Posted inଜାତୀୟ

ଆଜି ନାମାଙ୍କନପତ୍ର ଦାଖଲ କରିବେ ମନମୋହନ

ଜୟପୁର, ୧୩ା୮(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ରାଜ୍ୟ ସଭା ଉପନିର୍ବାଚନ ଲାଗି ରାଜସ୍ଥାନରୁ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବେ ବୋଲି ରାଜ୍ୟ କଂଗ୍ରେସ ଉପାଧ୍ୟକ୍ଷ ସଚିନ ପାଇଲଟ କହିଛନ୍ତି। ସେ ୪ ସେଟ୍‌ ନାମାଙ୍କନପତ୍ର ଦାଖଲ କରିବେ। ଗତ ଜୁନ୍‌ରେ ଭାଜପା ଏମ୍‌ପି ମଦନ ଲାଲ୍‌ ସାଇନିଙ୍କ ଦେହାନ୍ତ ପରେ ଏହି ଆସନଟି ଖାଲିପଡ଼ିଥିଲା। ରାଜ୍ୟ ବିଧାନସଭାରେ କଂଗ୍ରେସ ସଂଖ୍ୟାଗରିଷ୍ଠ (୮୬) ଥିବାରୁ ମନମୋହନ ଏଠାରୁ ଜିତିବା ସୁନିଶ୍ଚିତ। ୩ ଦଶନ୍ଧି ଧରି ଆସାମରୁ ପ୍ରତିନିଧିତ୍ୱ କରିଥିବା ମନମୋହନଙ୍କ କାର୍ଯ୍ୟକାଳ ଏଥର ଜୁନ୍‌ ୧୪ରେ ଶେଷ ହୋଇଥିଲା। ଆସାମରେ କଂଗ୍ରେସ ସ୍ଥିତି ଦୁର୍ବଳ ଥିବାବେଳେ ମନମୋହନଙ୍କୁ କଂଗ୍ରେସ ରାଜସ୍ଥାନରୁ ରାଜ୍ୟ ସଭାକୁ ପଠାଇବା ଲାଗି ମନସ୍ଥ କରିଛି। ଅଗଷ୍ଟ ୧୪ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଗୋଟିଏ ବୟାନ ବଢାଇଲା କଂଗ୍ରେସର ଟେନସନ!

ନୂଆଦିଲ୍ଲୀ,୨୪।୪: ବର୍ତ୍ତମାନ ସମ୍ପତ୍ତି ବଣ୍ଟନ ଏବଂ ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଦେଶରେ ଅନେକ ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ...

ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ

ନୂଆଦିଲ୍ଲୀ,୨୪।୪: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ...

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

ବିମାନରେ ଛୋଟ ପିଲାଙ୍କୁ ଅଭିଭାବକଙ୍କ ପାଖରେ ବସାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪ା୪:ବିମାନରେ ୧୩ ବର୍ଷରୁ କମ୍‌ ବୟସର ପିଲାମାନେ ଯେପରି ସେମାନଙ୍କ ମାଆବାପା କିମ୍ବା ଅଭିଭାବକଙ୍କ ପାଖ ସିଟ୍‌ରେ ବସନ୍ତି, ତାହା ସୁନିଶ୍ଚିତ କରିବାକୁ ବେସାମରିକ ବିମାନ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରିବ ପ୍ରଚାର, ୮୮ ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି...

ନୁଡୁଲ୍ସ ପ୍ୟାକେଟ୍‌ରୁ ୨ କୋଟିର ହୀରା ଜବତ

ମୁମ୍ବାଇ,୨୪ା୪:ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି। ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇଥିବାବେଳେ...

ପବନକୁ ସମ୍ଭାଳି ପାରିଲାନି ବ୍ରିଜ୍‌

ହାଇଦ୍ରାବାଦ୍‌,୨୪ା୪:ତେଲଙ୍ଗାନାର ପେଦ୍ଦାପଲ୍ଲୀରେ ସୋମବାର ରାତି ୯ଟା ୪୫ରେ ଏକ ନିର୍ମାଣାଧୀନ ବ୍ରିଜ୍‌ ପବନକୁ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ଉକ୍ତ ବ୍ରିଜ୍‌ର ଏକ ଅଂଶ ଭାଙ୍ଗିଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri