୧୩ ବର୍ଷରେ ଏତେ ବଦଳିଗଲେଣି କଙ୍ଗନା

ମୁମ୍ବାଇ: ବଲିଉଡ୍‌ର କୁଇନ କହିଲେ କଙ୍ଗନା ରାଣାଓ୍ବତଙ୍କ ବୁଝାଏ। ଏପରି କହିବା ପଛର ବଡ଼ କାରଣ ହେଲା ଅଭିନୀତ ଚଳଚ୍ଚିତ୍ରଗୁଡ଼ିକରେ କଙ୍ଗନାଙ୍କ ଚରିତ୍ର। ସେ ଚରିତ୍ରଗୁଡ଼ିକୁ ଜିଉଁଥିବା ପରି ମନେହୁଏ। ଇତି ମଧ୍ୟରେ ସେ ବଲିଉଡ୍‌ ସିନେମାଜଗତରେ ୧୩ ବର୍ଷ ବିତାଇସାରିଲେଣି। ବିଗତ ବର୍ଷ ଗୁଡ଼ିକରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ‘ଗ୍ୟାଙ୍ଗଷ୍ଟର’ ଏବଂ ‘କୁଇନ୍‌’ରେ ଉତ୍କୃଷ୍ଟ ଅଭିନୟ ତାଙ୍କୁ ଅନେକ ସଫଳତା ଆଣି ଦେଇଛି। ଅନେକାଂଶରେ ବଦଳିଯାଇଛନ୍ତି ମଧ୍ୟ କଙ୍ଗନା। ଏକଦା ନିଜର କୁଞ୍ଚୁକୁଞ୍ଚିଆ କେଶ ପାଇଁ କଟୁ ମନ୍ତବ୍ୟ ଶୁଣୁଥିବା କଙ୍ଗନାଙ୍କ ରୂପରେ ବହୁତ ପରିବର୍ତ୍ତନ ଆସିଛି। ପୂର୍ବରୁ ସେ ବହୁତ ପତଳା ଥିବା ବେଳେ ଏବେ ସାମାନ୍ୟ ମୋଟା ହୋଇଥିବା ନିଜେ ପ୍ରକାଶ କରନ୍ତି। ଏପରିକି ଚଳଚ୍ଚିତ୍ରରେ ଚରିତ୍ରର ଚାହିଦାନୁଯାୟୀ ସେ ନିଜର କେଶସଜ୍ଜା ବଦଳାଇଥାନ୍ତି। ଯେପରିକି ‘ଓ୍ବାନ୍‌ସ ଅପନ୍‌ ଏ ଟାଇମ ଇନ ମୁମ୍ବାଇ’ରେ ସେ ସିଧା ଚୁଟି ରଖିଥିଲେ। ଏବେ ନିଜର ଫ୍ୟାଶନ୍‌ ସେନ୍ସ ସହ ଫିଟ୍‌ନେସ ଉପରେ ଧ୍ୟାନ ଦେଉଛନ୍ତି ସେ। ପ୍ରତିଦିନ ସେ କିଛି ସମୟ ଯୋଗ କରିବା ସହ ସମୟ ମିଳିଲେ ମେଡିଟେଶନ, ଜିମ୍‌ ଯିବାକୁ ଭୁଲନ୍ତି ନାହିଁ। ଆଗାମୀ ଦିନରେ ତାଙ୍କ ଅଭିନୀତ ‘ଜଜମେଣ୍ଟାଲ ହେ କ୍ୟା’ ରିଲିଜ ହେବାକୁ ଯାଉଛି। ଜୁଲାଇ ୨୬ରେ ଏହା ପରଦାକୁ ଆସିବ। ଏବେ କଙ୍ଗନା ଏହାର ପ୍ରମୋଶନରେ ବ୍ୟସ୍ତ। ଏଥିସହ ସେ ‘ଧାକଡ଼୍‌’ ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ଗ୍ରୀନ୍‌ କାର୍ଡ ପାଇଁ ବିଦେଶୀ ମହିଳାଙ୍କୁ ବିବାହ କରି ଛାଡ଼ିଦେଲେ ଏହି ଅଭିନେତା !

ବମ୍ବେ: ଏକତା କପୁରଙ୍କ ଧାରାବାହିକ ‘କସୌଟି ଜିନ୍ଦେଗୀ କେ’ରେ ନାୟକ ଭୂମିକାରେ ନଜର ଆସିଥିଲେ ଅଭିନେତା ସିଜେନ୍‌ ଖାନ୍‌। ଶ୍ୱେତା ତିଓ୍ବାରୀଙ୍କ ସହ ତାଙ୍କର ଯୋଡ଼ିକୁ...

୨୦୨୨ରେ ଗୋଟିଏ ଫିଲ୍ମରେ ହେବ ୩ ଷ୍ଟାର କିଡଙ୍କ ଡେବ୍ୟୁ

ମୁମ୍ବାଇ: ଗତ ବର୍ଷ ଅର୍ଥାତ୍ ୨୦୨୧ ଚଳଚ୍ଚିତ୍ର ଜଗତ ପାଇଁ ଏତେଟା ଭଲ ନ ଥିଲା । ବର୍ଷର ଶେଷ ବେଳକୁ ସିନେମା ହଲ୍ ଗୁଡିକ...

ସୁଶାନ୍ତଙ୍କ ପରେ ଆତ୍ମହତ୍ୟା କଲେ ଏହି ଟିକ୍‌ଟିକ୍‌ ଷ୍ଟାର

ମୁମ୍ବାଇ: ଦିନକୁ ଦିନ ବଲିଉଡ୍‌ କଳାକାରଙ୍କ ଆତ୍ମହତ୍ୟା ତାଲିକା ଲମ୍ବି ଚାଲିଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଜଣେ ୧୬ ବର୍ଷର ଟିକ୍‌ଟକ୍‌...

ଇରଫାନ ଖାନ ଏହି ପୁରୁଣା ଘରେ କରିଥିଲେ ଅଧିକ ପରିଶ୍ରମ

ଅଭିନେତା ଇରଫାନ ଖାନ ତାଙ୍କ ଅଭିନୟ କୁ ବାଦ୍‌ ଦେଇ ଏକ ଅଲଗା ପ୍ରଶଂସକ ସୃଷ୍ଟି କରିଥିଲେ। ଇରଫାନଙ୍କ ବଡ ପୁଅ ବାବିଲ ପ୍ରାୟତଃ ପ୍ରଶଂସକମାନଙ୍କ...

ବିଗ୍‌ବସ୍‌ର ନୂଆ ଲର୍ଭବାର୍ଡ ପାଲଟିଛନ୍ତି ଆସିମ୍‌-ହିମାଂଶୀ

ବମ୍ବେ: ଚଳିତ ଥର ଦର୍ଶକଙ୍କ ଖୁବ୍‌ ମନୋରଞ୍ଜନ କରୁଛି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌। ଝଗଡା ହେଉ ଅଥବା ରୋମାନ୍ସ ସବୁର ଡୋଜ୍‌ ଦେଖିବାକୁ ମିଳୁଛି...

ଓସ୍କାର କମିଟିର ସଦସ୍ୟ ହେଲେ ବିଦ୍ୟା-ଏକତା

ମୁମ୍ବାଇ,୨।୭: ନିକଟରେ ଅମାଜନ ପ୍ରାଇମ୍‌ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଶେରନୀ’କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ...

ଆଲିଆଙ୍କୁ ପୂରିଲା ୨୭: ଗତବର୍ଷ ରୋଜଗାର କରିଛନ୍ତି ୫୯.୨୧ କୋଟି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଚୁଲ୍‌ବୁଲୀ ଅନିନେତ୍ରୀ ଆଲିଆ ଭଟ୍ଟ ରବିିବାର ୨୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୯୩ ମାର୍ଚ୍ଚ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ।...

ଦୀପିକାଙ୍କୁ ସମ୍ମାନୀତ କରିବେ କମଳ ନାଥ ସରକାର

ଭୋପାଳ,୧୧।୧: ମଧ୍ୟପ୍ରଦେଶ ସରକାର ବଲିଉଡ୍‌ ମୁଭି ‘ଛପାକ’କୁ ଟ୍ୟାକ୍ସ ଫ୍ରି କରିବା ପରେ ଏବେ ଏହାର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମ୍ମାନୀତ କରିବେ ବୋଲି କହିଛନ୍ତି।...

Advertisement
Archives

Model This Week