ହାତୀ ଉପଦ୍ରବ: ଭାଙ୍ଗିଲେ ଫାର୍ମ ହାଉସ୍‌, ଉଜାଡ଼ିଲେ ଧାନ ଫସଲ; କ୍ଷତିପୂରଣ ଦାବି କଲେ ଅଞ୍ଚଳବାସୀ

ପାଟଣା,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମିବାର ନଁା ଧରୁନାହିଁ। ହାତୀ ଉପଦ୍ରବରେ ଗରିବ ଚାଷୀମାନେ ବିଶେଷଭାବେ ପ୍ରଭାବିତ ହେଉଛନ୍ତି। ଏକ ଦଳରେ ଥିବା ୨୩ ଝାଡ଼ଖଣ୍ଡୀ ହାତୀ ଚମ୍ପୁଆ ରେଞ୍ଜରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଜ୍ୟୋତିପୁର ଫୁଲକଁଳେଇ କଙ୍କଡା ଗ୍ରାମଦେଇ ପାଟଣା ରେଞ୍ଜ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜରେ ପଶିଥିଲେ। ପରେ ଡିମିରିଗୁଡାରେ ଧାନ ଫସଲ ଚକଟି ନଷ୍ଟ କରିବା ସହ ଅଖିଳ ଚନ୍ଦ୍ର ନାଏକଙ୍କ ଏକ ଫାର୍ମ ହାଉସ୍‌ ପିଲାରର କାନ୍ଥ ଓ ଆଜ୍‌ବେଷ୍ଟସ୍‌ ଭାଙ୍ଗି ଦେଇଛନ୍ତି। ଏବେ ହାତୀପଲ ପାଟଣା ରେଞ୍ଜ ସାହରପଡ଼ା ବ୍ଲକ ମଙ୍ଗଳପୁର ଜଙ୍ଗଲରେ ଥିବା ସୂଚନା ମିଳିଛି। ବନ ବିଭାଗ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଖୁବ୍‌ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିିଚୟ ଦେଇଛି ଲାଲ୍‌ ଭେଣ୍ଡି ଚାଷ

ଦିନକୁ ଦିନ ଲାଲ୍‌ ଭେଣ୍ଡିର ଚାହିଦା ବଢ଼ି ଚାଲିଛି। ଏହି କିସମ ଭେଣ୍ଡିରେ ପ୍ରଚୁର ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ସେଥିପାଇଁ ରାଜ୍ୟ ବାହାରେ...

ନିମାପଡ଼ାରେ ଟ୍ରାଫିକ ଯନ୍ତ୍ରଣା: ରୋଗୀ, ପର୍ଯ୍ୟଟକ ସମସ୍ତେ ଅଟକ

ନିମାପଡ଼ା,୩୦।୧୨(ଡି.ଏନ୍‌.ଏ): ନିମାପଡ଼ାରେ ଟ୍ରାଫିକ ଯନ୍ତ୍ରଣା ବଢ଼ିବାରେ ଲାଗିଛି। ନିତି ବହୁ ସଂଖ୍ୟାରେ ଯାନବାହାନ ଟ୍ରାଫିକ ଜାମ୍‌ ଯୋଗୁ ଅଟକି ରହୁଛି। ପର୍ଯ୍ୟଟକବାହୀ ଯାନ ହେଉ ଅବା...

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର, ଅର୍ଥ ପାଇଁ ଜୁଲମ

ନିମାପଡ଼ା,୪ା୧୦(ଡି.ଏନ୍‌.ଏ.): ନିମାପଡ଼ା ଅଞ୍ଚଳର ଏକ ଘରୋଇ ଚିକିତ୍ସାଳୟରେ ଜଣେ ମହିଳାଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଏବଂ ଚିକିତ୍ସା ବାବଦରେ ଅହେତୁକ ଅର୍ଥ ପାଇଁ ଜୁଲମ କରାଯାଉଥିବା ନେଇ...

ଅବକାରୀ ବିଭାଗର ଚଢ଼ାଉ, ୪ ଜଣଙ୍କୁ ଉଠାଇ ନେଲା ଟିମ୍‌

ଗଞ୍ଜାମ,୨୧ା୭(ଡି.ଏନ୍‌.ଏ.): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅଧିକାଂଶ ସମୟରେ ବେଆଇନ ମଦ ବିକ୍ରି ଅଭିଯୋଗ ହେଉଛି। ତେବେ ଏହି ଅଭିଯୋଗକୁ ଆଧାର କରି ପୂର୍ବ...

କରୋନାରେ ବିଏମ୍‌ସିର ମୁଖ୍ୟ କିରାଣିଙ୍କ ମୃତ୍ୟୁ: ୧୪ ଦିନ ପାଇଁ ଏସବୁ ବିଭାଗ ବନ୍ଦ, ଏସବୁ ଖୋଲା

ବ୍ରହ୍ମପୁର ଅଫିସ,୧୫।୭: ବ୍ରହ୍ମପୁର ବିଏମସିର ମୁଖ୍ୟ କିରାଣି ଉପେନ୍ଦ୍ର ମାଝିଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର...

୫ ମାସ ପରେ ବି ପାଞ୍ଚ ଅନ୍ତେବାସୀଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସ(ବାଳକ)ରୁ ୬ ଜଣ ଅନ୍ତେବାସୀ ଚମ୍ପଟ ଘଟଣାର ୫ ମାସ ବିତିଯାଇଛି।...

ବନ୍ତ ବଜାର ଚଳଚଞ୍ଚଳ: ସୂଚନା ନ ଥିବା ଯୋଗୁ ଦ୍ୱନ୍ଦରେ ବ୍ୟବସାୟୀ

ବନ୍ତ,୨୧।୫(ଡି.ଏନ୍‌.ଏ.)-କରୋନା ମହାମାରୀ ମୁକାବିଲା ପାଇଁ ଗତ ମାର୍ଚ୍ଚ ଶେଷ ସପ୍ତାହଠାରୁ ଦେଶରେ ଲକଡାଉନ ଜାରି ରହିଛି। ସେହିଦିନଠାରୁ ଭଦ୍ରକ ଜିଲା ବନ୍ତ ବଜାରର ସମସ୍ତ ବ୍ୟବସାୟ...

ମାତ୍ର ୨୦ ପ୍ରତିଶତଙ୍କୁ ଅନ୍‌ଲାଇନ୍‌ ଶିକ୍ଷା

ଅନୁଗୋଳ ଅଫିସ, ୧୭।୭ – ମହାମାରୀ କରୋନା ଯୋଗୁ ସ୍କୁଲରେ ପଡ଼ିଛି ତାଲା। ୪ ମାସ ହେଲା ଘରେ ବସିଛନ୍ତି ଛାତ୍ରୀଛାତ୍ର। ଏପରି ସ୍ଥିତିରେ ନୂଆ...

Advertisement
Archives

Model This Week