ନାନା ସମସ୍ୟାରେ ପାରାଦୀପ ମାଛଧରା ବନ୍ଦର: ୧୦ ବର୍ଷରେ ୧୭ଥର ବସିଛି ପରିଚାଳନା ସମିତି ବୈଠକ

ପାରାଦୀପ,୧୯ା୨(ସ୍ବ.ପ୍ର.): ରାଜ୍ୟର ଅନ୍ୟତମ ବୃହତ୍‌ ପାରାଦୀପ ମାଛଧରା ବନ୍ଦର ସମ୍ପ୍ରତି ବହୁବିଧ ସମସ୍ୟା ମଧ୍ୟରେ ଗତିକରୁଛି। ଏହି ମତ୍ସ୍ୟଶିଳ୍ପ ଉପରେ ନିର୍ଭରଶୀଳ ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀଙ୍କ ଭବିଷ୍ୟତ ଏବେ ଅନ୍ଧାର ବୋଲି ସେମାନେ ଆକଳନ କଲେଣି। କାରଣ ପରିବର୍ତ୍ତିତ ସମୟାନୁସାରେ ମାଛଧରା ବନ୍ଦରର ଆଧୁନିକୀକରଣ ହେଉନାହିଁ। ମାଛ ସଂରକ୍ଷଣ, ଶୀତଳଭଣ୍ଡାର ତେଲ ମୂଲ୍ୟରେ ରିହାତି, ସ୍ବତନ୍ତ୍ର ବର୍ଥ ଆଦି ବୃହତ୍ତର ସ୍ବାର୍ଥ ଏପର୍ଯ୍ୟନ୍ତ ସାଧିତ ହୋଇନାହିଁ। ମାଛଧରା ବନ୍ଦରକୁ ରାଜ୍ୟ ସରକାର ହାତକୁ ନେବା ପରେ ଗଠନ କରିଛନ୍ତି ମାଛଧରା ବନ୍ଦର ପରିଚାଳନା ସମିତି। ସମିତି ଗତ ୧୦ ବର୍ଷରେ ମାତ୍ର ୧୭ଥର ବୈଠକ କରିଛି। କିନ୍ତୁ ପରିବର୍ତ୍ତନର ଦୃଷ୍ଟାନ୍ତ ସୃଷ୍ଟି କରିନାହିଁ ବୋଲି ଅଭିଯୋଗ ହେଉଛି। ଜାନୁୟାରୀ ୧୮ରେ ଖୋଦ୍‌ ମତ୍ସ୍ୟବିଭାଗ ମନ୍ତ୍ରୀ ଅରୁଣ ସାହୁ ସେହି ସ୍ଥାନକୁ ଗସ୍ତବେଳେ ମତ୍ସ୍ୟ ସଂଘ ଓ ସମିତି ଗୁଡିକ ପକ୍ଷରୁ ଏହିସବୁ ଦାବି ଉଠିଥିଲା। କିନ୍ତୁ ସରକାରୀ ଭାବେ ମନ୍ତ୍ରୀ କୌଣସି ଦାବି ଉପରେ ଖୋଲାଖୋଲି ଘୋଷଣା କରି ନ ଥିଲେ।
ପାରାଦୀପର ଏହି ମତ୍ସ୍ୟଶିଳ୍ପ ୧୯୫୮ ମସିହାରୁ ଆରମ୍ଭ ହେଲାଣି। ପ୍ରଥମେ ଏହି କାରବାର ପାରାଦୀପ ବନ୍ଦରର ୫ନଂ ଗେଟ୍‌ ପାଖରେ ଚାଲିଥିଲା। ୧୯୯୭/୯୮ ମସିହାରେ ଏହି ମାଛଧରା ବନ୍ଦର ନେହେରୁ ବଙ୍ଗଳାକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୧ ନଭେମ୍ବର ପର୍ଯ୍ୟନ୍ତ ଏହା କେନ୍ଦ୍ର ସରକାରଙ୍କ ଅଧୀନରେ ଥିଲା। ମତ୍ସ୍ୟଶିଳ୍ପର ସମସ୍ତ ପରିଚାଳନା ପାରାଦୀପ ପୋର୍ଟଟ୍ରଷ୍ଟ କରୁଥିଲେ। ପୋର୍ଟ ଅଧୀନରେ ଥିବାବେଳେ ମାଛଧରା ବନ୍ଦରର ସମସ୍ତ ଭିତ୍ତିଭୂମି ସେ ହିଁ କରିଥିଲେ। ରାଜ୍ୟ ସରକାର ୨୦୧୧ ନେବା ପରେ ଉକ୍ତ ସଂସ୍ଥାକୁ ପରିଚାଳନା ପାଇଁ ଗଠନ କରିଥିଲେ ସମିତି। ଏଥିରେ ରାଜ୍ୟ ମତ୍ସ୍ୟ ବିଭାଗର ସଚିବଙ୍କଠାରୁ ଆରମ୍ଭ କରି ବିଭାଗର ଅନ୍ୟ ଅଧିକାରୀ, ଜିଲାପାଳ, ଅତିରିକ୍ତ ଜିଲାପାଳ, ବନ୍ଦର କର୍ତ୍ତୃପକ୍ଷ, ମାଛଧରା ଟ୍ରଲର ମାଲିକ ସଂଘର ପ୍ରତିନିଧି ଓ ପାରମ୍ପରିକ ମତ୍ସ୍ୟଜୀବିଙ୍କ ପକ୍ଷରୁ ଜଣେ ପ୍ରତିନିଧି ସମିତିରେ ଅଛନ୍ତି। ଏହି ସମିତି ପ୍ରତି ୩ ମାସରେ ଥରେ ବୈଠକ ବସିବା କଥା। ଶେଷଥର ବୈଠକ ୨୦୦୯ ଡିସେମ୍ବର ୩୧ରେ ବସିଥିଲା। ଉକ୍ତ ବୈଠକରେ ୧୧ ଏଜେଣ୍ଡା ଓ ୧୧ତମ ଏଜେଣ୍ଡାର ୧୦ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇଥିଲା। ଚିରାଚରିତ ଭାବେ ପୁରୁଣା ବକେୟା, ଆୟବ୍ୟୟ ହିସାବ, ମରାମତି ଆଦି ଉପରେ ଆଲୋଚନା ହୋଇଥିଲା। କିନ୍ତୁ ସମିତିର ଖର୍ଚ୍ଚକୁ ନେଇ ଏବେ ଟ୍ରଲରମାଲିକ ସଂଘ ଓମ୍ଫାର ସଦସ୍ୟମାନେ ଆପତ୍ତି ଉଠାଇଛନ୍ତି। ପୂର୍ବତନ ସଭାପତି ଶ୍ରୀକାନ୍ତ ପରିଡ଼ା ଅଭିଯୋଗ କରି କହିଛନ୍ତି, ସମିତିରେ ମତ୍ସ୍ୟ ବିଭାଗ ଫିସଫେଡ୍‌ କର୍ମଚାରୀଙ୍କୁ ନିୟୋଜନ କରିଛନ୍ତି। ସେମାନଙ୍କ ଦରମା ଓ ଅନ୍ୟ ଖର୍ଚ୍ଚ ବାବଦରେ ମାସକୁ ୬ ଲକ୍ଷ ୪୩ ହଜାର ୧୬୯ ଟଙ୍କା ବ୍ୟୟ ହେଉଛି। ଉକ୍ତ ଅର୍ଥ ଆଦାୟ ହୁଏ ମତ୍ସ୍ୟଜୀବୀଙ୍କଠାରୁ। ସମିତି ଏପର୍ଯ୍ୟନ୍ତ କୌଣସି ବୃହତ୍ତର ସ୍ବାର୍ଥ ସମ୍ପର୍କିତ ଭିତ୍ତିଭୂମି କରିପାରିନାହିଁ। କେବଳ ଖର୍ଚ୍ଚ କରି ଚାଲିଛନ୍ତି। ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ତା’ଠାରୁ ବହୁତ୍‌ କମ୍‌ ଖର୍ଚ୍ଚରେ ଆମେ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ମିଳିପାରନ୍ତା। ତେଣୁ ଏହା ବନ୍ଦ ହେବା ଦରକାର। ସମାନ ମତ ଅଧିକାଂଶ ଟ୍ରଲରମାଲିକଙ୍କଠାରୁ ଶୁଣିବାକୁ ମିଳୁଛି। ଏ ପ୍ରସଙ୍ଗରେ ସମିତି ସମ୍ପାଦକ ତଥା ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ ମାନସ ରଞ୍ଜନ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ନିଷ୍ପତ୍ତିକୁ ସରକାର କରିଛନ୍ତି। ଆମେ ଏ ବିଷୟରେ କିଛି ନଷ୍ପତ୍ତି ନେଇପାରିବୁ ନାହିଁ। ଅନ୍ୟ ଏକ ପ୍ରସଙ୍ଗ ହେଲା ମାଛଧରା ବନ୍ଦରକୁ ପ୍ରବେଶ ପ୍ରସ୍ଥାନ ପାଇଁ ୨୦୦୧୧ରୁ କରାଯାଇଥିବା ଶୁଳ୍କ ଉପରେ ଏବେ ଦ୍ୱିଗୁଣ ମୂଲ୍ୟ କରାଯାଇଛି। ଏହାକୁ ନେଇ ମଧ୍ୟ ବିବାଦ ମୁଣ୍ଡ ଟେକିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା; ବାଜିଲା ବାଜା, ଗ୍ରାମ ପରିକ୍ରମା କଲେ ଛାତ୍ରୀଛାତ୍ର

କେସିଙ୍ଗା,୩୦ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ଚିଚର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକଙ୍କୁ ବୁଧବାର ଅବସର କାଳୀନ ବିଦାୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?