ହାସ୍ୟ ନାୟକ ବ୍ରଜ ପାଣି

ଚତୁର୍ଥ ଶ୍ରେଣୀର କଥା। ସାର୍‌ କହିଥିଲେ, ସ୍କୁଲରେ ‘ପେଟୁ’ ନାଟକ ହେବ। ଆଉ ତୁ ହିଁ ‘ପେଟୁ’ ଚରିତ୍ରରେ ଅଭିନୟ କରିବୁ। ସେଥିଲାଗି ପ୍ରସ୍ତୁତ ଥିଲା ପିଲାଟି। ମାତ୍ର ନାଟକ ରିହର୍ସାଲ ହେଲାନାହିଁ କିମ୍ବା ମଞ୍ଚସ୍ଥ ମଧ୍ୟ ହେଲାନାହିଁ। ପିଲାଟିର ମନ ଭାଙ୍ଗିଗଲା। ଭାବିଲା, ଆଉ ସେ ସ୍କୁଲକୁ ଯିବନି। କିମ୍ବା ସେ ମାଷ୍ଟ୍ରଙ୍କ ନିକଟରେ ପାଠ ପଢ଼ିବନି। ସେଇଆ ହେଲା। ପିଲାଟି ଦିନେ କାହାରିକୁ କିଛି ନ କହି ଘର ଛାଡ଼ିଦେଲା। ଆଉ ଆସି ପହଞ୍ଚତ୍ଲା ଭଦ୍ରକ ଆରଡ଼ି ନିକଟସ୍ଥ ସାତଭଉଣୀ ନାମକ ସ୍ଥାନରେ। ସେଠାରେ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କର ଯାତ୍ରାପାର୍ଟି ‘ସପ୍ତମାତୃକା ଅପେରା’ ପଡ଼ିଥାଏ। ଲମ୍ବ ହୋଇ ପଣ୍ଡା ମାଷ୍ଟ୍ରେଙ୍କ ଗୋଡ଼ତଳେ ପଡ଼ିଗଲା ପିଲାଟି। କହିଲା, ମୁଁ ଯାତ୍ରାପାର୍ଟିରେ ରହିବି। ଓଡ଼ିଶା ଯାତ୍ରା ଜଗତର ବହୁ ଅଭିନେତାଙ୍କୁ ଅଭିନୟର ଖଡ଼ିଛୁଅଁା କରେଇଥିବା ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ପିଲାଟିର ଆଗ୍ରହ ଆଉ ତା’ ଭିତରେ ଲୁଚି ରହିଥିବା ଦକ୍ଷତାକୁ ପରଖିନେଇ ତା’ ମୁଣ୍ଡରେ ହାତ ରଖିଥିଲେ। ବାସ୍‌, ପିଲାଟି ପାଇଁ ଯାତ୍ରା ଦୁନିଆର କବାଟ ଖୋଲି ହୋଇଗଲା। ସେଦିନ ଚତୁର୍ଥ ଶ୍ରେଣୀରେ ମାତ୍ର ୧୧ବର୍ଷ ବୟସରେ ଘରଛାଡ଼ିଥିବା ସେହି ପିଲାଟି ଆଜି ଯାତ୍ରାଜଗତର ଜଣେ ନମ୍ବର ଓ୍ବାନ ହାସ୍ୟ ଅଭିନେତା। ସେ ହେଉଛନ୍ତି ବ୍ରଜ ପାଣିଗ୍ରାହୀ ଓରଫ ‘ବ୍ରଜ ପାଣି’। ପ୍ରଥମେ ଗୀତ ଗାଉଥିଲେ ବ୍ରଜ। ପରେ ତାଙ୍କୁ ଛୋଟ ଛୋଟ ଭୂମିକା ମିଳିଲା।

୧୯୮୪/୮୫ ମସିହାରେ ସେ ଆସିଲେ ‘ଓଡ଼ିଶା ଅପେରା’। ପରେ ପରେ ତାରାପୁର ଏବଂ ଜନତା ଗଣନାଟ୍ୟ। ମାତ୍ର ପୁଣିଥରେ ସେ ଲେଉଟି ଆସିଲେ ‘ଓଡ଼ିଶା ଅପେରା’କୁ। ସେଠାରେ ସେ ରହିଲେ ନ’ବର୍ଷ।

ଇତିମଧ୍ୟରେ ଯାତ୍ରାରେ ୪୮ବର୍ଷ ବିତେଇ ସାରିଲେଣି ବ୍ରଜ। ‘ତୁଳସୀ’, ‘ସାହୁ ପାର୍ଟି’, ‘ସୁବର୍ଣ୍ଣରେଖା ଅପେରା’, ‘ସାହାଣୀ ଅପେରା’, ‘ଶିବାନୀ ଗଣନାଟ୍ୟ’, ‘ରଙ୍ଗମହଲ’ ଆଦି ଯାତ୍ରାନୁଷ୍ଠାନରେ କାମକରି ଏବେ ଆସି ପହଞ୍ଚତ୍ଛନ୍ତି ଅପେରା ‘ସୂର୍ଯ୍ୟମନ୍ଦିର’ରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ବାପ ଥାଇ ପୁଅ ଜାରଜ’, ‘କାନ ମୋଡ଼ିଦେଲେ ସତ କହିବି’, ‘ଦିନରେ ତରା ରାତିରେ ଖରା’, ‘ଦେଖିବ ଆସ ମଣିଷ ଖାଉଛି ମଣିଷ ମାଂସ’, ‘କିଏ ନେଇଗଲା ଜାଇଫୁଲକୁ’, ‘ମୋ ନଁା ଟି ଲିଲି ମୁଁ ଆସିଛି ବୁଲି’, ‘ସବାରି ଚାଲେ ଧୀରେଧୀରେ’, ‘ମୋ ବୋହୂ ପଢ଼ିବ ଲକ୍ଷ୍ମୀପୁରାଣ’, ‘ଆଲୋ ହୁଣ୍ଡି ପଇସାରେ ପାନ କେତେଖଣ୍ଡି’, ‘ରଙ୍ଗିଲା ରାଧିକା ରଜନୀଗନ୍ଧା’, ‘ସବୁ ରାତିର ସକାଳ ନାହିଁ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ସୂର୍ଯ୍ୟମନ୍ଦିର’ରେ ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ପୁଅ ଯିବ ଶାଶୁଘର’, ‘ମାୟାବିନୀ ମୌସୁମୀ’, ‘ପ୍ରେମିକାର ନଁା ଚନ୍ଦ୍ରଭାଗା’, ‘ଭିତିରି କଥା’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’। ଜଣେ ହାସ୍ୟାଭିନେତା ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଥିବା ବ୍ରଜ ପାଣି ଓରଫ ବ୍ରଜ ପାଣିଗ୍ରାହୀ ବର୍ତ୍ତମାନର କମେଡ଼ିକୁ ନେଇ ଖୁସି ନୁହନ୍ତି। ସେ କହନ୍ତି, ନାଟକରେ କମେଡ଼ିର ସିଚୁଏଶନ୍‌ ସୃଷ୍ଟି କରାଯାଉନି। ଫଳରେ ଇଚ୍ଛା ନ ଥିଲେ ବି ଅଶ୍ଳୀଳ କଥା କହିବାକୁ ପଡୁଛି। ଆଉ ସେପରି କରିବା ବେଳେ ଖୁବ୍‌ କଷ୍ଟ ହେଉଛି ମଧ୍ୟ। ନାଟକରେ ହାସ୍ୟରସ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ମାତ୍ର ତାକୁ ସେହି ଅନୁସାରେ ଗୁରୁତ୍ୱ ଦିଆଯାଉନି। ସେହିପରି, ଆଗରୁ ନାଟ୍ୟକାରମାନେ କାହାଣୀ ଚିନ୍ତା କରୁଥିଲେ। ନାଟକ ଲେଖୁଥିଲେ। ନାଟକ ଅନୁଯାୟୀ କିଏ କେଉଁ ରୋଲ୍‌ କରିବ ଅଭିନେତା ବଛା ଯାଉଥିଲା। ଫଳରେ ନାଟକ ସବୁ ହୃଦୟସ୍ପର୍ଶୀ ହୋଇ ପାରୁଥିଲା। ଗୋଟିଏ ଗୋଟିଏ ନାଟକ ପାଞ୍ଚବର୍ଷ ଲେଖାଏ ମଞ୍ଚସ୍ଥ ହେଉଥିଲା। ମାତ୍ର ଏବେ ଠିକ୍‌ ଓଲଟା ହେଉଛି। ବରାଦ ଦିଆ ନାଟକ ଲେଖାଯାଉଛି। କୁହାଯାଉଛି ଅମୁକ ଅଭିନେତାଙ୍କୁ ନେଇ ନାଟକ ଲେଖ। ଲେଖକମାନେ ବାଧ୍ୟ ହେଉଛନ୍ତି ସେପରି କରିବା ପାଇଁ। ହେଲେ ଫଳ କ’ଣ ହେଉଛି ସେକଥା ଜଗତ ଜାଣୁଛି ବୋଲି କହନ୍ତି ଭଦ୍ରକ ଜିଲାର ବିଷ୍ଣୁପୁର ଶାସନରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା। ପତ୍ନୀ ଜ୍ୟୋତ୍ସ୍ନା ପାଣିଗ୍ରାହୀ, ଦୁଇପୁଅ ପାର୍ଥ ଓ ମାନବ ଏବଂ ଏକମାତ୍ର ଝିଅ ବର୍ଷାଙ୍କୁ ନେଇ ସୁଖର ସଂସାର ବିତାଉଥିବା ଏହି ଅଭିନେତା ଯାତ୍ରାର ପୂର୍ବସ୍ଥିତି ଫେରି ଆସୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri