୧୦ ଦିନରେ ଡିସ୍‌ଚାର୍ଜ ହେବେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୦।୫(ପି.ଟି.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରୋଗୀଙ୍କ ଡିସ୍‌ଚାର୍ଜ ନୀତିରେ ପରିବର୍ତ୍ତନ କରିଛନ୍ତି। ସଂଶୋଧିତ ନିୟମ ଅନୁଯାୟୀ ଗୁରୁତର ଅସୁସ୍ଥ କିମ୍ବା ଅନ୍ୟାନ୍ୟ ରୋଗ ଥିବା କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ଡିସ୍‌ଚାର୍ଜ କରିବା ପୂର୍ବରୁ ସେମାନଙ୍କର ଆର୍‌ଟି-ପିସିଆର୍‌ ପରୀକ୍ଷା ନେଗେଟିଭ୍‌ ଆସିବା ଜରୁରୀ। ସାଧାରଣ ତଥା ଲକ୍ଷଣ ନ ଥିବା କୋଭିଡ୍‌ ମାମଲାରେ ଡିସ୍‌ଚାର୍ଜ ପୂର୍ବରୁ ପରୀକ୍ଷାର ଆବଶ୍ୟକତା ନ ଥିବା ମନ୍ତ୍ରଣାଳୟ କହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚଳିଆସୁଥିବା ନିୟମ ଅନୁଯାୟୀ ଜଣେ ରୋଗୀ ୧୪ ଦିନରେ ନେଭେଟିଭ୍‌ ଏବଂ ଏହାର ୨୪ ଘଣ୍ଟା ପରେ ସମାନ ଫଳାଫଳ ଆସିଲେ ସେ ଡିସ୍‌ଚାର୍ଜ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଉଥିଲା। ଏବେ କେବଳ ଗୁରୁତର ଆକ୍ରାନ୍ତ ଏବଂ ଏଚ୍‌ଆଇଭି, ହୃଦ୍‌ରୋଗ, ଡାଇବେଟିସ୍‌ ଭଳି ଜଟିଳ ସମସ୍ୟା ଥିବା କରୋନା ରୋଗୀଙ୍କ କ୍ଷେତ୍ରରେ ଡିସ୍‌ଚାର୍ଜ ପାଇଁ ପରୀକ୍ଷା ଫଳାଫଳ ନେଗେଟିଭ୍‌ ହେବା ଜରୁରୀ। ଯାହାଙ୍କଠାରେ ଜ୍ୱର ୩ ଦିନରେ ଛାଡ଼ିଯିବ ଏବଂ ବିନା ଅକ୍ସିଜେନ ସହାୟତାରେ ପରବର୍ତ୍ତୀ ୪ ଦିନ ସାଚୁରେଶନ ୯୫ ପ୍ରତିଶତ ରହିବ, ତାଙ୍କୁ ୧୦ ଦିନ ପରେ ଛାଡ଼ିଦିଆଯାଇପାରିବ। ସେମାନଙ୍କୁ ଛାଡ଼ିବା ପୂର୍ବରୁ ଆଉ କୋଭିଡ୍‌ ପରୀକ୍ଷା କରାଇବାକୁ ପଡ଼ିବନି। ସେହିପରି ଡିସ୍‌ଚାର୍ଜ ସମୟରେ ରୋଗୀଙ୍କୁ ଘରେ ଆଉ ୭ ଦିନ ଆଇସୋଲେଶନରେ ରହିବା ପାଇଁ ପରାମର୍ଶ ଦିଆଯିବ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୦ ହଜାର ଛୁଇଁଥିବାବେଳେ ୧୯୮୧ ଜଣଙ୍କର ମୃତ୍ୟୁ ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୦ ଜଣ ସଂକ୍ରମିତ ହୋଇଥିବାବେଳେ ୯୫ ଜଣଙ୍କ ଜୀବନ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯୩ ଡାକ୍ତରଙ୍କ ଜୀବନ ନେଲାଣି କରୋନା: ୧,୨୭୯ ଜଣ ଆକ୍ରାନ୍ତ

ନୂଆଦିଲ୍ଲୀ, ୧୪।୭: ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନା ଲଢ଼େଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଡାକ୍ତରଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧,୨୭୯ ଜଣ କରୋନାରେ...

ଟାର୍ଗେଟ୍‌ କିଲିଂ, ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ୫୭୦ ଅଟକ…

ଶ୍ରୀନଗର,୧୦।୧୦: ଜମ୍ମୁ-କଶ୍ମୀରରେ ଅଳ୍ପସଂଖ୍ୟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିି। କେତେକ ପଥର...

ଓଡ଼ିଶାର ୬,୯୯୯ ଗାଁରେ ନାହିଁ ଇଣ୍ଟରନେଟ ସୁବିଧା

ନୂଆଦିଲ୍ଲୀ,୨୯।୩: ପ୍ରଯୁକ୍ତି ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ସୋମବାର ବିଜେଡି ଏମ୍‌ପି ଅମର ପଟ୍ଟନାୟକ ପାର୍ଲାମେଣ୍ଟରେ ଏହାର ପ୍ରଶଂସା କରିଛନ୍ତି। ତେବେ ଓଡ଼ିଶାର ୨୫...

ପାହାଡ଼ ଉପରୁ ମିଳିଲା ୩ ହଜାର ଟନ୍‌ ସୁନା ପଥର ସନ୍ଧାନ

ଲକ୍ଷ୍ନୌ,୨୦।୨: ଗ୍ରାମ୍‌ ନୁହେଁ ଅବା କିଲେ ନୁହେଁ ଏକ ଥରକେ ୩ ହଜାର ଟନ୍‌ ସୁନା ମିଳିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ...

ଅର୍ଣ୍ଣବଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ

ମୁମ୍ବାଇ, ୪।୧୧: ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବୁଧବାର ସକାଳେ ଜୋରଜବରଦସ୍ତ ମୁମ୍ବାଇ ପୋଲିସ ଉଠାଇ ନେଇଛି। ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ବାସଭବନରେ ପଶି ପୋଲିସ...

ମହାମାରୀ ଲଢ଼େଇରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ନଡ୍ଡା…

ନୂଆଦିଲ୍ଲୀ,୭।୧୧: ଭାରତୀୟ ଜନତା ପାର୍ଟି ଭାଜପାର ଜାତୀୟ କାର୍ଯ୍ୟକାରିଣୀ ଦିଲ୍ଲୀରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଦଳର ରାଷ୍ଟ୍ରୀୟ...

ପରାଜୟ ହଜମ କରିପାରିଲେ ନାହିଁ ପୂର୍ବତନ ସରପଞ୍ଚ : ଗାଁ ରୋଡ୍‌ ଖୋଳିଦେଲେ

କାନପୁର, ୯ା୫ : ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସମ୍ନାକୁ ଆସିଛି ଏକ କୌତୁହଳପୂର୍ଣ୍ଣ ଘଟଣା। ଜଣେ ପୂର୍ବତନ ସରପଞ୍ଚ...

ଶସ୍ତା ହେଲା ପେଟ୍ରୋଲ

ନୂଆଦିଲ୍ଲୀ,୧।୧୨: ରାଜଧାନୀ ଦିଲ୍ଲୀବାସୀଙ୍କୁ ଏକ ବଡ଼ ଆରାମ ଦେଇଛନ୍ତି କେଜ୍‌ରିଓ୍ବାଲ୍‌ ସରକାର। ଅରବିନ୍ଦ କେଜ୍ରିୱାଲଙ୍କ ସରକାର ୧ ଡିସେମ୍ବର ୨୦୨୧ ରେ ରାଜଧାନୀରେ ପେଟ୍ରୋଲ ଉପରେ...

Advertisement
Archives

Model This Week