ହିତାଧିକାରୀଙ୍କ ଘର ଆଗରେ ଅଧିକାରୀ

ଭଦ୍ରକ ଅଫିସ,୧୪।୩- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳର ଲୋକଙ୍କୁ ଗୃହ ଯୋଗାଇ ଦିଆଯାଉଛି। ସମସ୍ତେ ଯେପରି ପକ୍କାଘର ପାଇପାରିବେ ସେ ନେଇ ପ୍ରୟାସ ଜାରି ରହିଛି। କିନ୍ତୁ ଭଦ୍ରକ ଜିଲାରେ ଅଧିକାଂଶ ହିତାଧିକାରୀ କାର୍ଯ୍ୟାଦେଶ ପାଇ ମଧ୍ୟ ଘର କରିନାହାନ୍ତି, ଯାହାର ପରିଣାମସ୍ବରୂପ ଜିଲା ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛି। ଏଥିପାଇଁ ଜିଲାସ୍ତରୀୟ ଅଧିକାରୀମାନେ ଗଁାକୁ ଯାଇ ଘର ଘର ବୁଲି ହିତାଧିକାରୀମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି।
୨୦୧୯-୨୦ ଆର୍ଥିକ ବର୍ଷରେ ଏହି ଯୋଜନାରେ ଭଦ୍ରକ ଜିଲା ରାଜ୍ୟରେ ୨୫ ନମ୍ବରରେ ରହିଛି। ଅର୍ଥାତ୍‌ ସ୍ଥିତି ନୈରାଶ୍ୟଜନକ। ଏ ସମ୍ପର୍କରେ ଦୈନିକ ରାଜ୍ୟସ୍ତରରୁ ସମୀକ୍ଷା ପରେ ସମୀକ୍ଷା କରାଯାଉଛି, କିନ୍ତୁ ଫଳ ଆଶାତୀତ ମିଳିପାରୁନାହିଁ। ଜିଲାସ୍ତରୀୟ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କୁ ଭେଟିବା ପାଇଁ ଏବେ ସପ୍ତାହରେ ପ୍ରାୟ ୩ରୁ ୪ଦିନ ଗଁାମୁହଁା। ବ୍ଲକସ୍ତରୀୟ ଅଧିକାରୀ, ପଞ୍ଚାୟତର ଜିଆର୍‌ଏସ୍‌ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନେଇ ହିତାଧିକାରୀଙ୍କ ଘରକୁ ଯାଇ ତୁରନ୍ତ କାମ ସାରିବାକୁ ପରାମର୍ଶ ଦେବା ସହ ତାଗିଦ୍‌ ମଧ୍ୟ କରୁଛନ୍ତି। ହେଲେ ଆଶାତୀତ ଫଳ ମିଳିପାରୁ ନ ଥିବା ରିପୋର୍ଟରୁ ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ସମ୍ବଲପୁର ଜିଲାର ହିତାଧିକାରୀ ସର୍ବାଧିକ ଘର ସମ୍ପୂର୍ଣ୍ଣ କରି ୧ ନମ୍ବରରେ ରହିଥିବାବେଳେ ଝାରସୁଗୁଡ଼ା ୨ ଓ ଗଞ୍ଜାମ ୩ ନମ୍ବରରେ ରହିଛି। ଭଦ୍ରକର ସ୍ଥାନ ନୈରାଶ୍ୟଜନକ ନେଇ ଅଧିକାରୀମାନଙ୍କୁ ଚିନ୍ତାରେ ପକାଇଛି।
ଜିଲାସ୍ତରୀୟ ରିପୋର୍ଟକୁ ସମୀକ୍ଷା କଲେ ଜିଲାର ୭ଟି ବ୍ଲକରେ ଆର୍ଥତ୍କ ବର୍ଷର ଏପ୍ରିଲରେ ୨୯,୪୨୯ଟି ଗୃହ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା। ଚଳିତ ମାର୍ଚ୍ଚ ୩୧ ସୁଦ୍ଧା ସାରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ମାସ ଶେଷହେବାକୁ ୧୫ ଦିନ ବାକି ରହିଥିଲେ ମଧ୍ୟ ଫଳ ନୈରାଶ୍ୟଜନକ ରହିଛି। ମାତ୍ର ୪୨.୪୮ ପ୍ରତିଶତ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୧୧ ହଜାର ୫୭ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ବାସୁଦେବପୁର ବ୍ଲକରେ ୨୨୯୫, ଭଦ୍ରକରେ ୧୦୩୭, ଭଣ୍ଡାରିପୋଖରୀରେ ୮୧୨, ବନ୍ତରେ ୧୨୧୧, ଚାନ୍ଦବାଲିରେ ୨୭୭୫, ଧାମନଗରରେ ୧୧୬୧ ଏବଂ ତିହିଡ଼ିରେ ୧୭୬୬ ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ନେଇ କାର୍ଯ୍ୟ ଆରମ୍ଭ କରିନାହାନ୍ତି। ଜିଲାସ୍ତରୀୟ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ, ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ, ଏଷ୍ଟିମେଟର ଓ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟରମାନେ ଏହି ହିତାଧିକାରୀମାନଙ୍କ ଘରକୁ ଯାଇ ତୁରନ୍ତ ଘର ନିର୍ମାଣ କରି ସରକାରୀ ଟଙ୍କା ନେବାକୁ ପରାମର୍ଶ ଦେଉଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଘର ଘର ବୁଲି ସଚେତନ କରାଯାଉଛି ହେଲେ ହିତାଧିକାରୀମାନେ ବିଭିନ୍ନ କାରଣ ଦର୍ଶାଇ ଫାଙ୍କୁଛନ୍ତି। କିଏ ଲଗାଣ ବର୍ଷା କାରଣରୁ ଘର କରିପାରି ନ ଥିବା ଦର୍ଶାଉଥିବା ବେଳେ ଅନ୍ୟ କେତେଜଣ ଚତୁରତାର ସହ ପ୍ରତିକ୍ରିୟା ରଖୁଛନ୍ତି। ଅନ୍ୟପକ୍ଷେ ବିଡିଓମାନଙ୍କୁ ନେଇ ଉପଯୁକ୍ତ ସମୟ ବ୍ୟବଧାନରେ ସ୍ଥିତିର ଉନ୍ନତି ଲାଗି ସମୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri