ହାସ୍ୟ ନାୟକ ବ୍ରଜ ପାଣି

ଚତୁର୍ଥ ଶ୍ରେଣୀର କଥା। ସାର୍‌ କହିଥିଲେ, ସ୍କୁଲରେ ‘ପେଟୁ’ ନାଟକ ହେବ। ଆଉ ତୁ ହିଁ ‘ପେଟୁ’ ଚରିତ୍ରରେ ଅଭିନୟ କରିବୁ। ସେଥିଲାଗି ପ୍ରସ୍ତୁତ ଥିଲା ପିଲାଟି। ମାତ୍ର ନାଟକ ରିହର୍ସାଲ ହେଲାନାହିଁ କିମ୍ବା ମଞ୍ଚସ୍ଥ ମଧ୍ୟ ହେଲାନାହିଁ। ପିଲାଟିର ମନ ଭାଙ୍ଗିଗଲା। ଭାବିଲା, ଆଉ ସେ ସ୍କୁଲକୁ ଯିବନି। କିମ୍ବା ସେ ମାଷ୍ଟ୍ରଙ୍କ ନିକଟରେ ପାଠ ପଢ଼ିବନି। ସେଇଆ ହେଲା। ପିଲାଟି ଦିନେ କାହାରିକୁ କିଛି ନ କହି ଘର ଛାଡ଼ିଦେଲା। ଆଉ ଆସି ପହଞ୍ଚତ୍ଲା ଭଦ୍ରକ ଆରଡ଼ି ନିକଟସ୍ଥ ସାତଭଉଣୀ ନାମକ ସ୍ଥାନରେ। ସେଠାରେ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କର ଯାତ୍ରାପାର୍ଟି ‘ସପ୍ତମାତୃକା ଅପେରା’ ପଡ଼ିଥାଏ। ଲମ୍ବ ହୋଇ ପଣ୍ଡା ମାଷ୍ଟ୍ରେଙ୍କ ଗୋଡ଼ତଳେ ପଡ଼ିଗଲା ପିଲାଟି। କହିଲା, ମୁଁ ଯାତ୍ରାପାର୍ଟିରେ ରହିବି। ଓଡ଼ିଶା ଯାତ୍ରା ଜଗତର ବହୁ ଅଭିନେତାଙ୍କୁ ଅଭିନୟର ଖଡ଼ିଛୁଅଁା କରେଇଥିବା ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ପିଲାଟିର ଆଗ୍ରହ ଆଉ ତା’ ଭିତରେ ଲୁଚି ରହିଥିବା ଦକ୍ଷତାକୁ ପରଖିନେଇ ତା’ ମୁଣ୍ଡରେ ହାତ ରଖିଥିଲେ। ବାସ୍‌, ପିଲାଟି ପାଇଁ ଯାତ୍ରା ଦୁନିଆର କବାଟ ଖୋଲି ହୋଇଗଲା। ସେଦିନ ଚତୁର୍ଥ ଶ୍ରେଣୀରେ ମାତ୍ର ୧୧ବର୍ଷ ବୟସରେ ଘରଛାଡ଼ିଥିବା ସେହି ପିଲାଟି ଆଜି ଯାତ୍ରାଜଗତର ଜଣେ ନମ୍ବର ଓ୍ବାନ ହାସ୍ୟ ଅଭିନେତା। ସେ ହେଉଛନ୍ତି ବ୍ରଜ ପାଣିଗ୍ରାହୀ ଓରଫ ‘ବ୍ରଜ ପାଣି’। ପ୍ରଥମେ ଗୀତ ଗାଉଥିଲେ ବ୍ରଜ। ପରେ ତାଙ୍କୁ ଛୋଟ ଛୋଟ ଭୂମିକା ମିଳିଲା।

୧୯୮୪/୮୫ ମସିହାରେ ସେ ଆସିଲେ ‘ଓଡ଼ିଶା ଅପେରା’। ପରେ ପରେ ତାରାପୁର ଏବଂ ଜନତା ଗଣନାଟ୍ୟ। ମାତ୍ର ପୁଣିଥରେ ସେ ଲେଉଟି ଆସିଲେ ‘ଓଡ଼ିଶା ଅପେରା’କୁ। ସେଠାରେ ସେ ରହିଲେ ନ’ବର୍ଷ।

