ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଟେଲି ଅଭିନେତ୍ରୀ

ମୁମ୍ବାଇ,୬।୫: କରୋନା ଭାଇରସ୍‌ ପ୍ରକୋପ ସାରା ଦେଶରେ ଜାରି ରହିଛି। ଏହି ଭୟଙ୍କର ଭାଇରସ୍‌ କବଳରୁ ବର୍ତ୍ତିବା ପାଇଁ କେନ୍ଦ୍ର ସରକାର ମେ ୧୭ଯାଏଁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନକୁ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ ସତ୍ତ୍ୱେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଟେଲି ଅଭିନେତ୍ରୀ ଗୋପୀ ବୋହୁ ଫେମ୍‌ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କ ସୋସାଇଟିରେ ବୁଧବାର ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯେଉଥିପାଇଁ ଦେବୋଲିନା ଏବେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମୁମ୍ବାଇର ଗୋରେଗାଁଓ ଅଞ୍ଚଳରେ ଦେବୋଲିନା ନିଜ ମା’ ଓ ଭାଇଙ୍କ ସହ ରୁହନ୍ତି। ମା’ ଓ ଭାଇ ଆସାମ ଯାଇଥିବା ବେଳେ ଲକ୍‌ଡାଉନ ଯୋଗୁ ଆଉ ମୁମ୍ବାଇକୁ ଫେରି ପାରିନାହାନ୍ତି। ଫଳରେ ଏବେ ଘରେ ସେ ଏକୁଟିଆ ରହୁଛନ୍ତି। ବୁଧବାର ଉକ୍ତ ସୋସାଇଟିରୁ ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେଠାରେ ଏବେ ଆତଙ୍କ ଖେଳିଯାଇଛି। କାରଣ କରୋନା ଆକ୍ରାନ୍ତଙ୍କ ଘରେ ଯେଉଁ ବ୍ୟକ୍ତି କାର୍ଯ୍ୟ କରୁଥିଲେ ସେହି ବ୍ୟକ୍ତି ଦେବୋଲିନାଙ୍କ ଘରେ ମଧ୍ୟ କାମ କରୁଥିଲେ। ତେଣୁ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖିଛି। ଏଥିସହ ତାଙ୍କ ହାତରେ ହୋମ୍‌ କ୍ୱାରାଣ୍ଟାଇନ୍‌ର ଏକ ଷ୍ଟାମ୍ପ ମଧ୍ୟ ଲାଗିଥିବା ଜଣାପଡ଼ିଛି। ଯଦି ଏହି ୧୪ ଦିନ ଭିତରେ କୌଣସି ଲକ୍ଷଣ ଦେଖାଯାଏ ତେବେ କରୋନା ଯାଞ୍ଚ କରାଇବେ ବୋଲି ଦେବୋଲିନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୨୪ ରାଜନେତା, ଧର୍ମଗୁରୁଙ୍କ ହଟିଲା ସୁରକ୍ଷା

ଚଣ୍ଡିଗଡ଼,୨୮।୫: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ନେତୃତ୍ୱାଧିନ ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୪୨୪ଜଣଙ୍କୁ ପ୍ରଦାନ କରାଯାଇଥିବା ସୁରକ୍ଷାକୁ ତୁରନ୍ତ ପ୍ରଭାବରେ...

ପରାଜୟ ପାଇଁ ଇଭିଏମକୁ ଦାୟୀ କଲେ ମାୟାବତୀ

ଲକ୍ଷ୍ମୌ, ୨୪।୫: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି-ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟକୁ ଝଟକା ଲାଗିଛି। ୮୦ଟି ଲୋକସଭା ଆସନରୁ ବିଜେପି ଏକାକୀ ୬୨ଟି...

ଓସ୍କାର ଦୌଡ଼ରେ ‘ଶେରନୀ’, ‘ସର୍ଦ୍ଦାର ଉଧମ’

ମୁମ୍ବାଇ,୨୧।୧୦: ଆସନ୍ତା ବର୍ଷ ଓସ୍କାର ପାଇଁ ବଲିଉଡ୍‌ର ଦୁଇଟି ଫିଲ୍ମକୁ ଚୂଡ଼ାନ୍ତ କରାଯାଇଛି। ଶର୍ଟଲିଷ୍ଟ ହୋଇଥିବା ମୋଟ ୧୪ ଫିଲ୍ମ ତାଲିକାରେ ସ୍ଥାନ ପାଇଛି ବିଦ୍ୟା...

ନୂଆବର୍ଷର ପ୍ରଥମ ଦିନରେ ଭାରତରେ ତୃତୀୟ ଭୂକମ୍ପ

ନୂଆଦିଲ୍ଲୀ,୧ ।୧: ନୂଆବର୍ଷର ପ୍ରଥମ ଦିନରେ ଦେଶରେ ୩ଟି ଭୂକମ୍ପ ଅନୁଭୁତ ହୋଇଛି । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ତୃତୀୟ ଭୂକମ୍ପ ଲଦ୍ଦାଖରେ ଅନୁଭୁତ...

ଜାନୁୟାରୀ ୩ରୁ ଦେଶରେ ପିଲାଙ୍କୁ ଟିକା

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାତିରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ବଡ଼ ଘୋଷଣା କରିଛନ୍ତି। ଜାନୁୟାରୀ ୩ ତାରିଖରୁ ଦେଶରେ ୧୫ରୁ ୧୮ ବର୍ଷ...

ହାତକୁ ଦୁଇ ହାତ ହେବେ ଟେଲି ଦୁନିଆର ଏହି ଲୋକପ୍ରିୟ ଯୋଡ଼ି; ଧାର୍ଯ୍ୟ ହେଲା ତାରିଖ, ଭାଇରାଲ ହେଉଛି…

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବିଗ୍‌ବସ୍‌ ଫେମ୍‌ ଗାୟକ ରାହୁଲ ବୈଦ୍ୟ। ଟେଲିଭିଜନ ଅଭିନେତ୍ରୀ ଦିଶା ପରମାରଙ୍କ ହାତ ଧରିବେ ସେ। ଏବେ...

ପ୍ରୟାଗରାଜ ହିଂସା ମାମଲାରେ ଜେଲ ଗଲେ ୬୪ ଅଭିଯୁକ୍ତ, ମୁଖ୍ୟ ଅଭିଯୁକ୍ତଙ୍କ ଘର ଉପରେ ଚାଲିପାରେ ବୁଲଡୋଜର

ନୂଆଦିଲ୍ଲୀ,୧୨ ।୬: ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣି ଦେବା ମାମଲାରେ ଶୁକ୍ରବାରର ନମାଜ ପରେ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ହିଂସା ବ୍ୟାପିଛି ।...

କାନପୁରରେ ୧୪୪ ଧାରା ଜାରି, ସମ୍ବେଦନଶୀଳ ଜିଲାରେ ଡ୍ରୋନ ରଖିବ ନଜର

କାନପୁର,୧୦ ।୬: କାନପୁରରେ ହୋଇଥିବା ହିଂସା ପରେ ଏବେ ପ୍ରଥମ କରି ଶୁକ୍ରବାର ନମାଜ ହେବାକୁ ଯାଉଛି । ଏହାକୁ ନେଇ ପ୍ରଶାସନ ହାଇ ଆଲର୍ଟରେ...

Advertisement
Archives

Model This Week