୧୪ ସୁଦ୍ଧା ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ବୁଗୁଡ଼ା,୧୩ା୮(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ୨୧ ପଞ୍ଚାୟତରେ କାଳିଆ ଯୋଜନାରେ ୫ ହଜାର ଟଙ୍କା ଲେଖାଏ ୧୫ ହଜାର ୩୯୪ ହିତାଧିକାରୀ ପାଇ ଉପକୃତ ହୋଇଛନ୍ତି। ସେଥିରୁ କେତେକ ଅଯୋଗ୍ୟ ହିତାଧିକାରୀ ଅର୍ଥ ନେଇଥିବା ପ୍ରଶାସନ ପାଖରେ ଅଭିଯୋଗ ହେବା ପରେ ବର୍ତ୍ତମାନ ତାର ତନାଘନା ଆରମ୍ଭ ହୋଇଛି। ବୁଗୁଡ଼ା ବ୍ଲକର ଏ.କରଡ଼ାବାଡ଼ି ପଞ୍ଚାୟତରେ ୧୫୬ ହିତାଧିକାରୀ କାଳିଆ ଯୋଜନାର ଅର୍ଥ ପାଇଥିବା ବେଳେ ଅରଖପୁର ପଞ୍ଚାୟତରେ ୬୦୭, ଅନ୍ତରପଡ଼ା ପଞ୍ଚାୟତରେ ୬୪୪, ବି.କରଡ଼ାବାଡ଼ିରେ ୬୪୦, ବାଲିପଦର ପଞ୍ଚାୟତରେ ୫୧୨, ଭଗବାନପୁର ପଞ୍ଚାୟତରେ ୬୨୪, ଭାମଶିଆଳିରେ ୫୭୭, ବିରଞ୍ଚତ୍ପୁର ପଞ୍ଚାୟତରେ ୧୧୨୩, ଗୌଡ଼ିଆବୋରଦାରେ ୬୩୫, ଗୋଳାବନ୍ଧରେ ୧୩୧୦, ଗୋଲିଆରେ ୮୫୯, କଳମ୍ବରେ ୮୧୪, କରଚୁଲିରେ ୧୧୫୮, କରସିଙ୍ଗିରେ ୬୦୬, ଖୋଳଖାଳିରେ ୧୦୦୬, ମାଣିତରା ପଞ୍ଚାୟତରେ ୧୦୯୪, ପାଙ୍ଗିଡ଼ିରେ ୭୫୭, ସଙ୍କୁରୁରେ ୨୫୪, ମୋଟାବାଡି, ୫୪୨ ଓ ତାକରଡ଼ାରେ ୫୬୭ ଓ ପୋଚାଲୁଣ୍ଡି ପଞ୍ଚାୟତରେ ୯୦୯ ହିତାଧିକାରୀ ଏପରି ମୋଟ ୧୫ ହଜାର ୩୯୪ ହିତାଧିକାରୀ ଅର୍ଥ ପାଇଛନ୍ତି। ବର୍ତ୍ତମାନ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଯାଞ୍ଚ କରିବା ପାଇଁ ପ୍ରତି ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଗୋଟିଏ କମିଟି ଗଠନ କରାଯାଇ ଘଟଣାର ତଦନ୍ତ ଚାଲିଥିବା ବେଳେ ଅଗଷ୍ଟ ୧୪ ତାରିଖ ଅର୍ଥାତ୍‌ ବୁଧବାର ସୁଦ୍ଧା ଅଯୋଗ୍ୟ ହିତାଧିକାରୀମାନେ ଅର୍ଥ ଫେରାଇବାକୁ ପଞ୍ଚାୟତ କାର୍ଯ୍ୟାଳୟରେ ନୋଟିସ ପ୍ରଦାନ କରାଯାଇଛି। ଅଯୋଗ୍ୟ ହିତାଧିକାରୀମାନେ ଅର୍ଥ ନ ଫେରାଇଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri