‘ହାପି ବର୍ଥ ଡେ’ ଅମୃତା: ଚାରି ଘଣ୍ଟା ସାକ୍ଷାତକାର ପରେ ମିଳିଥିଲା ‘ବିବାହ’ରେ କାମ କରିବାର ସୁଯୋଗ, ପଡ଼ିଥିଲେ ଆର୍‌ଜେଙ୍କ ପ୍ରେମରେ

ମୁମ୍ବାଇ: ବଲିଉଡ୍‌ର ସିମ୍ପଲ ଡିଭା ମଧ୍ୟରୁ ଅଭିନେତ୍ରୀ ଅମୃତା ରାଓ ଜଣେ। ଅନେକ ହିନ୍ଦୀ ଫିଲ୍ମ ସହ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରିଛନ୍ତି ସେ। ଏସବୁରୁ ଅନେକ ଫିଲ୍ମ ତାଙ୍କୁ ସଫଳତା ଆଣି ଦେଇଥିବା ସତ୍ତ୍ୱେ ସେ ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ। ବଲିଉଡ୍‌ରେ କାମ କରିବା ଲାଗି ସୁଯୋଗ ମିଳୁଥିଲେ ହେଁ ସେ ହଁ ଭରୁନାହାନ୍ତି। ବିବାହ ପରେ ପରିବାରକୁ ଗୁରୁତ୍ୱ ଦେଉଥିବା ଯୋଗୁ ଏପରି କରୁଥାଇପାରନ୍ତି ବୋଲି ଜଣାଯାଏ। ତେବେ ଆଜି ହେଉଛି ଏହି ଚୁଲବୁଲି ତଥା ଦର୍ଶକଙ୍କ ମନରେ ସରଳତାର ଛବି ଆଙ୍କିଥିବା ଅମୃତାଙ୍କ ‘ହାପି ବର୍ଥ ଡେ’। ଏହି ଅବସରରେ ତାଙ୍କ ଅତିତର କିଛି ସ୍ମୃତିକୁ ସାଉଁଟିବା।

୨୦୦୨ରେ ସେ ଫିଲ୍ମ ‘ଅବ୍‌ କେ ବରସ୍‌’ ଯୋଗେ ବଲିଉଡରେ ଡେବ୍ୟୁ କରିଥିଲେ। ଫିଲ୍ମଟି କିନ୍ତୁ ଏତେଟା ସଫଳ ହୋଇ ନ ଥିଲା। ଏହାପରେ ହିନ୍ଦୀ ସିନେମା ‘ଇସ୍କ ବିସ୍କ’ କରି ଦର୍ଶକଙ୍କ ମନକୁ କିଣିଥିଲେ। ଅମୃତାଙ୍କ ସବୁଠାରୁ ସଫଳ ସିନେମା କିନ୍ତୁ ଥିଲା ‘ବିବାହ’। ଫିଲ୍ମଟି ପାଇଁ ସେ ଚାରି ଘଣ୍ଟା ଧରି ସାକ୍ଷାତକାର ଦେଇଥିଲେ। ଏହାପରେ ନିର୍ଦ୍ଦେଶକ ସୁରଜ ବଡଜାତ୍ୟା ତାଙ୍କୁ ଫିଲ୍ମରେ କାମ କରିବା ସୁଯୋଗ ଦେଇଥିଲେ। ସେହିଭଳି ସୁରଜଙ୍କ ଆଉ ଏକ ଫିଲ୍ମ ‘ପ୍ରେମ ରତନ ଧନ ପାୟୋ’ ଲାଗି ତାଙ୍କୁ ଅଫର ମିଳିଥିଲା। ହେଲେ ସେଥିରେ ସଲମାନଙ୍କ ଭଉଣୀ ଚରିତ୍ରରେ ସେ ଅଭିନୟ କରିଥାନ୍ତେ। ଏହା ଜାଣିବା ପରେ ଅମୃତା ସୁଯୋଗକୁ ସିଧାସିଧା ମନା କରିଦେଇଥିଲେ। ଏହାଛଡ଼ା ଆଉ ଏକ ଘଟଣାକୁ ନେଇ ମଧ୍ୟ ଅମୃତା ଚର୍ଚ୍ଚାର ଶିରୋନାମା ପାଲଟିଥିଲେ। କାରଣଟି ଥିଲା ସେ ଫିଲ୍ମ ‘ପ୍ୟାରେ ମୋହନ’ର ଶୁଟିଂ ସମୟରେ ଅଭିନେତ୍ରୀ ଇଶା ଦେଓଲଙ୍କୁ ଚାପୁଡ଼ା ମାରିଥିଲେ। ଇଶା ତାଙ୍କୁ ଗାଳି ଦେଇଥିବା ହେତୁ ସେ ଏପରି କରିଥିବା ଜଣାପଡ଼ିଥିଲା।

ଅମୃତାଙ୍କ ବ୍ୟକ୍ତିଗତ ଜୀବନକୁ ଯଦି ଦେଖାଯାଏ ତେବେ ସେ ଏବେ ବିବାହିତା। ସାତ ବର୍ଷ ଧରି ପ୍ରେମିକ ତଥା ଆର୍‌ଜେ ଅନ୍‌ମୋଲଙ୍କୁ ଡେଟ୍‌ କରିବା ପରେ ସେ ଗୋପନରେ ବିବାହ କରିଥିଲେ। ଅନମୋଲ ଏ ନେଇ ନିଜ ଟୁଇଟରରେ ସୂଚନା ଦେବା ପରେ ଅମୃତାଙ୍କ ବିବାହ ସରିଥିବା ଅନେକ ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri