ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିପାରିବେ ପ୍ରବାସୀ ଗର୍ଭବତୀ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୬।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାକୁ ସୁରଟ, କେରଳରୁ ପ୍ରବାସୀମାନେ ଆସିବାରେ ଲାଗିଛନ୍ତି। ଏହି ପ୍ରବାସୀମାନଙ୍କ ମଧ୍ୟରେ କେତେକ ଗର୍ଭବତୀ ରହିଥିବା ଦେଖାଯାଇଛି। ଆବଶ୍ୟକ ହେଲେ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ପ୍ରବାସୀ ଗର୍ଭବତୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇପାରିବ। ଏନେଇ ଜିଲାର ସମସ୍ତ ୨୨ ବିଡିଓଙ୍କୁ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସ୍ବାସ୍ଥ୍ୟକର୍ମୀମାନେ ଏମାନଙ୍କ ସହ କ୍ୱାରାଣ୍ଟାଇନରେ ଥିବା ସମସ୍ତ ପ୍ରବାସୀଙ୍କ ଉପରେ ନଜର ରଖିବେ । ଆବଶ୍ୟକ ହେଲେ ସେମାନେ ଏ ସମ୍ପର୍କରେ ଏଏନ୍‌ଏମଙ୍କୁ ଖବର ଦେବେ। ଏଏନ୍‌ଏମ୍‌ମାନେ ମେଡିକାଲ ଟିମ୍‌କୁ ଜଣାଇବେ। ଏନେଇ ଜ଼ିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକରେ ୮୭ ଜଣଙ୍କ ନାଁରେ ମାମଲା

ଛତ୍ରପୁର,୨୬ା୩(ଡି.ଏନ୍‌.ଏ.)-କରୋନା ନେଇ ଜାରି ହୋଇଥିବା ଗାଇଡଲାଇନ ଓ ଲକ୍‌ଡାଉନ୍‌କୁ ଉଲ୍ଲଂଘନ କରି ଗଞ୍ଜାମ ପୋଲିସ ଜିଲାରେ ଗୁରୁବାର ୩୬ଟି ମାମଲା ରୁଜୁ କରାଯାଇଛି। ଏଥିରେ ୮୭...

ଖୋର୍ଦ୍ଧାରେ ଲଗାଣ ବର୍ଷା: ୨୫ ତାରିଖ ସ୍କୁଲ ଛୁଟି ଘୋଷଣା

ଖୋର୍ଦ୍ଧା ଅଫିସ,୨୪।୧୦: ଲଗାଣ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାର ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଗୁରୁବାର ଅପରାହ୍ନ ୧ଟାରୁ ସ୍କୁଲ ଛୁଟିକରି...

ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ବ୍ରହ୍ମପୁର ଅଫିସ,୧୩।୩: ଶୁକ୍ରବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ରଘୁନାଥ ମନ୍ଦିର ସାହିରେ ରହୁଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସାସମଲଙ୍କ ଘରେ...

ଦ୍ରୌପଦୀଙ୍କୁ ପାଛୋଟି ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୭(ବ୍ୟୁରୋ): ବିଧାନସଭାରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଥିଲେ। ବିଧାନସଭାର ସମ୍ମିଳନୀ କକ୍ଷକୁ ଦ୍ରୌପଦୀଙ୍କୁ...

ପାଟକୁରାରେ ଭାଜପାର ହାଇଭୋଲଟେଜ ପ୍ରଚାର: କର୍ମୀଙ୍କୁ ବିଜୟ ମନ୍ତ୍ର ଦେଲେ ସମ୍ବିତ

ଡେରାବିଶ, ୧୬।୭ (ସ୍ବ.ପ୍ର.): ପାଟକୁରା ନିର୍ବାଚନମଣ୍ଡଳୀ ଅଧୀନ ଡେରାବିଶ ବ୍ଲକର ବିଭିନ୍ନ ପଞ୍ଚାୟତରେ ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ସୋମବାର ପ୍ରଚାର କରିଛନ୍ତି ଦଳର...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୪୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୫।୯(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୪୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୫୧, ମୟୂରଭଞ୍ଜରୁ...

ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ସିଡିପିଓ

ଭବାନୀପାଟଣା,୨୫।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର ସିଡିପିଓ ପୁଷ୍ପାଞ୍ଜଳି ରଥ ସୋମବାର ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ...

ମୌସୁମୀ ନିଷ୍କ୍ରିୟ, ଚାଷୀ ହତାଶ:୧୬,୮୪୩ ହେକ୍ଟର ଜମି ପଡ଼ିଆ

ରୂପ୍‌ସା, ୧୯।୭-ଚଳିତବର୍ଷ ବର୍ଷା ନିୟମିତ ହେଉ ନ ଥିବାରୁ ଧାନ ଅମଳ ହେବାର ସମ୍ଭାବନା କ୍ଷୀଣ ହୋଇଛି। ବର୍ଷା ଅଭାବରୁ ଚାଷୀ ହାତ ବାନ୍ଧି ବସିଛି।...

Advertisement
Archives

Model This Week