ହାତରେ ମେହେନ୍ଦି ଲଗାଉଥିଲେ…

ହାତରେ ମେହେନ୍ଦି ଲଗାଇବାକୁ ପ୍ରତ୍ୟେକ ଯୁବତୀ ଭଲ ପାଆନ୍ତି। କିନ୍ତୁ ସମସ୍ତଙ୍କ ହାତରେ ଏହାର ରଙ୍ଗ ଗାଢ଼ ଆସେ ନାହିଁ। ଏହାର ରଙ୍ଗ ଗାଢ଼ କରିବାକୁ ଚାହୁଁଥିଲେ ଜାଣନ୍ତୁ କିଛି ଟିପ୍ସ…- ମେହେନ୍ଦି ଲଗାଇବା ପୂର୍ବରୁ ହାତକୁ ଭଲଭାବେ ଧୋଇଦିଅନ୍ତୁ। ଏହାପରେ ଆଷ୍ଟ୍ରିଜେଣ୍ଟ୍‌ କିମ୍ବା ଟୋନର ଲଗାଇ ସଫାକରନ୍ତୁ।
– ବର୍ତ୍ତମାନ ହାତରେ ମେହେନ୍ଦି ତେଲ ଲଗାନ୍ତୁ।
– ମେହେନ୍ଦି ଲଗାଇବା ପରେ ଅତିକମ୍‌ରେ ଏହାକୁ ୪-୫ ଘଣ୍ଟା ହାତରେ ଶୁଖିବାକୁ ଦିଅନ୍ତୁ। ରାତିରେ ହିଁ ହାତରେ ମେହେନ୍ଦି ଲଗାନ୍ତୁ। ସକାଳେ ଉଠି ଦେଖିବେ ଭଲ ଭାବେ ଶୁଖି ଗାଢ଼ ରଙ୍ଗ ହୋଇଥିବ।
– ମେହେନ୍ଦି ଲଗାଇବାର କିଛି ସମୟ ପରେ ତାହା ଅଳ୍ପ ଶୁଖିଗଲେ ତା’ ଉପରେ ଲେମ୍ବୁରସ ଏବଂ ଚିନିର ମିଶ୍ରଣକୁ ତୁଳା ସାହାଯ୍ୟରେ ଲଗାନ୍ତୁ। ମେହେନ୍ଦି ଛଡ଼ାଇବା ପର୍ଯ୍ୟନ୍ତ ମଝିରେ ମଝିରେ ଏହାର ମିଶ୍ରଣକୁ ଲଗାଇବାକୁ ଭୁଲନ୍ତୁ ନାହିଁ।
– ମେହେନ୍ଦି ସମ୍ପୂର୍ଣ୍ଣ ଶୁଖିଯିବା ପରେ ଏହାକୁ ହ୍ୟାଣ୍ଡ୍‌ଓ୍ବାଶ କିମ୍ବା ସାବୁନରେ ଧୁଅନ୍ତୁ ନାହିଁ। ପାଣି ମଧ୍ୟ ବ୍ୟବହାର ନ କରି ଦୁଇ ହାତରେ ଧୀରେ ଧୀରେ ଘଷି ଛଡ଼ାଇବା ଭଲ।
– ବର୍ତ୍ତମାନ ଏକ ତାଓ୍ବା ଗରମ କରି ସେଥିରେ ୫-୬ଟି ଲବଙ୍ଗ ରଖନ୍ତୁ। ସେଥିରୁ ନିର୍ଗତ ଧୂଆଁରେ ହାତ ଦେଖାନ୍ତୁ। ଏହା ମେହେନ୍ଦିର ରଙ୍ଗକୁ ଗାଢ଼ କରିବାରେ ବେଶ୍‌ ସହାୟକ ହୁଏ।
– ଏହାପରେ ହାତରେ ସୋରିଷ ତେଲ ଲଗାଇବାକୁ ଆଦୌ ଭୁଲନ୍ତୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଜୀବନସାଥୀ କରୁଛନ୍ତି କି ଏମିତିି: ହୋଇଯାଆନ୍ତୁ ସାବଧାନ

କରୋନା ଲାଗି ଏବେ ଲୋକେ ଅଧିକ ସମୟ ଘରେ ବିତାଉଛନ୍ତି। ଏପରି ପରିସ୍ଥିତିରେ ଇଣ୍ଟରନେଟ ସେମାନଙ୍କ ପାଇଁ ସାଥୀ ହୋଇଯାଇଛି। ଅନେକ ସୋସିଆଲ ମିଡିଆରେ ଅଧିକ...

ଉପକାରୀ ସାଲାଡ

ତଟକା ଫଳମୂଳରେ ପ୍ରସ୍ତୁତ ସାଲାଡ ଖାଇବାକୁ କିଏ ବା ଭଲ ନ ପାଏ। ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ...

ପିଠି ଯନ୍ତ୍ରଣାରୁ ମୁକ୍ତିଦିଏ ଶଲ୍‌ଭାସନ ଆସନ

ଶଲ୍‌ଭାସନ ଆସନ କରିବା ଦ୍ୱାରା ସାଇଟିକା ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏହା ନିୟମିତ କରିବା ଦ୍ୱାରା ଜଙ୍ଘର ଚର୍ବି କମେ ଓ ଓଜନ...

କିଡ୍‌ନୀ ଷ୍ଟୋନ୍‌ରୁ ମୁକ୍ତି ଚାହୁଁଥିଲେ

ପଇଡ଼ ପାଣି ସ୍ବାସ୍ଥ୍ୟ ଲାଗି ଅନେକ ଉପକାରୀ। କେବଳ ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧ ଶକ୍ତିକୁ...

ଏହି ୭ ଜିନିଷରେ ଭୁଲରେ ବି ଗୋଡ ବଜାନ୍ତୁ ନାହିଁ କି ମାରନ୍ତୁନି ଗୋଇଠା, ହୋଇଯିବେ ବରବାଦ..

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଅର୍ଥ, ପଦୋନ୍ନତି, ବ୍ୟବସାୟ,...

ଘରେ ଛୋଟପିଲାଙ୍କୁ ଏକୁଟିଆ ଛାଡୁଛନ୍ତି କି? ଏ ସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ…

ଆଧୁନିକ ଜୀବନଶୈଳୀରେ ଅଧିକାଂଶ ମାତାପିତା କର୍ମଜୀବୀ। ଏପରି କି ମାତ୍ରାଧିକ ପରିବାର ଛାଡ଼ି ବାହାରେ ନିଜ ପିଲାଙ୍କ ସହ ରହିବାକୁ ପସନ୍ଦ କରିଥାଆନ୍ତି। ତେବେ କର୍ମଜୀବୀ...

ଅସ୍ଥିକୁ ସୁସ୍ଥ ରଖିବେ କିପରି ଧ୍ୟାନ ଦିଅନ୍ତୁ…

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଅସ୍ଥି ଅନ୍ୟତମ। ଏହା ଯଦି ଦୁର୍ବଳ ହୋଇଯାଏ ତେବେ ଆମେ କାମ କରିବା ତ ଅଲଗା କଥା, ଚାଲବୁଲ...

ଦୈନିକ ୭ ଘଣ୍ଟା ଶୁଅନ୍ତୁ,ନଚେତ…

ସୁନିଦ୍ରା ସୁସ୍ଥ ଜୀବନର ଚାବିକାଠି। କାରଣ ସୁସ୍ଥ ଏବଂ ନିରୋଗ ରହିବା ସକାଶେ ପ୍ରତ୍ୟେହ ଆବଶ୍ୟକ ମୁତାବକ ନିଦ୍ରାର ଆବଶ୍ୟକତା ରହିଛି। ମାତ୍ର ଆଜିକାଲିର ବ୍ୟସ୍ତବହୁଳ...

Advertisement
Archives

Model This Week