାକିସ୍ତାନ ପାଇଁ ଏକ ବଡ଼ ବାର୍ତ୍ତା ବୋଲି ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି। ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନର ଠିକଣା ଜବାବ ଦେବାକୁ ଯାଇ ଭାରତୀୟ ଯବାନମାନେ କିଷନଗଙ୍ଗା ନଦୀକୂଳରେ ଥିବା ଦୁଧନିଆଲ ସହରକୁ ଟାର୍ଗେଟ କରିଥିଲେ।
ଗତ ୫ ତାରିଖରେ ସେନାର ଏକ ସ୍ବତନ୍ତ୍ର ବାହିନୀ ଉକ୍ତ ଅଞ୍ଚଳର ୫ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଜମ୍ମୁ-କଶ୍ମୀରର ହୋଇଥିବାବେଳେ ଅନ୍ୟ ୨ ଜଣ ଜୈଶ୍‌-ଇ-ମହମ୍ମଦ ସଂଗଠନରେ ତାଲିମ ନେଉଥିଲେ। ଭାରତୀୟ ସେନା ଶାର୍‌ଦା, ଦୁଧନିଆଲ, ଶାହକୋଟ ସେକ୍ଟରକୁ ଟାର୍ଗେଟ କରି ଗୁଳିମାଡ଼ କରିଥିବା ପାକିସ୍ତାନ ସ୍ବୀକାର କରିଛି। ଏହି ଗୁଳିମାଡ଼ରେ ଜଣେ ନାବାଳିକା ସମେତ ୪ ଜଣ ସାଧାରଣ ନାଗରିକ ଗୁରୁତର ଆହତ ହୋଇଥିବା ଇସ୍‌ଲାମାବାଦ କହିଛି।
ଗୋଇନ୍ଦା ରିପୋର୍ଟ ଅନୁଯାୟୀ ୧୦ ତାରିଖରେ ସେନା କାର୍ଯ୍ୟାନୁଷ୍ଠାନରେ କେରନ ସେକ୍ଟରରେ ୮ ଆତଙ୍କବାଦୀ ଓ ୧୫ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି। ଏଥିସହିତ ଦୁଧନିଆଲ ସହରର କେତେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି। କେରନ ସେକ୍ଟରରେ ଥିବା ଲଞ୍ଚ୍‌ ପ୍ୟାଡ୍‌ଗୁଡ଼ିକୁ ଭାରତୀୟ ସେନା ଟାର୍ଗେଟ କରିଥିଲା। ଏହି ଲଞ୍ଚ୍‌ପ୍ୟାଡ୍‌ଗୁଡ଼ିକରେ ପାଖାପାଖି ୧୬୦ ଆତଙ୍କବାଦୀ କଶ୍ମୀରରେ ଅନୁପ୍ରବେଶ ଲାଗି ଅପେକ୍ଷା କରି ରହିଥିବା ଜଣାପଡ଼ିଛି। ସେହିପରି ରାଜୌରୀ ଓ ଜମ୍ମୁ ସେକ୍ଟରରେ ଅନୁପ୍ରବେଶ କରିବା ଲାଗି ସୀମାରେ ୭୦ ଜୈଶ୍‌ ଆତଙ୍କବାଦୀ ସୁଯୋଗ ଅପେକ୍ଷାରେ ଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେ କୌଣସି ସରକାର ଆସନ୍ତୁ, ଭାରତ ତୃତୀୟ ଅର୍ଥବ୍ୟବସ୍ଥା ହେବା ନିଶ୍ଚିତ: ମୋଦିଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ…

ନୂଆଦିଲ୍ଲୀ,୨୭।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ନେଇ କଂଗ୍ରେସର ମହାସଚିବ ଜୟରାମ ରମେଶ ଏକ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଦେଶ ତୃତୀୟ ବୃହତ୍ତମ...

ହନୁମାନ ଚାଳିଶା ବିବାଦ: କୋର୍ଟ ହାଜର ହେବା ପୂର୍ବରୁ ନବନୀତଙ୍କୁ ଆଉ ଏକ ଝଟ୍‌କା

ମୁମ୍ବାଇ,୨୪।୪: ମୁମ୍ବାଇରେ ହନୁମାନ ଚାଳିଶା ପାଠକୁ ନେଇ ବିବାଦ ଲାଗି ରହିଛି। ଏହି ମାମଲାରେ ଏମ୍‌ପି ନବନୀତ ରାଣାଙ୍କୁ ରବିବାର ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ।...

ନୃତ୍ୟ ଗୋପାଳ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୧୩।୮: ଦେଶରେ କରୋନା ପଜିଟିଭ୍‌ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୪ ଲକ୍ଷରେ ପହଞ୍ଚିିଲାଣି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ...

କୁଳାଧିପତି ପଦରୁ ହଟିବେ କେରଳ ରାଜ୍ୟପାଳ

ଥିରୁଭାନନ୍ତପୁରମ୍‌,୧।୧୨: କେରଳ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ଙ୍କୁ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ପଦରୁ ହଟାଇବା ପାଇଁ ଅଣାଯାଇଥିବା ଚିଠା ବିଲ୍‌କୁ ବୁଧବାର କ୍ୟାବିନେଟ ଅନୁମୋଦନ କରିଛି। ଚିଠା...

ଅଳିଆ ପକାଇବାକୁ ଯାଉଥିବା ନାବାଳିକାଙ୍କୁ ଗଣବଳାତ୍କାର

ମୁଜାଫରନଗର,୨୫।୯: ବନ୍ଧୁକ ଦେଖାଇ ୧୭ ବର୍ଷୀୟା ନାବାଳିକାଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଛନ୍ତି। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ। ପୀଡ଼ିତାଙ୍କ...

୫୦ ବର୍ଷ ଧରି ଗୋଟିଏ ଆସନରୁ ଲଗାତର ନିର୍ବାଚନ ଜିତିଆସୁଥିଲେ ଓମେନ ଚାଣ୍ଡି

ଥିରୁଭାନନ୍ତପୁରମ୍‌,୧୮ା୭: ବରିଷ୍ଠ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓମେନ ଚାଣ୍ଡିଙ୍କ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ୭୮ ବର୍ଷ...

ପୋଲିସ ମୁଣ୍ଡରେ ଅଠା, ହିଂସା ପାଇଁ ଦାୟୀ କଲେ ମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ପୋଲିସ ମୁଣ୍ଡରେ ଅଠା ବୋଳିଛନ୍ତି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା। ସେ କହିଛନ୍ତି ଟିକୁନିଆ ଗାଁରେ ଘଟିଥିବା...

ଯେଉଁଠି ଚାଲେ ଭୂତଙ୍କ କୋର୍ଟ

ଦୁନିଆରେ ଅନେକ ପ୍ରକାରର କୋର୍ଟ ଦେଖିଥିବେ। ଯେଉଁଠାରେ ମଣିଷଙ୍କ ଉପରେ ମାମଲା ଚାଲେ ଏବଂ ଦଣ୍ଡବିଧାନ କରାଯାଏ। ଏଠାରେ କିନ୍ତୁ ଯେଉଁ କୋର୍ଟ ବିଷୟରେ ଆଲୋଚନା...

Advertisement
Archives

Model This Week