ହିଲଭିୟୁ ପାର୍କରେ ଚାଲିଲା ଟୟଟ୍ରେନ

ଦାରିଙ୍ଗବାଡ଼ି,୨୦ା୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଠାରେ ରହିଥିବା ପର୍ଯ୍ୟଟନକେନ୍ଦ୍ର ହିଲଭିୟୁ ପାର୍କ ପରିସରରେ ଶନିବାର ଶିଶୁ ପର୍ଯ୍ୟଟକଙ୍କ ପାଇଁ ଟୟଟ୍ରେନ ଆରମ୍ଭ ହୋଇଛି। ଦୀର୍ଘଦିନ ହେଲା ଉକ୍ତ ଟୟଟ୍ରେନର କାର୍ଯ୍ୟ ଚାଲିଥିବାବେଳେ କିଛିଦିନ ହେଲା ଠିକା ସଂସ୍ଥା ପକ୍ଷରୁ ଅବହେଳା କରାଯିବା ପ୍ରସଙ୍ଗ ବାରମ୍ବାର ବୈଠକରେ ଆଲୋଚନା ହେଉଥିଲା। ପ୍ରଶାସନିକ ସ୍ତରରେ ଅବହେଳାକୁ ନେଇ ଏକାଧିକ ଥର ଧରିତ୍ରୀରେ ଖବର ପ୍ରକାଶିତ ହେବାପରେ ସ୍ଥାନୀୟ ପ୍ରଶାସନ ଏହାକୁ ଗୁରୁତର ଭାବେ ନେଇ ଆରମ୍ଭ କରିଛି ା ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ବୁଲିବାକୁ ଆସୁଥିବା ବେଳେ ସେପ୍ଟେମ୍ବର ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍ଷାଧିକ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିଥାନ୍ତି। ହେଲେ ଶିଶୁ ପର୍ଯ୍ୟଟକଙ୍କ ପାଇଁ ସେମିତି କିଛି ଆଖିଦୃଶିଆ ସୁବିଧା ନଥିବାବେଳେ ସେମାନଙ୍କୁ ଆକୃଷ୍ଟ କଲାଭଳି କୌଣସି ବ୍ୟବସ୍ଥା ନଥିଲା। ଏବେ ଶିଶୁ ପର୍ଯ୍ୟଟକଙ୍କୁ ଟୟ ଟ୍ରେନ୍‌ ଆକୃଷ୍ଟ କରିପାରିବ ବୋଲି ପାର୍କର ରକ୍ଷଣାବେକ୍ଷଣ କରୁଥିବା ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ କହିଛନ୍ତି। ରବିବାରଠାରୁ ଶିଶୁ ପର୍ଯ୍ୟଟକଙ୍କୁ ଏହା ସମର୍ପିତ କରାଯିବାକୁ ଲକ୍ଷ ରଖାଯାଇଛି। ସୂଚନାଯୋଗ୍ୟଯେ ଉକ୍ତ ଟୟଟ୍ରେନ ପାଇଁ ପ୍ରାୟ ୬ଲକ୍ଷ ଟଙ୍କା ଅନୁଦାନ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେନ୍ତୁଳିଆ ଗ୍ରାମ ନିକଟ ଜଙ୍ଗଲରୁ ଛେଳି ଉଭାନ: ପୁଣି ବାଘ ଆତଙ୍କ, ଲାଗିବ ଟ୍ରାପ କ୍ୟାମେରା

ଭଞ୍ଜନଗର/ଜଗନ୍ନାଥପ୍ରାଦ,୪।୧୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଅଞ୍ଚଳରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ତେନ୍ତୁଳିଆ ଗ୍ରାମ ନିକଟସ୍ଥ ଲଣ୍ଡେଇହିଲ୍‌କୁ ବିଭିନ୍ନ ସମୟରେ ଚରିବାକୁ ଯାଉଥିବା...

ଶ୍ରୀଲିଙ୍ଗରାଜ ମନ୍ଦିର ଅଁଳାବେଢ଼ାରେ ମହୁଫେଣା ବିପଦ

ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍‌.ଏ.):  ମହାଶିବରାତ୍ରିରେ ସମର୍ଥା ସେବାୟତ ପରମ୍ପରା ଅନୁଯାୟୀ ମନ୍ଦିର ଚୁଡ଼ାକୁ ମହାଦୀପ ଉଠାଇଥାନ୍ତି। ପ୍ରତିବର୍ଷଭଳି ଚଳିତବର୍ଷ ମଧ୍ୟ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଥିବାବେଳେ ମନ୍ଦିର...

ପୋଲିସ ପକ୍ଷରୁ ମାସ୍କ ବଣ୍ଟନ

ପୁରୁଷୋତ୍ତମପୁର,୨୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପକ୍ଷରୁ ଆଇଆଇସି ଜଗନ୍ନାଥ ମଲ୍ଲିକଙ୍କ ତତ୍ତ୍ବାବଧାନରେ ପୋଲିସ କର୍ମଚାରୀମାନେ ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ବଣ୍ଟନ କରିଛନ୍ତି।...

ବିଦ୍ୟୁତ୍‌ ଆଘାତରେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା:ଠିକାଦାରଙ୍କ ଘର ସମ୍ମୁଖରେ ଧାରଣା, କ୍ଷତିପୂରଣ ଦାବି

କୋରେଇ,୧୨ା୬(ସ୍ବ.ପ୍ର.) – କୋରେଇ ଥାନା ଅନ୍ତର୍ଗତ ରଣପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମରେ ଖୁଣ୍ଟରେ ଚଢି କାମ କରୁଥିବାବେଳେ ସୋମବାର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।...

ବାତ୍ୟା: ୧୮ରୁ ଉପକୂଳରେ ବର୍ଷା, ପବନ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହା ଆହୁରି ଘନୀଭୂତ ହୋଇ ୧୬...

ଜନ୍ମାଷ୍ଟମୀ ଲାଗି ଜଲେଶପଟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ ଅଫିସ/ଚକାପାଦ/ତୁମୁଡିବନ୍ଧ,୨୯ା୮: କନ୍ଧମାଳ ଜିଲା ଚକାପାଦ ଏବଂ ତୁମୁଡିବନ୍ଧସ୍ଥିତ ଜଲେଶପଟା ଆଶ୍ରମରେ ସୋମବାର ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୩ତମ ଶ୍ରାଦ୍ଧଦିବସ ପାଳନ କରାଯିବ।...

୧୨୦୦ ସ୍ଥାନରେ ଜଳୁଛି ଜଙ୍ଗଲ

ଭୁବନେଶ୍ୱର, ୧୪।୩(ବ୍ୟୁରୋ):ଖରାଦିନ ଆସିଯାଇଥିବାରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି। ସୋମବାର ସୁଦ୍ଧା ୧୨୦୦ ପଏଣ୍ଟରେ ନିଆଁ ଲାଗିଥିବାବେଳେ ଏହା ୧୫୦୦କୁ ବୃଦ୍ଧି ପାଇପାରେ। ତେବେ...

ଏପ୍ରିଲ ୨୬ରୁ ସିବିଏସ୍‌ଇ ଟର୍ମ-୨ ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୧।୩(ବ୍ୟୁରୋ): ପରୀକ୍ଷା ପାଇଁ ତାରିଖ ଘୋଷଣା କଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ । ଏପ୍ରିଲ ୨୬ରୁ ଉଭୟ ଦଶମ ଏବଂ ଦ୍ୱାଦଶ ଟର୍ମ-୨ ପରୀକ୍ଷା...

Advertisement
Archives

Model This Week