ହୋମ୍‌ କ୍ବାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ: ୩ ବିଦେଶ ଫେରନ୍ତାଙ୍କ ନାଁରେ ମାମଲା

କଟକ ଅଫିସ/ଭୁବନେଶ୍ୱର,୨୩।୩(ବ୍ୟୁରୋ): ହୋମ୍‌ କ୍ବାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରି ବଜାରରେ ବୁଲୁଥିଲେ ଜଣେ ବିଦେଶ ଫେରନ୍ତା। ଏ ନେଇ ପୁରୀଘାଟ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଏକ ମାମଲା(ନଂ.୬୫/୨୦) ରୁଜୁ କରିଛି। ପୋଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି ଜଣକ କିଛିଦିନ ପୂର୍ବେ ଆମେରିକାରୁ ଫେରିଥିଲେ। ରାଜ୍ୟ ସରକାରଙ୍କ ୱେବ୍‌ସାଇଟ୍‌ରେ ନିଜ ନାମ ପଞ୍ଜୀକରଣ କରିବା ପରେ ତାଙ୍କୁ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ସମ୍ପୃକ୍ତ ବ୍ୟକ୍ତି ବଜାରରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଏ ବିଷୟରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିଥିଲା। ପ୍ରାଥମିକ ତଦନ୍ତ ପରେ ତାଙ୍କୁ ବାରବାଟିସ୍ଥିତ ଆଇସୋଲେସନ୍‌ କେନ୍ଦ୍ରକୁ ପଠାଇ ଦିଆଯାଇଛି।
ସେହିପରି ବିଦେଶ ଫେରନ୍ତା ୨ନାଗରିକଙ୍କ ବେପରୁଆ ମନୋଭାବ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରରେ ରହୁଥିବା ଦୁଇଜଣ ବ୍ୟକ୍ତି ନିଜ ଘରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ହେଲେ ସେମାନେ ବାହାରେ ବୁଲୁଥିବା ଦେଖିବାକୁ ମିଳିବା ପରେ ବିଏମ୍‌ସିରେ ଅଭିଯୋଗ ହୋଇଥିଲା। ଅଭିଯୋଗ ହସ୍ତଗତ ହେବା ପରେ ଜୋନାଲ ସ୍କ୍ବାର୍ଡ ସେମାନଙ୍କୁ ଆମ୍ବୁଲାନ୍ସରେ ଘରୁ ଉଠାଇ ଆଣିଥିଲେ। କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ସେମାନଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ବିଏମ୍‌ସି ପକ୍ଷରୁ ଏତଲା ଦିଆଯାଇଛି। ଏ ନେଇ ଥାନାରେ ମାମଲା(ନଂ.୧୪୨/୨୦) ରୁଜୁ ହୋଇଛି।
ପୋଲିସ କମିଶନର୍‌ ସୁଧାଂଶୁ ଷଡ଼ଙ୍ଗୀ ଏହି ଘଟଣାକୁ ନେଇ ନିଜ ଟୁଇଟ୍‌ରେ ଲେଖିଛନ୍ତି, ଯେଉଁମାନଙ୍କୁ ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି, ଯଦି ସେମାନେ ଏହାକୁ ଉଲ୍ଲଂଘନ କରନ୍ତି, ସେମାନଙ୍କ ବିରୋଧରେ ସମାନ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି’

ଭୁବନେଶ୍ୱର,୧୮।୦୧(ବ୍ୟୁରୋ) : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଛି। ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖଛନ୍ତି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା...

ଜାତୀୟ ଗଣମାଧ୍ୟମ ଦିଲ୍ଲୀ କୈନ୍ଦ୍ରିକ

ଭୁବନେଶ୍ୱର,୨୫।୮(ବ୍ୟୁରୋ)- ୨୦୧୪ ମସିହାରେ ଆଫଗାନ୍‌ରେ ରାଷ୍ଟ୍ରପତି ନିର୍ବାଚନ ବେଳେ ଖବର ସଂଗ୍ରହ କରି ଚର୍ଚ୍ଚାକୁ ଆସିଥିଲେ ମହିଳା ଖବରଦାତା ଆର୍ଫା ଖାନମ୍‌ ଶେର୍‌ୱାନି। ସେହି ସମୟରେ...

ଭିକୁଙ୍କ ସ୍ତ୍ରୀଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୨୦ା୮(ବ୍ୟୁରୋ) : ଗଞ୍ଜାମ ଜିଲା ଭଞ୍ଜନଗରରେ ଅଫିସ ଖୋଲି ଚାକିରି ଦେବା ଆଳରେ ବହୁ ଆଶାୟୀଙ୍କଠାରୁ ୧.୯୧ କୋଟି ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ...

ଓଡ଼ିଶା ସୁପାରିସ: ଝିଅପୁଅଙ୍କ ବିବାହ ବୟସ ୧୮ ବର୍ଷ ରହୁ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଝିଅଙ୍କ ଆଇନଗତ ବିବାହ ବୟସକୁ କେନ୍ଦ୍ର ସରକାର ୧୮ରୁ ୨୧ବର୍ଷକୁ ବୃଦ୍ଧି କରିବା ନେଇ ପ୍ରୋହିବିଶନ ଅଫ୍‌ ଚାଇଲ୍ଡ ମ୍ୟାରେଜ୍‌ ବିଲ୍‌-୨୦୨୧ ଲୋକ ସଭାରେ...

କୌଣସି ବ୍ୟକ୍ତି କରୋନା ଲକ୍ଷଣ ଲୁଚାନ୍ତୁ ନାହିଁ, ଶୀଘ୍ର କରନ୍ତୁ ଟେଷ୍ଟିଂ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଗୁରୁବାର ୪ଟି ଅପିଲ କରିଛନ୍ତି। ପ୍ରଥମଟି ହେଲା ଯଦି କୌଣସି ବ୍ୟକ୍ତିଙ୍କଠାରେ କରୋନା...

ଭିଡିଓ କନଫରେନସିଂ ଜରିଆରେ କରୋନା ୱାରିୟର୍ସଙ୍କୁ ସମ୍ବୋଧିତ କଲେ ମୋଦି

ବାରାଣସୀ,୨୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀର କରୋନା ଯୋଦ୍ଧାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଥିଲେ ୨୦୨୧ର ଆରମ୍ଭ ଶୁଭ ରହିଛି ।...

ସରପଞ୍ଚଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି,୮।୩(ଡି.ଏନ୍‌.ଏ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲା କେରଳପାଲ ଥାନା ଅଧୀନ ପୋଗାବେଜୀ ସରପଞ୍ଚ ପୁଣେ ସନ୍ନାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମାଓବାଦୀମାନେ...

ଦେଶରେ ୨୪ ଘଣ୍ଟାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨।୫: ଦେଶରେ କରୋନା ଭାଇରସର ସଂକ୍ରମଣ ଏବେ କମ୍‌ ହେବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଯାହା ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ଗତ ୨୪...

Advertisement
Archives

Model This Week