ଇତିମଧ୍ୟରେ ଯାତ୍ରାରେ ୪୮ବର୍ଷ ବିତେଇ ସାରିଲେଣି ବ୍ରଜ। ‘ତୁଳସୀ’, ‘ସାହୁ ପାର୍ଟି’, ‘ସୁବର୍ଣ୍ଣରେଖା ଅପେରା’, ‘ସାହାଣୀ ଅପେରା’, ‘ଶିବାନୀ ଗଣନାଟ୍ୟ’, ‘ରଙ୍ଗମହଲ’ ଆଦି ଯାତ୍ରାନୁଷ୍ଠାନରେ କାମକରି ଏବେ ଆସି ପହଞ୍ଚତ୍ଛନ୍ତି ଅପେରା ‘ସୂର୍ଯ୍ୟମନ୍ଦିର’ରେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ବାପ ଥାଇ ପୁଅ ଜାରଜ’, ‘କାନ ମୋଡ଼ିଦେଲେ ସତ କହିବି’, ‘ଦିନରେ ତରା ରାତିରେ ଖରା’, ‘ଦେଖିବ ଆସ ମଣିଷ ଖାଉଛି ମଣିଷ ମାଂସ’, ‘କିଏ ନେଇଗଲା ଜାଇଫୁଲକୁ’, ‘ମୋ ନଁା ଟି ଲିଲି ମୁଁ ଆସିଛି ବୁଲି’, ‘ସବାରି ଚାଲେ ଧୀରେଧୀରେ’, ‘ମୋ ବୋହୂ ପଢ଼ିବ ଲକ୍ଷ୍ମୀପୁରାଣ’, ‘ଆଲୋ ହୁଣ୍ଡି ପଇସାରେ ପାନ କେତେଖଣ୍ଡି’, ‘ରଙ୍ଗିଲା ରାଧିକା ରଜନୀଗନ୍ଧା’, ‘ସବୁ ରାତିର ସକାଳ ନାହିଁ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ସୂର୍ଯ୍ୟମନ୍ଦିର’ରେ ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ପୁଅ ଯିବ ଶାଶୁଘର’, ‘ମାୟାବିନୀ ମୌସୁମୀ’, ‘ପ୍ରେମିକାର ନଁା ଚନ୍ଦ୍ରଭାଗା’, ‘ଭିତିରି କଥା’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’। ଜଣେ ହାସ୍ୟାଭିନେତା ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିଥିବା ବ୍ରଜ ପାଣି ଓରଫ ବ୍ରଜ ପାଣିଗ୍ରାହୀ ବର୍ତ୍ତମାନର କମେଡ଼ିକୁ ନେଇ ଖୁସି ନୁହନ୍ତି। ସେ କହନ୍ତି, ନାଟକରେ କମେଡ଼ିର ସିଚୁଏଶନ୍‌ ସୃଷ୍ଟି କରାଯାଉନି। ଫଳରେ ଇଚ୍ଛା ନ ଥିଲେ ବି ଅଶ୍ଳୀଳ କଥା କହିବାକୁ ପଡୁଛି। ଆଉ ସେପରି କରିବା ବେଳେ ଖୁବ୍‌ କଷ୍ଟ ହେଉଛି ମଧ୍ୟ। ନାଟକରେ ହାସ୍ୟରସ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ମାତ୍ର ତାକୁ ସେହି ଅନୁସାରେ ଗୁରୁତ୍ୱ ଦିଆଯାଉନି। ସେହିପରି, ଆଗରୁ ନାଟ୍ୟକାରମାନେ କାହାଣୀ ଚିନ୍ତା କରୁଥିଲେ। ନାଟକ ଲେଖୁଥିଲେ। ନାଟକ ଅନୁଯାୟୀ କିଏ କେଉଁ ରୋଲ୍‌ କରିବ ଅଭିନେତା ବଛା ଯାଉଥିଲା। ଫଳରେ ନାଟକ ସବୁ ହୃଦୟସ୍ପର୍ଶୀ ହୋଇ ପାରୁଥିଲା। ଗୋଟିଏ ଗୋଟିଏ ନାଟକ ପାଞ୍ଚବର୍ଷ ଲେଖାଏ ମଞ୍ଚସ୍ଥ ହେଉଥିଲା। ମାତ୍ର ଏବେ ଠିକ୍‌ ଓଲଟା ହେଉଛି। ବରାଦ ଦିଆ ନାଟକ ଲେଖାଯାଉଛି। କୁହାଯାଉଛି ଅମୁକ ଅଭିନେତାଙ୍କୁ ନେଇ ନାଟକ ଲେଖ। ଲେଖକମାନେ ବାଧ୍ୟ ହେଉଛନ୍ତି ସେପରି କରିବା ପାଇଁ। ହେଲେ ଫଳ କ’ଣ ହେଉଛି ସେକଥା ଜଗତ ଜାଣୁଛି ବୋଲି କହନ୍ତି ଭଦ୍ରକ ଜିଲାର ବିଷ୍ଣୁପୁର ଶାସନରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା। ପତ୍ନୀ ଜ୍ୟୋତ୍ସ୍ନା ପାଣିଗ୍ରାହୀ, ଦୁଇପୁଅ ପାର୍ଥ ଓ ମାନବ ଏବଂ ଏକମାତ୍ର ଝିଅ ବର୍ଷାଙ୍କୁ ନେଇ ସୁଖର ସଂସାର ବିତାଉଥିବା ଏହି ଅଭିନେତା ଯାତ୍ରାର ପୂର୍ବସ୍ଥିତି ଫେରି ଆସୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri