୧୦ ହଜାର କର୍ମଚାରୀ ଛଟେଇ କରିବ ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୬-୧୧: ଦେଶରେ ମାନ୍ଦାବସ୍ଥା ଚାଲିଥିବା ବେଳେ କଗ୍‌ନିଜାଣ୍ଟ ପରେ ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ରେ କର୍ମଚାରୀ ଛଟେଇ ନେଇ ମଙ୍ଗଳବାର ଜଣାପଡିଛି। କମ୍ପାନୀ ଏହାର ମଧ୍ୟମ ଏବଂ ବରିଷ୍ଠ ସ୍ତରର ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। କର୍ମଚାରୀଙ୍କ ବାବଦକୁ ହେଉଥିବା ଖର୍ଚ୍ଚକାଟ ଏବଂ କମ୍ପାନୀର ପୁନର୍ଗଠନ ଦିଗରେ ଏଭଳି ପଦକ୍ଷେପ ଇନ୍‌ଫୋସିସ୍‌ ଗ୍ରହଣ କରୁଥିବା ଶୁଣାଯାଉଛି। ବାଙ୍ଗାଲୋର ଭିତ୍ତିକ ଏହି କମ୍ପାନୀ ସିନିୟର ମ୍ୟାନେଜର ସ୍ତରର ଜଏଲ୍‌-୬ ବ୍ୟାଣ୍ଡ(ଜବ୍‌ ଲେଭଲ-୬) ୧୦% ବା ପ୍ରାୟ ୨,୨୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ସୂଚନା ରହିଛି। ଜବ୍‌ ଲେଭଲ୍‌ ୬,୭ ଏବଂ ୮ ବର୍ଗରେ କମ୍ପାନୀ ନିକଟରେ ମୋଟ୍‌ ୩୦,୦୯୨ କର୍ମଚାରୀ କାର୍ଯ୍ୟ କରୁଛନ୍ତି।
ଏହାବାଦ ଆସୋସିଏଟ୍‌(ଜବ୍‌ ଲେଭଲ୍‌-୩) ବର୍ଗରେ ପ୍ରାୟ ୨ରୁ ୫% ଶ୍ରମ ଶକ୍ତି କାଟ କରିବାର ଯୋଜନା ରହିଥିବା କମ୍ପାନୀ ସୂତ୍ରରୁ ଖବର ଆସିଥିବା ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଏହି ବର୍ଗରେ ମୋଟ ଛଟେଇ ହେବାକୁ ଥିବା କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୪ରୁ ୧୦ ହଜାର ଛୁଇଁପାରେ। ଇନ୍‌ଫୋସିସ୍‌ରେ ଆସୋସିଏଟ୍‌ ଏବଂ ମଧ୍ୟମ ବ୍ୟାଣ୍ଡରେ ଯଥାକ୍ରମେ ୮୬,୫୫୮ ଏବଂ ୧.୧ ଲକ୍ଷ କର୍ମଚାରୀ କାମ କରୁଥିବା ଜଣାପଡିଛି। ଏହା ବାଦ ଆସଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ, ଭାଇସ ପ୍ରେସିଡେଣ୍ଟ, ସିନିୟର ଭାଇସ ପ୍ରେସିଡେଣ୍ଟ, ଏକଜିକ୍ୟୁଟିଭ ଭାଇସ ପ୍ରେସିଡେଣ୍ଟଙ୍କ ଭଳି ବରିଷ୍ଠ ବର୍ଗରେ ୨-୫% ବା ୯୭୧ ଏକ୍‌ଜିକ୍ୟୁଟିଭ୍‌ଙ୍କୁ କାର୍ଯ୍ୟରୁ ଅନ୍ତର ହେବାକୁ କମ୍ପାନୀ କହିପାରେ। ଏହାବାଦ ତାଲିକାରେ ପ୍ରାୟ ୫୦ ଏକ୍‌ଜିକ୍ୟୁଟିଭ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏକ ଭଲ ପର୍‌ଫରମାନ୍ସ କରୁଥିବା ଅନୁଷ୍ଠାନରେ ବିଭିନ୍ନ ପ୍ରସଙ୍ଗରେ କିଛି କର୍ମଚାରୀଙ୍କ ହ୍ରାସ ଭଳି ନିଷ୍ପତ୍ତିକୁ ସାମୁହିକ ଛଟେଇ କୁହାଯାଇ ପାରିବ ନାହିଁ ବୋଲି ଇନ୍‌ଫୋସିସ୍‌ ଗଣମାଧ୍ୟମକୁ ଏହାର ପ୍ରତିକ୍ରିୟାରେ କହିଛି। ଏଭଳି ଛଟେଇ ପୂର୍ବରୁ କେବେ ହୋଇ ନ ଥିବା କମ୍ପାନୀ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି। କମ୍ପାନୀ ପୂର୍ବରୁ କିଛି କର୍ମଚାରୀଙ୍କୁ ପର୍‌ଫର୍‌ମାନ୍ସ ଭିତ୍ତିରେ ଛଟେଇ କରିଛି। ମାତ୍ର ବର୍ତ୍ତମାନର ପ୍ରସଙ୍ଗ ଭିନ୍ନ ରହିଛି। ଏବେ କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିଥିବା ଅଧିକାରୀ ଜଣକ କହିଛନ୍ତି।

କମ୍ପାନୀଙ୍କ କୌଶଳରେ ପରିବର୍ତ୍ତନ
ଏବେ ସମୟ ସହ କମ୍ପାନୀଗୁଡିକ ସେମାନଙ୍କ ପରିଚାଳନା ଶୈଳୀ ବା କୌଶଳ ବଦଳାଉଥିବା ଦେଖାଯାଉଛି। କମ୍ପାନୀ ସେମାନଙ୍କ ସ୍ଥିତିକୁ ଦେଖି ବେଲ୍‌ଟ ଟାଇଟ କରୁଥିବା ବଜାର ବିଶେଷଜ୍ଞ କହୁଛନ୍ତି। ପାରମ୍ପରିକ ସର୍ପୋଟ ସର୍ଭିସ ଲାଗି ସ୍ବଳ୍ପ ସଂଖ୍ୟକ କର୍ମଚାରୀ ରଖିବାକୁ କମ୍ପାନୀ ମନ ବଳାଉଛନ୍ତି। ଗ୍ରାହକଙ୍କ ପରିବର୍ତ୍ତିତ ଆବଶ୍ୟକତା ଆଧାରରେ ସର୍ବୋତ୍ତମ କୌଶଳ, ଅତ୍ୟାଧୁନିକ ଅଟୋମେଶନ ଭଳି ଅନ୍ୟ ଯୋଜନା ଉପରେ କମ୍ପାନୀ ଧ୍ୟାନ କେନ୍ଦ୍ରିତ କରୁଥିବା ଆମେରିକା ଭିତ୍ତିକ ଏଚ୍‌ଏଫ୍‌ଏସ୍‌ ରିସର୍ଚ୍ଚର ସିଇଓ ଫିଲ୍‌ ଫର୍ସଥ କହିଛନ୍ତି।

ଛଟେଇ ଯୋଜନା ରଖିଛନ୍ତି କ୍ୟାପଜେମିନି, କଗ୍‌ନିଜାଣ୍ଟ
ଗ୍ଲୋବାଲ ଆଇଟି କମ୍ପାନୀ କ୍ୟାପ୍‌ଜେମିନି ମଧ୍ୟ ଛଟେଇ ଯୋଜନା ରଖିଛି। କମ୍ପାନୀ ଏହାର ମୋଟ ଶ୍ରମଶକ୍ତିରୁ ୫୦୦ କର୍ମଚାରୀଙ୍କୁ ବାଦ ଦେବ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ଏହି କମ୍ପାନୀର ଭାରତରେ ୧.୮ ଲକ୍ଷ କର୍ମଚାରୀ ରହିଛନ୍ତି। ସାରା ବିଶ୍ୱର ଥିବା ମୋଟ କର୍ମଚାରୀଙ୍କର ଏହା ପ୍ରାୟ ଅଧା। ସେହିଭଳି ଅନ୍ୟ ଏକ ପ୍ରମୁଖ ଆଟି କମ୍ପାନୀ କଗ୍‌ନିଜାଣ୍ଟ ଆଗାମୀ ତ୍ରୈମାସଗୁଡିକରେ ପ୍ରାୟ ୭୦୦ କର୍ମଚାରୀଙ୍କୁ ଛଟେଈ କରିବା ନେଇ ନିକଟରେ ଏକ ଖବର ଆସିଥିଲା। କମ୍ପାନୀ ଏହାର କଣ୍ଟେଣ୍ଟ ମଡେରେଶନ ବିଜ୍‌ନେସ ବାଦ ଦେବାକୁ ଥିବା ବେଳେ ଏଥିରୁ ପ୍ରାୟ ୬,୦୦୦ କର୍ମଚାରୀ ଛଟେଇ ହେବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri