Posted inଖେଳ

ହ୍ୟାଟ୍ରିକ ମ୍ୟାନ୍‌

ଦୀପକ ଚହର ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ହିସାବରେ ଟି୨୦ ଫର୍ମାଟରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ମହିଳା କ୍ରିକେଟର ଏକତା ବିସ୍ତ୍‌ ଅବଶ୍ୟ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ଏଥିସହିତ ଭାରତୀୟ ବୋଲରମାନେ ସବୁ ୩ଟି ଯାକ ଫର୍ମାଟରେ ହ୍ୟାଟ୍ରିକ ନେବାରେ ସଫଳ ହୋଇଛନ୍ତି।

ପକ ଚହର ଭାରତର ନୂଆ ହ୍ୟାଟ୍ରିକ୍‌ ମ୍ୟାନ ରୂପେ ଉଭା ହୋଇଛନ୍ତି। ଉତ୍ତର ପ୍ରଦେଶର ଆଗ୍ରାରେ ଜନ୍ମିତ ମିଡିୟମ ପେସର ଚହର ଲୋୟାର ଅର୍ଡରରେ ଭଲ ବ୍ୟାଟିଂ ମଧ୍ୟ କରିପାରନ୍ତି। ଗତ ରବିବାର ନାଗପୁରରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ସେ ହ୍ୟାଟ୍ରିକ ଅର୍ଜନ କରି ଇତିହାସ ସୃଷ୍ଟି କରିଥିଲେ। ସେ ଏଥି ସହିତ ପ୍ରଥମ ଭାରତୀୟ ପୁରୁଷ କ୍ରିକେଟର ଭାବେ ଟି୨୦ ଫର୍ମାଟରେ ହ୍ୟାଟ୍ରିକ ଅର୍ଜନ କରିବାର ଗୌରବ ଅର୍ଜନ କରିଛନ୍ତି। କେବଳ ସେତିକ ନୁହେଁ ମାତ୍ର ୭ ରନ ଦେଇ ସେ ୬ ଉଇକେଟ ହାସଲ କରି ଟି୨୦ରେ ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି। ଏହି କ୍ରମରେ ସେ ଶ୍ରୀଲଙ୍କାର ଅଜନ୍ଥା ମେଣ୍ଡିସ୍‌ଙ୍କୁ ପଛରେ ପକାଇଛନ୍ତି। ଚହରଙ୍କ ଏହି ସଫଳତା ଭାରତ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ଏଥି ସହିତ ଭାରତୀୟମାନେ ୩ଟି ଫର୍ମାଟ୍‌ରେ ହ୍ୟାଟ୍ରିକ ନେବାରେ ସଫଳ ହୋଇଛନ୍ତି। ପୂର୍ବରୁ ଟେଷ୍ଟରେ ସ୍ପିନର ହରଭଜନ ସିଂ, ଇର୍ଫାନ ପଠାନ ଓ ଯଶପ୍ରିତ୍‌ ବୁମ୍‌ରା ହ୍ୟାଟ୍ରିକ ନେଇଥିଲେ। ସେହିପରି ଦିନିକିଆରେ ଚେତନ ଶର୍ମା, କପିଲ ଦେବ, କୁଲଦୀପ ଯାଦବ ଓ ମହମ୍ମଦ ସାମି ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ଏବେ ଟି୨୦ରେ ଦୀପକ ଏହି ସଫଳତା ଦୋହରାଇଛନ୍ତି। ତେବେ ଦୀପକଙ୍କ ପୂର୍ବରୁ ମହିଳା କ୍ରିକେଟର ଏକତା ବିସ୍ତ୍‌ ପ୍ରଥମ ଭାରତୀୟ ଭାବେ ଟି୨୦ ଫର୍ମାଟରେ ହ୍ୟାଟ୍ରିକ ଅର୍ଜନ କରିଥିଲେ।
ଗତ ମଙ୍ଗଳବାର ଦୀପକ ସୟଦ ମୁସ୍ତାକ ଅଲି ଟ୍ରଫିର ଏକ ମ୍ୟାଚ୍‌ରେ ରାଜସ୍ଥାନ ତରଫରୁ ପ୍ରତିନିଧିତ୍ୱ କରି ବିଦର୍ଭ ବିପକ୍ଷରେ ପାଖାପାଖି ଆଉ ଏକ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ମାତ୍ର ୩ ଦିନରେ ସେ ଦୁଇଟି ହ୍ୟାଟ୍ରିକ ଅର୍ଜନ କରିଛନ୍ତି କହିଲେ ଭୁଲ ହେବ ନାହିଁ। ସେ ୩ଟି ଲିଗାଲ ବଲ୍‌ରେ ୩ ଉଇକେଟ ହାସଲ କରିଥିଲେ। ତେବେ ଏହି ୩ଟି ବଲ୍‌ ମଧ୍ୟରେ ଗୋଟିଏ ଓ୍ବାଇଡ୍‌ ବଲ୍‌ ମଧ୍ୟ ପକାଇଥିଲେ। ଅବଶ୍ୟ ଦୀପକଙ୍କ ଏହି ଦମ୍‌ଦାର ପ୍ରଦର୍ଶନ ରାଜସ୍ଥାନକୁ ପରାଜୟରୁ ରକ୍ଷା କରିପାରି ନ ଥିଲା। ଟି୨୦ରେ ଦୀପକଙ୍କ ଆବର୍ଭାବ ଭାରତ ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି। ଆଉ ପାଖାପାଖି ବର୍ଷେ ପରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ। ଫଳରେ ଭାରତୀୟ ଦଳ ପାଇଁ ଦୀପକ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ। ଘରୋଇ କ୍ରିକେଟରେ ବେଶ୍‌ ସଫଳ ହୋଇଥିବା ଦୀପକଙ୍କର ଅନ୍ତର୍ଜାତୀୟ ଅଭିଜ୍ଞତା ସେତେ ନାହିଁ। ଏପର୍ଯ୍ୟନ୍ତ ସେ ଗୋଟିଏ ଦିନିକିଆ, ୭ଟି ଟି୨୦ ଓ ୩୪ଟି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ୍‌ ଖେଳିଛନ୍ତି। ୨୭ ବର୍ଷୀୟ ଦୀପକଙ୍କୁ ଏବେ ଫିଟ୍‌ନେସ ଓ ଫର୍ମ ବଜାୟ ରଖିବା ଉପରେ ଧ୍ୟାନ ଦେବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri