ହାତୀ ଗଲା, ଭୟ ରହିଲା

ଭୁବନେଶ୍ୱର(ବ୍ୟୁରୋ)/ପିପିଲି(ସ୍ବ.ପ୍ର.)/ବଳଙ୍ଗା, ୨୫ା୨(ଡି.ଏନ୍‌.ଏ.): ଗତ ତିନିଦିନ ହେଲା ପୁରୀ ଜିଲାର ପିପିଲି, ନିମାପଡ଼ା, କଣାସ, ଡେଲାଙ୍ଗ ଏବଂ ଖୋର୍ଦ୍ଧା ଜିଲାର ଜଟଣୀ ବ୍ଲକ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଦନ୍ତାହାତୀ ସୋମବାର ଭୁବନେଶ୍ୱର ଉପକଣ୍ଠ ହୋଇ ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଇଛି। କିନ୍ତୁ ଉପରୋକ୍ତ ଅଞ୍ଚଳର ଏକର ଏକର ଜମିରେ ଫସଲ ନଷ୍ଟ କରିବା ସହ ରବିବାର ୪ଜଣଙ୍କ ଜୀବନ ନେଇଥିଲା। ଗଁାକୁ ଗଁା ଘୂରିବୁଲି କାହାକୁ କଚାଡ଼ିଲା ତ କାହାକୁ ଦଳିଥିଲା। ଏଥିରେ ୬ଜଣ ଗୁରୁତର ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ହାତୀକୁ ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟ କୁମୁକା ଜଙ୍ଗଲରେ ଛାଡ଼ିବାକୁ ବନବିଭାଗ ଅଧିକାରୀ ଓ କର୍ମଚାରୀ ଉଦ୍ୟମ କରିଥିଲେ। କିନ୍ତୁ ହାତୀ ଚନ୍ଦକା ଜଙ୍ଗଲ ପଟକୁ ଯାଇଥିଲା। ସୋମବାର ରାତି ପ୍ରାୟ ୧୦ଟାରେ ହାତୀ ଚନ୍ଦକା ନିକଟ ଦାସପୁରମୁଣ୍ଡିଆରେ ରହିଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି। ହେଲେ ହାତୀ ଯେଭଳି ଉଗ୍ର ଓ ଅଣାୟତ୍ତ ହୋଇ ତାଣ୍ଡବ ରଚିଛି, ତାହା ଅଙ୍ଗେ ନିଭାଇଥିବା ଉପରୋକ୍ତ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି। ହାତୀ ଗଲାପରେ ମଧ୍ୟ ବହୁ ଗଁାରେ ରହିଯାଇଛି ଭୟ। ଅନେକେ ଆଖିଆଗରେ ହାତୀ ଦଳିକଚାଡ଼ି ଦେବାର ଦୃଶ୍ୟ ଦେଖିଥିବାରୁ ସେମାନଙ୍କ ମନରୁ ଭୟ ହଟିପାରିନାହିଁ। ତେଣୁ ଗଁାଗୁଡ଼ିକରେ ଲୋକେ ସୋମବାର ସକାଳୁ ରାତିଯାଏ ଘରୁ ବାହାରି ନ ଥିଲେ।

ଚିକିତ୍ସା ପାଇଁ ଅର୍ଥ ବାଧକ, ସରକାରୀ ସହାୟତା ଦାବି

ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପିପିଲି ପୌରାଞ୍ଚଳ ଅନ୍ତର୍ଗତ ହସନପୁରର ସେକ୍‌ ସମୀର(୨୫) ଓ ବଳଙ୍ଗା ଥାନା ଅଧୀନ ତେରହଳ ଗ୍ରାମର ଛବି ଦେଈ(୪୭)। ସମୀର ରବିବାର ରାତିରେ ପିପିଲି ବଜାରର ଦେବୀଗଳି ନିକଟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ତାଙ୍କୁ ହାତୀ ଧକ୍କା ଦେବାରୁ ସେ ତଳେ ପଡ଼ିଯାଇଥିଲେ। ଏହାପରେ ହାତୀ ତାଙ୍କୁ ଦଳି ଦେବାରୁ ପେଟ ଫାଟି ଅନ୍ତବୁଜୁଳି ବାହାରି ପଡ଼ିଥିଲା। ତାଙ୍କୁ ପିପିଲି ଡାକ୍ତରଖାନା, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାତିରେ ୪ ଘଣ୍ଟା ଧରି ଅସ୍ତ୍ରୋପଚାର ପରେ ତାଙ୍କୁ ଆଇସିୟୁରେ ରଖାଯାଇଛି। ସୋମବାର ଅପରାହ୍ନରେ ସେ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ପରିବାର ଲୋକେ ଏ ପର୍ଯ୍ୟନ୍ତ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିବାବେଳେ ଆହୁରି ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତେଣୁ ସରକାରଙ୍କ ତରଫରୁ ସମୀରଙ୍କ ଖର୍ଚ୍ଚ ବହନ କରିବାକୁ ତାଙ୍କ ସାନଭାଇ ରିକି ଓ ପରିବାର ଲୋକ ଗଣମାଧ୍ୟମ ଆଗରେ ନିବେଦନ କରିଛନ୍ତି। ସେହିପରି ସମୀରଙ୍କ ଗ୍ରାମବାସୀ ଓ ଆତ୍ମୀୟ ସ୍ବଜନ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ତହସିଲଦାର ବେହେରା ସମୀରଙ୍କ ପରିବାର ଲୋକଙ୍କୁ ୨୦ ହଜାର ଟଙ୍କା ସହାୟତା କରିଥିଲେ। ଅନ୍ୟପକ୍ଷରେ ଅସ୍ତ୍ରୋପଚାର ବେଳେ ଆବଶ୍ୟକ ରକ୍ତ ଦେବାକୁ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ମନା କରିଦିଆଯାଇଥିଲା। ଏନେଇ ଖବରଦାତାମାନେ କ୍ୟାପିଟାଲ ଥାନା ଅଧିକାରୀଙ୍କୁ ଜଣାଇବା ପରେ ଗୋଟିଏ ପକେଟ୍‌ ରକ୍ତ ମିଳିଥିଲା। ତେଣୁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ନିବେଦନ କରୁଛି ଯେ, ଭାଇ ସୁସ୍ଥ ହେବା ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ସୁବିଧା ଓ ଆର୍ଥିକ ଖର୍ଚ୍ଚ ବହନ କରନ୍ତୁ ବୋଲି ରିକି କହିଛନ୍ତି।
ଉକ୍ତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଛବି ଦେଈଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଆସିଛି। ହାତୀ ଦାନ୍ତରେ ଭୁସିଦେବାରୁ ତାଙ୍କ ଜଙ୍ଘରେ ଗଭୀର ଆଘାତ ଲାଗିବା ସହ ପିଞ୍ଜରା ହାଡ଼ ଭାଙ୍ଗିଯାଇଥିଲା। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହେଁ। ସରକାରଙ୍କ ପକ୍ଷରୁ ପାଞ୍ଚ ହଜାର ଟଙ୍କା ଚିକିତ୍ସା ସହାୟତା ପାଇଥିଲେ। କିନ୍ତୁ ଅଧିକ ଅର୍ଥ ଆବଶ୍ୟକ ଥିବାରୁ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି। ସରକାରଙ୍କ ଆର୍ଥତ୍କ ସହାୟତା ହିଁ ଏକମାତ୍ର ଭରସା ବୋଲି ପରିବାର ଲୋକ କହିଛନ୍ତି। ଏ ନେଇ ସେମାନେ ପିପିଲି ତହସିଲଦାରଙ୍କୁ ଭେଟି ନିବେଦନ କରିଥିବା ଗଣମାଧ୍ୟମକୁ ଜଣାଇଛନ୍ତି। ତେବେ ସରକାରୀ ନିୟମାନୁଯାୟୀ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଗୋପ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା ପ୍ରକାଶ କରିଛନ୍ତି।

ମୃତ୍ୟୁକୁ ଅତିନିକଟରୁ ଦେଖିଥିଲେ କାଳନ୍ଦୀ, ବଳଭଦ୍ର

ବଳଙ୍ଗା ଥାନା ଚନ୍ଦ୍ରାଦେଈପୁରର କାଳନ୍ଦୀ ବେହେରା (୩୮) ରବିବାର ଭୋର୍‌ରୁ ନିଜ ବାଡ଼ି ଫସଲରେ ଔଷଧ ପକାଇବା ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡ଼ିଯାଇଥିଲେ। ସେ ଭୟଭୀତ ହୋଇ ଦୌଡ଼ିଥିଲେ। ଔଷଧ ମେଶିନ କାନ୍ଧରେ ଥିଲା। ତାହାକୁ କାଢ଼ିବାକୁ ମଧ୍ୟ ସେ ସମୟ ପାଇ ନ ଥିଲେ। ଫଳରେ ଜୋର୍‌ରେ ଦୌଡ଼ିପାରି ନ ଥିଲେ। ତେଣୁ ତାଙ୍କର ମୃତ୍ୟୁ ନିଶ୍ଚିତ ବୋଲି ଭାବି ନେଇଥିଲେ। ଏହି ସମୟରେ ହାତୀ ତାଙ୍କୁ ଦାନ୍ତରେ ଭୁସିବାକୁ ଉଦ୍ୟମ କଲାବେଳେ ତାହା ତାଙ୍କ କାନମୁଣ୍ଡାରେ ବାଜିଥିଲା। ଫଳରେ ସେ ଅଚେତ ହୋଇ ପଡ଼ିଯାଇଥିଲେ। ସୌଭାଗ୍ୟକୁ ହାତୀ ତାଙ୍କୁ ନ ଚକଟି ପଳାଇ ଯାଇଥିଲା। ପ୍ରଥମେ ତାଙ୍କୁ ମଙ୍ଗଳପୁର ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସୋମବାର ଚିକିତ୍ସିତ ହୋଇ ସେ ଘରକୁ ଫେରିଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ପାଇଁ ୧୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସରକାରଙ୍କ ତରଫରୁ ମାତ୍ର ୫ହଜାର ଟଙ୍କା ମିଳିଛି। ସରକାର କାଳନ୍ଦୀଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ସୁବିଧା ଯୋଗାଇଦେବା ଏବଂ ସେ ବାବଦ ଖର୍ଚ୍ଚ ବହନ କରିବାକୁ ପରିବାର ଲୋକେ ନିବେଦନ କରିଛନ୍ତି। ମୃତ୍ୟୁକୁ ଅତିନିକଟରୁ ଦେଖିଥିଲି, ଭଗବାନଙ୍କ କୃପାରୁ ବଞ୍ଚତ୍ଗଲି ବୋଲି କାଳନ୍ଦୀ କହିଛନ୍ତି।
ସେହିଭଳି ପିପିଲି ଥାନା ରାଜତେଇ ଗ୍ରାମର ବଳଭଦ୍ର ବେହେରା(୫୮) ମଧ୍ୟ ଅଳ୍ପକେ ମୃତ୍ୟୁମୁଖରୁ ଫେରିଆସିଛନ୍ତି। ତାଙ୍କ ପୁଅ ଅନିରୁଦ୍ଧ ବେହେରାଙ୍କ କହିବା ଅନୁଯାୟୀ, ବଳଭଦ୍ର ସକାଳ ୮ଟାରେ ବାହାରକୁ ଯାଇଥିବା ବେଳେ ସେ ହାତୀ ହାବୁଡରେ ପଡିଥିଲେ। ପ୍ରାଣ ବିକଳରେ ସେ ଦୌଡ଼ୁଥିବାବେଳେ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ ଫୋପାଡି ଦେଇଥିଲା। ଫଳରେ ସେ ନିକଟସ୍ଥ ଏକ ପୋଖରୀରେ ପଡ଼ିଯାଇଥିଲେ। ହାତୀର ଦାନ୍ତ ଆଘାତରେ ସେ ଗୁରୁତର ଆହତ ହୋଇଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପିପିଲି ତହସିଲଦାର ୫ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ବେଳେ ପୂର୍ଣ୍ଣ ସହାୟତା ପାଇଁ ପରିବାର ତରଫରୁ ସରକାରଙ୍କୁ ନିବେଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଶିକାରିଙ୍କୁ ବାନ୍ଧିଲା ପୋଲିସ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri