୧୦୦ କି.ମି. ଚାଲିଲେ ୫ ଯୁବକ

ପିପିଲି,୧୮ା୪(ଡି.ଏନ.ଏ): ଚାଲିବାକୁ ବଳ ପାଉନାହିଁ। ତଥାପି କଷ୍ଟେମଷ୍ଟେ ପାଦ ପକାଇବାକୁ ପଡ଼ୁଛି। ଭୋକ ବାଟ କଢାଇ ନେଉଛି। ଢେଙ୍କାନାଳରୁ ପିପିଲି ପାଖାପାଖି ୧୦୦ କିମି ଚାଲି ଚାଲି ଘରକୁ ଫେରିଛନ୍ତି କେତେଜଣ ଦିନମଜୁରିଆ। ଶୁକ୍ରବାର ପିପିଲି ବଜାରରେ ଏମାନେ ପହଞ୍ଚିଛନ୍ତି। ଢେଙ୍କାନାଳ କପିଳାସସ୍ଥିତ ଅନ୍ନପୂର୍ଣ୍ଣା ରାଇସ ମିଲରେ କାମ କରୁଥିଲେ ପୁରୀ ଜିଲା ସୁକଳ ଓ ବ୍ରହ୍ମଗିରିର କେତେଜଣ ଯୁବକ। ସେମାନେ ହେଲେ ବାମବରଡାର ବଳରାମ ସ୍ବାଇଁ, ଚଣ୍ଡପଡ଼ାର ଚନ୍ଦ୍ର ଶେଖର ବିଶ୍ବାଳ, ଦାମୋଦରପୁରର ପ୍ରକାଶ ଜେନା, ମାନସ ଜେନା ଏବଂ ଶମ୍ଭେଶ୍ବର ଜେନା। ତେବେ କରୋନା ପାଇଁ କମ୍ପାନୀରେ କାମ ବନ୍ଦ ହୋଇଯିବା ପରେ ଦୁଃଖକଷ୍ଟରେ କିଛିଦିନ ବିତାଇଲେ। ଖାଇବା ସମସ୍ୟା ସାଙ୍ଗକୁ ପଇସାପତ୍ର ସବୁ ଶେଷ ହୋଇଗଲା। ଭୋକର ଦାଉ ଯେତେବେଳେ ବଢିଲା ସେତେବେଳେ ଘରମୁହାଁ ହୋଇଛନ୍ତି ଏହି ଯୁବକମାନେ। ଗୁରୁବାର ରାତି ୧୨ଟାରେ ଢେଙ୍କାନାଳରୁ ପାଦ କାଢିଥିଲେ। ଶୁକ୍ରବାର ଅପରାହ୍ନ ୫ଟାରେ ଏମାନେ ପିପିଲିରେ ପହଞ୍ଚିଥିଲେ। ରାତି ପାହିଲେ ନିଜ ନିଜ ଗାଁ ଅଭିମୁଖେ ବାହାରିବେ ବୋଲି ଏହି ଯୁବକମାନେ କହିଛନ୍ତି। ଖବର ପାଇ ପିପିଲିର ପିପୁଲ ଫର୍‌ ସେବା ଏବଂ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ, ବାଟମହାବୀର କ୍ଲବ ପକ୍ଷରୁ ସେମାନଙ୍କୁ ଖାଇବା ପାଇଁ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ସତ୍ତ୍ୱେ ମିଳୁନି ସହାୟତା

ଖୋର୍ଦ୍ଧା ଅଫିସ,୧୩ା୧୨: ଗରିବ ଲୋକଙ୍କ ଚିକିତ୍ସା ସୁବିଧା ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (ସିଏମ୍‌ଆର୍‌ଏଫ୍‌) ବ୍ୟବସ୍ଥା କରିଛନ୍ତି। ତେବେ ଏହି ଯୋଜନା ଖୋର୍ଦ୍ଧା...

ପ୍ରଥମ ଥର ପାଇଁ ମାସ୍କ୍‌ ପିନ୍ଧିଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୧୨।୭: ଆମେରିକାରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ଆମେରିକାରେ କରୋନା ସଂକ୍ରମଣ ଖବର ଅପେକ୍ଷା ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ...

ଛାତ୍ରୀଛାତ୍ରଙ୍କୁ ମାର୍କ କମ୍‌ ମିଳିଥିବା ନେଇ ଅଭିଭାବକ ଫୋରମର ଅଭିଯୋଗ

ବାରିପଦା ଅଫିସ,୨ା୬ : ରାଇରଙ୍ଗପୁର ମହାବିଦ୍ୟାଳୟର ଯୁକ୍ତ ତିନି ଶେଷବର୍ଷର ଚତୁର୍ଥ ସେମିଷ୍ଟାର ଇଣ୍ଟରନାଲ ପରୀକ୍ଷାରେ କମ୍‌ ମାର୍କ ମିଳିଥିବା ନେଇ ଅଭିଯୋଗ ହୋଇଛି। ଏହି...

ଦୁଇ ବାଇକ୍‌ ଧକ୍କା : ୨ ମୃତ

ଆସିକା,୨୨ା୩ (ଡି.ଏନ୍‌.ଏ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା କ୍ଷେତ୍ରୀୟବରପୁର-କୁଲାଙ୍ଗି ରାସ୍ତାର ପଳାସପଲ୍ଲୀ ନିକଟରେ ଶନିବାର ରାତି ପ୍ରାୟ ସାଢେ ୮ଟାରେ ୨ ବାଇକ ଧକ୍କା ହେବାରୁ...

ଦରମା ବଦଳରେ ବାଧ୍ୟତାମୂଳକ ଅବସର

ପାରଳାଖେମୁଣ୍ଡି,୧୨ା୧୨(ଡି.ଏନ୍‌.ଏ.): ଗଜପତି ଜିଲାର ପୂର୍ବତନ ଜିଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ସମେତ ଅନ୍ୟ ୩ ଜଣ ଭଲିବଲ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ମିଳିଛି। ନିଜ...

CORONAVIRUS UPDATE: ରାଜ୍ୟରେ ପୁଣି ୧୦୬୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୧୦୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯, ୧୭୫ରେ...

ଭୁବନେଶ୍ୱରରୁ ୧ କୋଟିରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼ ଅଞ୍ଚଳରୁ ମଙ୍ଗଳବାର ଏସ୍‌ଟିଏଫ ଟିମ୍‌ ୧ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ୨ ଆନ୍ତଃରାଜ୍ୟ ଡ୍ରଗ୍ସ...

ପ୍ରମାଣପତ୍ର ଥାଇ ମିଳୁନି ଆବାସ, ଭତ୍ତା

କୁନ୍ଦୁରା,୩୦।୧(ଡି.ଏନ୍‌.ଏ.) ଶହେ ପ୍ରତିଶତ ଭିନ୍ନକ୍ଷମ ବୋଲି ପ୍ରଶାସନ ପ୍ରମାଣପତ୍ର ଦେଇଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଗୋରୀମଣିଙ୍କୁ ମିଳୁନି ଭତ୍ତା। ତାଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଉ...

Advertisement


Archives

Model This Week