୧୧ରୁ ରଙ୍ଗଶାଳାର ଜାତୀୟ ନାଟକ ମହୋତ୍ସବ: ନଳିନୀ ନିହାରୀ ନାୟକ ପାଇବେ ବ୍ୟୋମକେଶ ସମ୍ମାନ

ପୁରୀ ଅଫିସ, ୧୦ା୮: ଶ୍ରୀକ୍ଷେତ୍ରର ଅଗ୍ରଣୀ ନାଟ୍ୟଅନୁଷ୍ଠାନ ରଙ୍ଗଶାଳା ଆନୁକୂଲ୍ୟରେ ୧୨ତମ ଜାତୀୟ ନାଟକ ମହୋତ୍ସବ ଆସନ୍ତା ୧୧ତାରିଖରୁ ଅନୁଷ୍ଠିତ ହେବ। ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ୫ଦିନ ଧରି ଅନୁଷ୍ଠିତ ହୋଇ ୧୫ତାରିଖରେ ସମାପ୍ତ ହେବ। ଏହି ଅବସରରେ ଚଳିତ ବର୍ଷ ରାଉରକେଲାର ନ୍ୟୁ କ୍ବେଷ୍ଟ ରିପୋଟ୍‌ରି ନାଟ୍ୟ ସଂସ୍ଥାର ମୁଖ୍ୟ ତଥା ବିଶିଷ୍ଟ ନାଟ୍ୟ ପ୍ରତିଭା ବିସ୍‌ମିଲ୍ଲା ଖାନ୍‌ ସମ୍ମାନରେ ସମ୍ମାନିତ ନଳିନୀ ନିହାରୀ ନାୟକଙ୍କୁ ନାଟ୍ୟ ସଞ୍ଜୀବନୀ ବ୍ୟୋମକେଶ ସମ୍ମାନରେ ସମ୍ମାନିତ କରାଯିବ। ଏଥିରେ ଜାତୀୟସ୍ତରର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନମାନେ ଅଂଶଗ୍ରହଣ କରିବେ ବୋଲି ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରଙ୍ଗଶାଳାର ନିର୍ଦ୍ଦେଶକ ତଥା ନାଟ୍ୟକାର ବିକ୍ରମ ସାହୁ କହିଛନ୍ତି।
ପ୍ରଥମ ଦିବସରେ ଭୁବନେଶ୍ୱର ମନନ ନାଟ୍ୟ ସଂସ୍ଥା ପକ୍ଷରୁ ନାଟମଣ୍ଡପ, ୨ୟ ଦିନରେ ଜୀବନରେଖା ଅନୁଷ୍ଠାନ ପକ୍ଷରୁ ଚୁପ! କୋର୍ଟ ଚାଲିଛି, ୩ୟ ଦିନରେ କଲିକତାର କୋଲକାତା ନାଟ୍ୟସଭା ପକ୍ଷରୁ ବଙ୍ଗାଳା ନାଟକ ଜଟିଲେଶ୍ୱର, ୪ର୍ଥରେ ଭୁବନେଶ୍ୱର ଏକ୍ସପ୍ରେସନ୍‌ ଅନୁଷ୍ଠାନ ପକ୍ଷରୁ ବୋତଲ ଭୂତ ଏବଂ ଶେଷ ରଜନୀରେ ଶତାବ୍ଦୀର କଳାକାରଙ୍କ ଦ୍ୱାରା ନାଟକ ବାଞ୍ଛାର ବଗିଚା ପରିବେଷିତ ହେବ ବୋଲି ସୂଚନା ଦିଆଯାଇଛି। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଐତିହ୍ୟ ଗବେଷକ ଦେବୀ ନନ୍ଦ, ଯୁବ ସଙ୍ଗଠକ ବିଶ୍ୱରଞ୍ଜନ ମିଶ୍ର, ନାଟ୍ୟକାର ଭରତ ନାୟକ, ବଲରାଜ ତ୍ରିପାଠୀ, ରବି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ୍‌ ଷ୍ଟାର ଗ୍ରୁପ୍‌ ପକ୍ଷରୁ ଶିକ୍ଷା ବିକାଶ ଯାତ୍ରା

ଭୁବନେଶ୍ୱର,୧୧ା୧୨:ପିଲାମାନଙ୍କୁ ବିଦ୍ୟାଳୟ ଚାରିକାନ୍ଥ ଭିତରୁ ବାହାର କରି ବାହାର ଦୁନିଆ ବିଷୟରେ ଜ୍ଞାନ ପ୍ରଦାନ କରିବା ଲକ୍ଷ୍ୟରେ ପୁରୀ ଜିଲା ନିମାପଡ଼ାର ଶିଶୁ ବିକାଶ ଅନୁଷ୍ଠାନ...

ବିଜେଡି ନେତାଙ୍କୁ ଟାଙ୍ଗିଆରେ ହାଣିଦେଲେ

ବଅଁରପାଳ,୪ା୫(ଡି.ଏନ.ଏ.): ଗତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ନିଜେ ନିର୍ବାଚନ ଲଢ଼ିଥିଲେ। ସମର୍ଥତ୍ତ ଜଣେ ମହିଳାଙ୍କୁ ସମିତି ସଭ୍ୟ ପ୍ରାର୍ଥୀ କରାଇଥିଲେ। ହେଲେ ଦୁହେଁ ପରାଜିତ...

୧୬ରେ ବସ୍‌ ଚଳାଚଳ ବନ୍ଦ ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ୱର,୧୫।୮(ସୁନିତ ମିଶ୍ର):ରାଜ୍ୟ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ସୋମବାର ସଂଘ ସଭାପତି ଲୋକନାଥ ପାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ସଂଘର ମୁଖପାତ୍ର...

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ସାଢ଼େ ୪ କୋଟି ଓଡ଼ିଆଙ୍କ ହୃଦୟର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ...

ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୂର୍ତ୍ତ ବିଭାଗ ଭୁବନେଶ୍ୱର ଡିଭିଜନ୍‌-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଛି।...

ଅନ୍ତେବାସୀ ଛାତ୍ରଙ୍କ ମୃତ୍ୟୁ, ଚିକିତ୍ସା ଅଭିଯୋଗ ଆଣିଲେ ପରିବାର ଲୋକେ

ନୀଳଗିରି,୫ା୮(ଡି.ଏନ୍‌.ଏ): ହଷ୍ଟେଲରେ ରହୁଥିବା ଆଦିବାସୀ ଛାତ୍ରଙ୍କ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତମ ଚିକିତ୍ସା ଯୋଗାଇବା ବଦଳରେ ଗୁରୁତର ଛାତ୍ରଙ୍କୁ ଘରକୁ ପଠାଇ ଦେଇଥିଲେ...

ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ

ଭୁବନେଶ୍ବର, ୩୦।୪: ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତର ୨୪ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ୨୨କୋଟି...

ହସ୍ତଶିଳ୍ପ ବିକାଶ ପାଇଁ ହେବ ୧୦ ବର୍ଷିଆ ଯୋଜନା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ରାଜ୍ୟର ହସ୍ତଶିଳ୍ପ ଓ ହସ୍ତଶିଳ୍ପୀଙ୍କ ବିକାଶ ପାଇଁ ପଦକ୍ଷେପ ନେବେ ରାଜ୍ୟ ସରକାର। ଏଥିପାଇଁ ପ୍ରସ୍ତୁତ ହେବ ୧୦ ବର୍ଷିଆ ପ୍ଲାନ୍‌ ଡକ୍ୟୁମେଣ୍ଟ। ହସ୍ତଶିଳ୍ପୀଙ୍କୁ...

Advertisement
Archives

Model This Week