Posted inଖେଳ

ୟୁଏସ୍‌ ଓପନ୍‌ରୁ ଓହରିଲେ ଆଣ୍ଡରସନ

ନ୍ୟୁୟର୍କ, ୨୫।୮(ଏଏଫ୍‌ପି)- ୨ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ବିଶ୍ୱର ୧୭ ନମ୍ବର ଖେଳାଳି ଦକ୍ଷିଣ ଆଫ୍ରିକାର କେଭିନ୍‌ ଆଣ୍ଡରସନ ଏଥର ୟୁଏସ୍‌ ଓପନ୍‌ରୁ ଓହରିଯାଇଛନ୍ତି। ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ର ମୁଖ୍ୟ ଡ୍ର ସୋମବାରଠାରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଡାହାଣ ଆଣ୍ଠୁରେ ଦେଖା ଦେଇଥିବା ଆଘାତ ସମସ୍ୟା କାରଣରୁ ୩୩ ବର୍ଷୀୟ ଆଣ୍ଡରସନ ଶନିବାର ଓହରିଯିବା ନେଇ ଘୋଷଣା କରିଛନ୍ତି। ୟୁଏସ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟର ୨୦୧୭ ସଂସ୍କରଣରେ ଆଣ୍ଡରସନ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ସ୍ପେନର ରାଫାଲ ନାଡାଲଙ୍କଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। ପ୍ରଥମ ରାଉଣ୍ଡରେ ଆଣ୍ଡରସନ ୧୬ ବର୍ଷୀୟ ଓ୍ବାଇଲ୍ଡ କାର୍ଡ ଜାଚାରୀ ଏସ୍‌ଭାଜାଙ୍କୁ ଭେଟିଥାନ୍ତେ। ତେବେ ସେ ଓହରିଯିବା ଫଳରେ ତାଙ୍କ ସ୍ଥାନରେ ଇଟାଲୀର ପାବ୍ଲୋ ଲୋରେଞ୍ଜିଙ୍କୁ ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଖେଳିବାର ସୁଯୋଗ ମିଳିଛି ବୋଲି ୟୁଏସ୍‌ ଟେନିସ୍‌ ଆସୋସିଏଶନ ଘୋଷଣା କରିଛି। ସେ ଚଳିତ ବର୍ଷ ଏଲ୍‌ବୋ ଇଞ୍ଜୁରିର ସମ୍ମୁଖୀନ ହୋଇଥିଲେ। ଉଲ୍ଲେଖଥାଉ କି, ଆଣ୍ଡରସନ ପୂର୍ବରୁ ୨୦୧୭ ୟୁଏସ୍‌ ଓପନ ସହିତ ୨୦୧୮ ଓ୍ବିମ୍ବେଲଡ଼ନ ଫାଇନାଲରେ ପ୍ରବେଶ କରିଥିଲେ। ଓ୍ବିମ୍ବେଲଡ଼ ଫାଇନାଲ୍‌ରେ ସେ ନୋଭାକ ଜୋକୋଭିଚ୍‌ଙ୍କଠାରୁ ପରାସ୍ତ ହୋଇ ରନର୍ସଅପ୍‌ ହୋଇଥିଲେ। ସେ ମଧ୍ୟ ଅଷ୍ଟ୍ରେଲିଆନ୍‌ ଓପନରେ ୨୦୧୩, ୨୦୧୪, ୨୦୧୫ରେ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ସେହିପରି ସେ ୨୦୧୩, ୨୦୧୪, ୨୦୧୭, ୨୦୧୮ରେ ଫ୍ରେଞ୍ଚ୍‌ ଓପନ୍‌ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ବିଶ୍ୱର ୧୭ ନମ୍ବର ଖେଳାଳି ଆଣ୍ଡରସନ ଗତମାସ ଓ୍ବିମ୍ବେଲଡ଼ନ ତୃତୀୟ ରାଉଣ୍ଡରୁ ବିଦାୟ ନେବା ପରେ କୌଣସି ଟୁର୍ନାମେଣ୍ଟ ଖେଳି ନ ଥିଲେ। ଇଞ୍ଜୁରି କାରଣରୁ ସେ ଓ୍ବାଶିଂଟନ, ମଣ୍ଟ୍ରିଲ ଓ ସିନ୍‌ସିନାଟି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ ଯୁବକ, ଚାପିଦେଲା ଅଜଣା ଗାଡ଼ି

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାରଡ଼ା ନିକଟରେ ରବିବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

‘ଲୋକଙ୍କ ସେବାରେ ଆସିବ ପ୍ରଧାନମନ୍ତ୍ରୀଙ୍କ ଜନୌଷଧି କେନ୍ଦ୍ର’

ପୁରୁଷୋତ୍ତମପୁର,୨୨ା୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରୋଗୀଙ୍କୁ ସ୍ବଳ୍ପ ମୂଲ୍ୟରେ ବିଭିନ୍ନ ଔଷଧ ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ରକୁ ରବିବାର ଆସିକା ଏମ୍‌ପି ଅନିତା ଶୁଭଦର୍ଶନୀ…

ସାଇବର ଠକେଇର ପର୍ଦ୍ଦାଫାଶ, ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବୁଗୁଡ଼ା,୨୨ା୨(କାଳୀଚରଣ ଦାଶ): ସମ୍ପ୍ରତି ବିଭିନ୍ନ ମାଧ୍ୟମରେ ସଚେତନତା ସତ୍ତ୍ବେ ଲୋକେ ସାଇବର ଠକେଇର ଶିକାର ହୋଇଆସୁଥିବା ବେଳେ ଓଡ଼ିଶା ପୋଲିସର ସାଇବର କବଚ ସ୍ବତନ୍ତ୍ର ଅଭିଯାନ ପରିପ୍ରେକ୍ଷୀରେ…

ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କଲେ ମୋଦୀ, ମନ୍ କି ବାତ୍‌ରେ ଚାଷଶୈଳୀର…

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୧ ତମ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ ମନର କଥା କହିଛନ୍ତି । ଏହି ସମୟରେ ସେ ଓଡ଼ିଶାର ଯୁବ…

ରେଳଯାତ୍ରୀଙ୍କ ପାଇଁ ଖୁସିଖବର! ବୋର୍ଡିଂ ନିୟମରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୨୨।୨: ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଏକ ବଡ଼ ସୁବିଧା ଦେବାକୁ ପ୍ରସ୍ତୁତି ଚଳାଇଛି। ଏଣିକି ଯାତ୍ରୀମାନେ ନିଜର ବୋର୍ଡିଂ ପଏଣ୍ଟ (ଯେଉଁ ଷ୍ଟେଶନରୁ ଟ୍ରେନ ଚଢ଼ିବେ) ବଦଳାଇବା…

ପୁଅଙ୍କୁ ଉପହାରରେ ପାଣ୍ଡ୍ୟା ଦେଲେ ୪ କୋଟିର ଦାମୀ କାର୍‌, ପୂର୍ବ ପତ୍ନୀ ନତାଶା…

ନୂଆଦିଲ୍ଲୀ,୨୨।୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୨୦୨୪ ମସିହାରେ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା।…

Ex-Wifeଙ୍କୁ ଭୁଲି ନାହାଁନ୍ତି ହାର୍ଦ୍ଦିକ! ଏତେ ଟଙ୍କାର କାର ଉପହାର ଦେଲେ, ଜାଣିଲେ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ,୨୨।୨: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ ଏବଂ ପୁଅ ଅଗସ୍ତ୍ୟ ପାଣ୍ଡ୍ୟାଙ୍କୁ ୪ କୋଟି ମୂଲ୍ୟର ଏକ କାର ଉପହାର ଦେଇଛନ୍ତି। ଏହି…

ନିଟିବାଡି ଜଙ୍ଗଲରେ ପୋଲିସ-ମାଓବାଦୀ ମୁଁହାମୁଁହି, ଟଳିଲେ ୨…

ଫୁଲବାଣୀ, ୨୨।୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri