Posted inଜାତୀୟ

ହିଲ୍‌ ଷ୍ଟେଶନ୍‌ ଓଲିରେ ରାଜକୀୟ ବିବାହ: ଅତିଥିଙ୍କୁ ନେବା ଆଣିବାରେ ନିୟୋଜିତ ହେବ ୨ଶହ ହେଲିକପ୍ଟର

ଡେରାଡୁନ୍‌, ୧୦।୬: ଉତ୍ତରାଖଣ୍ଡ ହିଲ୍‌ ଷ୍ଟେଶନ୍‌ ଓଲିରେ ଗୁପ୍ତା ବଦର୍ସଙ୍କ ପୁଅ ବିବାହ ମହାଆଡମ୍ବରରେ ଆୟୋଜିତ ହେଉଛି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ ୨ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଅତିଥିଙ୍କୁ ଦିଲ୍ଲୀରୁ ନେବା ଆଣିବାରେ ୨ ଶହ ହେଲିକପ୍ଟର ନିୟୋଜିତ ହେବ ବୋଲି କୁହାଯାଉଛି। ଓଲିରେ ଥିବା ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଏହି ରାଜକୀୟ ବିବାହ ପାଇଁ ବୁକ୍‌ କରାଯାଇଛି। ସାଜସଜ୍ଜା ପାଇଁ ୫ କୋଟିର ଫୁଲ ସୁଇଜରଲାଣ୍ଡ୍‌ ଅଣାଯିବାର ଯୋଜନା ରହିଛି। ବିବାହ ପାଇଁ ଶହେ ଜଣ ପଣ୍ଡିତଙ୍କୁ ବୁକ୍‌ କରାଯାଇଛି। ଅତିଥିଙ୍କୁ ନିମନ୍ତ୍ରଣ ଲାଗି କରାଯାଇଥିବା କାର୍ଡରେ ସାଢ଼େ ୪ କିଗ୍ରା ରୂପା ବ୍ୟବହୃତ ହୋଇଛି। ଅତିଥିଙ୍କ ପାଇଁ ୪ ଶହ ପ୍ରକାର ଖାଦ୍ୟର ଆୟୋଜନ କରାଯାଇଥିବା କୁହାଯାଉଛି। ୩ ଭାଇ ଅଜୟ ଗୁପ୍ତା, ଅତୁଲ ଗୁପ୍ତା ଏବଂ ରାଜେଶ ଗୁପ୍ତାଙ୍କ ଦ୍ୱାରା ଗୁପ୍ତା ବଦର୍ସ କମ୍ପାନୀ ଗଠିତ ହୋଇଛି। ଦକ୍ଷିଣ ଆଫ୍ରିକାରେ ୩ ଭାଇଙ୍କର ବିଶାଳ ବ୍ୟବସାୟ ସାମ୍ରାଜ୍ୟ ରହିଛି। ଅଜୟ ଗୁପ୍ତାଙ୍କ ପୁଅ ସୂର୍ଯ୍ୟକାନ୍ତଙ୍କ ବିବାହ ଜୁନ୍‌ ୧୮-୨୦ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଅତୁଲ ଗୁପ୍ତାଙ୍କ ପୁଅ ଶଶାଙ୍କଙ୍କ ବିବାହ ଜୁନ୍‌ ୨୦-୨୨ ମଧ୍ୟରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri