ହିମେଶଙ୍କ ପରେ ଏବେ ସଲମାନ୍‌: ରାନୁଙ୍କୁ ଘର, ‘ଦବଙ୍ଗ-୩’ରେ ଗୀତ ଗାଇବାକୁ ଦେଲେ ସୁଯୋଗ !

ପଶ୍ଚିମବଙ୍ଗ ରେଳ ଷ୍ଟେଶନରେ ଲତା ମଙ୍ଗେସକରଙ୍କ ‘ଏକ ପ୍ୟାର୍‌ କା ନଗ୍‌ମା ହୈ…’ ଗୀତ ଗାଇ ରାତାରାତି ଚର୍ଚ୍ଚାକୁ ଆସିଥିଲେ ରାନୁ ମଣ୍ଡଳ। ରାନୁଙ୍କ ଏହି ଗୀତକୁ ଅତିନ୍ଦ୍ର ଚକ୍ରବର୍ତ୍ତୀ ରେକଡିଂକରି ନିଜ ସୋସିଆଲ ମିଡ଼ିଆ ପେଜ୍‌ରେ ଶେୟାର କରିବା ପରେ ଏହି ଭିଡିଓ ଭାଇରାଲ ହୋଇଯାଇଥିଲା। ଏହାକୁ ଦେଖିବା ପରେ ସଂଗୀତକାର ହିମେଶ ରେଶମିୟା ତାଙ୍କୁ ନିଜ ଗୀତରେ ଗାଇବାର ସୁଯୋଗ ଦେଇଥିଲେ। ଏବେ ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ମଧ୍ୟ ରାନୁଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଯାହା ଶୁଣିବାକୁ ମିଳୁଛି ସଲମାନ୍‌ ତାଙ୍କୁ ଏକ ଘର ଉପହାର ରୂପେ ଦେଉଛନ୍ତି। ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କା । ଖାଲି ସେତିକି ନୁହେଁ ସଲମାନ୍‌ ତାଙ୍କର ଆଗାମୀ ସିନେମା ‘ଦବଙ୍ଗ-୩’ରେ ମଧ୍ୟ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଖବର ଶୁଣିବାକୁ ମିଳୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସତ୍ୟତା ଜଣାପଡ଼ି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ ବସ୍‌-୧୩: ଷ୍ଟେଶନ ମାଷ୍ଟର ସାଜି ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇଲେ ସଲମାନ୍‌

ଛୋଟ ପରଦାର ଚର୍ଚ୍ଚିତ ଟିଭି ଶୋ’ ‘ବିଗ୍‌ ବସ୍‌-୧୩’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଇତିମଧ୍ୟରେ ଶୋ’ର ପ୍ରଥମ ପ୍ରମୋ ସମ୍ମୁଖକୁ ଆସିଯାଇଛି। କଲର୍ସ ଚ୍ୟାନେଲ...

ମା’ଙ୍କୁ ଡରି ପୁଅ ରବିର ମୁହଁ କାହାକୁ ଦେଖାଉନାହାନ୍ତି ଏକତା

ବମ୍ବେ: ସରୋଗେସୀରେ ପୁଅ ହେବାର ଦଶ ମାସ ବିତିଲାଣି। ହେଲେ ତା’ର ମୁହଁ ଦେଖାଉନାହାନ୍ତି ଲୋକପ୍ରିୟ ଟେଲିଭିଜନ ନିର୍ଦ୍ଦେଶିକା ଏକତା କପୁର। ସେ ନିଜ ସୋସିଆଲ...

ଅନୁଷ୍କାଙ୍କୁ କ୍ଷମା ମାଗିଲେ ଫାରୁକ୍‌ ଇଞ୍ଜିନିୟର

ନୂଆଦିଲ୍ଲୀ,୧।୧୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ କ୍ଷମା ମାଗିଛନ୍ତି ଫାରୁକ୍‌ ଇଞ୍ଜିନିୟର। ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପରେ ଭାରତୀୟ...

ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ,୨୬।୩: ପୂର୍ବତନ ଏମ୍‌ପି ତଥା ଭେଟେରାନ ମାଲାୟାଲମ ଅଭିନେତା ଇନୋସେଣ୍ଟ ଭାରିଡ ଥାକେଥାଲାଙ୍କ ଦେହାନ୍ତ ହୋଇଛି। କେରଳର କୋଚିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷନିଶ୍ୱାସ...

ଗୀତକୁ ନେଇ ବିବାଦରେ ସନ୍ନି ଲିଓନି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ପୁଣି ଚର୍ଚ୍ଚାରେ। ଏବେ ସେ ଆଉ ତାଙ୍କ ନୂଆ ରିଲିଜ୍‌ ଗୀତକୁ ନେଇ ବିବାଦ ଘେରକୁ ଆସିଛନ୍ତି। ସୋସିଆଲ...

ବଡ଼ପରଦାକୁ ଫେରିବେ ଶାହାରୁଖ

ବଲିଉହଡ୍‌ର କିଙ୍ଗଖାନ୍‌ ଶାହାରୁଖ ପାଇଁ ଅକ୍ଟୋବର ମାସ ଅବିସ୍ମରଣୀୟ ମାସ ହୋଇ ରହିଯିବ। ପୁଅ ଆର୍ୟନ ଖାନଙ୍କ ଗିରଫ ପରେ ସେ ତାଙ୍କ କାର୍ଯ୍ୟକୁ ଅନିର୍ଦ୍ଧିଷ୍ଟ...

କାହା ସହିତ କଥା ହେଉ ନ ଥିଲେବି ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅଜୟ

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ଉଭୟ ଗୁଣ୍ଡାରାଜ ଶୁଟିଂ ଶେଟରେ ଉଭୟଙ୍କର ସାକ୍ଷାତ ହୋଇଥିଲା।...

କରୋନା ଜାଲରେ ଆଉ ଜଣେ ଅଭିନେତା

ବମ୍ବେ: ପୁଣି ଲେଉଟିଛି କରୋନା। ବଲିଉଡ୍‌ର ଗୋଟିଏ ପରେ ଗୋଟିଏ ଅଭିନେତା ଏଥିରେ ଆକ୍ରାନ୍ତ ହେଉଛନ୍ତି। କାର୍ତ୍ତିକ ଆର୍ଯ୍ୟନ ଏବଂ ଅକ୍ଷୟ କୁମାରଙ୍କ ପରେ ଆଦିତ୍ୟ...

Advertisement
Archives

Model This Week