୧୨୭ତମ ଏକାମ୍ର ଐତିହ୍ୟ ପଦଯାତ୍ରା : ମନ୍ଦିର ଗାଥା ଶୁଣିଲେ ଅଷ୍ଟ୍ରେଲିଆ ଛାତ୍ରୀଛାତ୍ର

ଭୁବନେଶ୍ୱର,୮।୭(ବ୍ୟୁରୋ): ପୁରୁଣା ଭୁବନେଶ୍ୱରରେ ଖ୍ରୀଷ୍ଟପୂର୍ବ ୧୦ମ ଶତାବ୍ଦୀରେ ନିର୍ମିତ ଶୈବାଳୟ ମୁକ୍ତେଶ୍ୱର ମନ୍ଦିରରୁ ୧୨୭ତମ ଏକାମ୍ର ଐତିହ୍ୟ ପଦଯାତ୍ରା ରବିବାର ଆରମ୍ଭ ହୋଇଥିଲା। ୨୭ଜଣ ପର୍ଯ୍ୟଟକଙ୍କୁ ନେଇ ବାହାରିଥିବା ପଦଯାତ୍ରାରେ ଅଷ୍ଟ୍ରେଲିଆର ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ସେମାନଙ୍କୁ ମନ୍ଦିରର କଳାକୃତି ଓ ପୌରାଣିକ ଗାଥା ଶୁଣାଯିବା ସହ ତା’ର ଇତିହାସ ଓ ପୃଷ୍ଠଭୂମି ଉପରେ ଧାରଣା ଦିଆଯାଇଥିଲା। ମନ୍ଦିର ଓ ପୁରୁଣା ଭୁବନେଶ୍ୱରର ପରମ୍ପରା ସମ୍ପର୍କରେ ଜାଣି ଅଷ୍ଟ୍ରେଲିଆର ୧୦ଜଣ ଇଞ୍ଜିନିୟରିଂ ଛାତ୍ର ଅଭିଭୂତ ହୋଇଯାଇଥିଲେ। ସେମାନେ ପୁରୁଣା ଭୁବନେଶ୍ୱର ବିଷୟରେ ଅନେକ କଥା ଜାଣିବା ସହ ଓଡ଼ିଶାର ବହୁ ପୌରାଣିକ ଗାଥାଗୁଡ଼ିକ ବିଷୟରେ ଜାଣିବାକୁ ପାଇଥିଲେ।
ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଦିବ୍ୟ ପଦଯାତ୍ରାରେ ସାମିଲ ହୋଇ କହିଥିଲେ, ମନ୍ଦିରରେ ଖୋଦେଇ ହୋଇଥିବା କେତେକ ପ୍ରତିମୂର୍ତ୍ତି ଓଡ଼ିଶୀ ଓ ଅନ୍ୟ ନୃତ୍ୟର ପ୍ରଦର୍ଶନ କରୁଛି। ସେଗୁଡ଼ିକର ଛିଡ଼ା ହେବାର ଭଙ୍ଗୀ ପାଶ୍ଚାତ୍ୟ ନୃତ୍ୟକୁ ବଞ୍ଚାଇ ରଖିଛି। ସେଗୁଡ଼ିକୁ ଦେଖିଲେ ଲାଗୁଛି ଯେ, ସତେ ସେମାନଙ୍କ ମଧ୍ୟରେ ଜୀବନ ଅଛି। ଅଷ୍ଟ୍ରେଲିଆର ପର୍ଯ୍ୟଟକ ହ୍ୟାରି କହିଥିଲେ, ଆମେ ଭାରତ ଆସିବା ପୂର୍ବରୁ ଅନେକଙ୍କୁ ପଚାରିଲୁ। ସେମାନେ ଗୋଆ, ରାଜସ୍ଥାନ, କେରଳକୁ ଭାରତର ମୁଖ୍ୟ ପର୍ଯ୍ୟଟନସ୍ଥଳ କହିଥିଲେ। କିନ୍ତୁ ଆମେ ଭୁବନେଶ୍ୱରକୁ ସେଗୁଡ଼ିକ ଅପେକ୍ଷା ଅଧିକ ସାଂସ୍କୃତିକ, ସ୍ବଚ୍ଛ ଓ ଶାନ୍ତ ବୋଲି ଜାଣିବାକୁ ପାଇଲୁ। ସେଥିପାଇଁ ଆମେ ଭୁବନେଶ୍ୱର ବୁଲିବାକୁ ସ୍ଥିର କଲୁ।
ଜିଓର୍ଜିଆ ଯିଏ କି ଜଣେ ଇଞ୍ଜିନିୟରିଂ ଛାତ୍ରୀ କହିଥିଲେ, ପଦଯାତ୍ରାରେ ବହୁତ୍‌ କିଛି ଶିଖିବାକୁ ମିଳିଲା। ସହରରେ ଥିବା ପୁରାତନ ମନ୍ଦିରଗୁଡ଼ିକୁ ବହୁତ ଯତ୍ନରେ ରଖାଯାଇଛି। ଫଳରେ ସେଥିରେ ଜୀବିତ ରହିଥିବା ପୌରାଣିକ ଗାଥା ଜାଣିବାକୁ ମିଳୁଛି।
ସେହିପରି ଶ୍ରୀମୟୀ, ଯିଏ କି ଜଣେ କଲିକତା ଏଚ୍‌ଏସ୍‌ବିସି ବ୍ୟାଙ୍କର କର୍ମଚାରୀ କହିଥିଲେ, ମୁଁ ଭୁବନେଶ୍ୱରରେ ଜନ୍ମ ନେଇଛି ଓ ବଢିଛି ମଧ୍ୟ। କିନ୍ତୁ ଏ ମନ୍ଦିରଗୁଡ଼ିକ ବିଷୟରେ ଏତେ କଥା ଜାଣି ନ ଥିଲି। କିଛିଦିନ ପୂର୍ବରୁ ଇକୋଫ୍ରେଣ୍ଡଲି ପଦଯାତ୍ରା ନେଇ ଏକ ପ୍ରବନ୍ଧ ପଢିଥିଲି। ତାହା ମୋତେ ପଦଯାତ୍ରାରେ ଯୋଗ ଦେବାକୁ ପ୍ରୋତ୍ସାହିତ କଲା। ଏହି ପଦଯାତ୍ରାରେ ବିଶ୍ୱର ଅନେକ ସ୍ଥାନରୁ ଲୋକ ଯୋଗ ଦେଉଥିବାରୁ ଜାଣି ଖୁସି ଲାଗୁଛି। ତେବେ ଏହି ଅବସରରେ ପର୍ଯ୍ୟଟକମାନେ ଅନନ୍ତ ବାସୁଦେବଙ୍କ ପ୍ରସାଦ ରନ୍ଧା ସମ୍ପର୍କରେ ପଚାରି ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri