୧୧ରୁ ରଙ୍ଗଶାଳାର ଜାତୀୟ ନାଟକ ମହୋତ୍ସବ: ନଳିନୀ ନିହାରୀ ନାୟକ ପାଇବେ ବ୍ୟୋମକେଶ ସମ୍ମାନ

ପୁରୀ ଅଫିସ, ୧୦ା୮: ଶ୍ରୀକ୍ଷେତ୍ରର ଅଗ୍ରଣୀ ନାଟ୍ୟଅନୁଷ୍ଠାନ ରଙ୍ଗଶାଳା ଆନୁକୂଲ୍ୟରେ ୧୨ତମ ଜାତୀୟ ନାଟକ ମହୋତ୍ସବ ଆସନ୍ତା ୧୧ତାରିଖରୁ ଅନୁଷ୍ଠିତ ହେବ। ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ୫ଦିନ ଧରି ଅନୁଷ୍ଠିତ ହୋଇ ୧୫ତାରିଖରେ ସମାପ୍ତ ହେବ। ଏହି ଅବସରରେ ଚଳିତ ବର୍ଷ ରାଉରକେଲାର ନ୍ୟୁ କ୍ବେଷ୍ଟ ରିପୋଟ୍‌ରି ନାଟ୍ୟ ସଂସ୍ଥାର ମୁଖ୍ୟ ତଥା ବିଶିଷ୍ଟ ନାଟ୍ୟ ପ୍ରତିଭା ବିସ୍‌ମିଲ୍ଲା ଖାନ୍‌ ସମ୍ମାନରେ ସମ୍ମାନିତ ନଳିନୀ ନିହାରୀ ନାୟକଙ୍କୁ ନାଟ୍ୟ ସଞ୍ଜୀବନୀ ବ୍ୟୋମକେଶ ସମ୍ମାନରେ ସମ୍ମାନିତ କରାଯିବ। ଏଥିରେ ଜାତୀୟସ୍ତରର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନମାନେ ଅଂଶଗ୍ରହଣ କରିବେ ବୋଲି ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରଙ୍ଗଶାଳାର ନିର୍ଦ୍ଦେଶକ ତଥା ନାଟ୍ୟକାର ବିକ୍ରମ ସାହୁ କହିଛନ୍ତି।
ପ୍ରଥମ ଦିବସରେ ଭୁବନେଶ୍ୱର ମନନ ନାଟ୍ୟ ସଂସ୍ଥା ପକ୍ଷରୁ ନାଟମଣ୍ଡପ, ୨ୟ ଦିନରେ ଜୀବନରେଖା ଅନୁଷ୍ଠାନ ପକ୍ଷରୁ ଚୁପ! କୋର୍ଟ ଚାଲିଛି, ୩ୟ ଦିନରେ କଲିକତାର କୋଲକାତା ନାଟ୍ୟସଭା ପକ୍ଷରୁ ବଙ୍ଗାଳା ନାଟକ ଜଟିଲେଶ୍ୱର, ୪ର୍ଥରେ ଭୁବନେଶ୍ୱର ଏକ୍ସପ୍ରେସନ୍‌ ଅନୁଷ୍ଠାନ ପକ୍ଷରୁ ବୋତଲ ଭୂତ ଏବଂ ଶେଷ ରଜନୀରେ ଶତାବ୍ଦୀର କଳାକାରଙ୍କ ଦ୍ୱାରା ନାଟକ ବାଞ୍ଛାର ବଗିଚା ପରିବେଷିତ ହେବ ବୋଲି ସୂଚନା ଦିଆଯାଇଛି। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଐତିହ୍ୟ ଗବେଷକ ଦେବୀ ନନ୍ଦ, ଯୁବ ସଙ୍ଗଠକ ବିଶ୍ୱରଞ୍ଜନ ମିଶ୍ର, ନାଟ୍ୟକାର ଭରତ ନାୟକ, ବଲରାଜ ତ୍ରିପାଠୀ, ରବି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri