ହାତରେ ଜୋତା, କାନ୍ଧରେ ସାଇକେଲ

ଭଣ୍ଡାରିପୋଖରୀ, ୨୨ା୬(ଡି.ଏନ.ଏ.)-ଏମିତି ରାସ୍ତା ରହିଛି ଯେଉଁଠି ପାଦରେ ଚପଲ ପିନ୍ଧି ଯିବା ଅସମ୍ଭବ। ଲୋକେ ହାତରେ ଜୋତା ଧରି କାନ୍ଧରେ ସାଇକେଲ ପକାଇ ଘରୁ ବାହାରିଥାନ୍ତି। ୩ଶହ ମିଟର ପର୍ଯ୍ୟନ୍ତ ଏମିତି ଅବସ୍ଥାରେ ଆସିବା ପରେ ମୁଖ୍ୟ ରାସ୍ତାରେ ପହଞ୍ଚିଥାନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତରେ। ଆରଡ଼ି ରୋଡ ସରିପୁରଠାରୁ ୩୦୦ ମିଟର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଏହିଭଳି ହୋଇଥିବାରୁ ଲୋକେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
ଗ୍ରାମ୍ୟଉନୟନ ରାସ୍ତା ସରିପୁରଠାରୁ କରଞ୍ଜି ଗ୍ରାମ ଦେଇ ଯାଇଛି ଜଳସମ୍ପଦ ବିଭାଗର ରେବ ନଦୀବନ୍ଧ ରାସ୍ତା। ସରିପୁରଠାରୁ ରେବନଦୀ ପର୍ଯ୍ୟନ୍ତ ରାସ୍ତାର ଲମ୍ବ ପ୍ରାୟ ୧କି.ମି.। ନଦୀବନ୍ଧ ରାସ୍ତା ହୋଇଥିବାରୁ ଏହା ଯାଜପୁର ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ରାସ୍ତାର କ୍ଷତ୍ରୀୟ ଅଧିକାରୀ ଭାବେ ଆଖୁଆପଦା ଜଳସମ୍ପଦ ବିଭାଗ ଉପନିର୍ବାହୀଯନ୍ତ୍ରୀ ଓ ବାରିକପୁର ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀଙ୍କ ଉପରେ ରେବ ନଦୀବନ୍ଧର ରକ୍ଷଣାବେକ୍ଷଣ ଦାୟିତ୍ୱ ରହିଛି। ଉକ୍ତ ନଦୀବନ୍ଧ ରାସ୍ତା ପୂର୍ବରୁ ଅଣଓସାରିଆ ରହି ମୋରମ ମେଟାଲ ପଡିଥିଲା। ଗ୍ରାମକୁ ଜରୁରୀକାଳୀନ ଗାଡି ଯିବାକୁ ଅସୁବିଧା ହେଉଥିଲା। ଜଳସମ୍ପଦ ବିଭାଗ ପକ୍ଷରୁ ଆରଡ଼ି ରୋଡ ସରିପୁରଠାରୁ ୩୦୦ ମିଟର ପର୍ଯ୍ୟନ୍ତ ୭ଲକ୍ଷ ଟଙ୍କା ବ୍ୟୟରେ ଟେଣ୍ଡର ହୋଇ ୧୫ମାସ ତଳେ କାମ ଆରମ୍ଭ ହୋଇଥିଲା। ରାସ୍ତାରେ ମାଟି ପଡି ଚଉଡା ହେବା ସହ ମୋରମ ବିଛାଯାଇ ରୋଲିଂ ହେବା କଥା। ଏହି କାମକୁ ଯାଜପୁର ଅଞ୍ଚଳର ଜଣେ ଠିକାଦାର ଟେଣ୍ଡର ନେଇଛନ୍ତି। ଠିକାଦାର ୨୫ା୨ା୧୯ରୁ କାମ ଆରମ୍ଭ କରି ୨୪ା୪ା୧୯ରେ ଶେଷ କରିବାକୁ ଏଗ୍ରିମେଣ୍ଟ କରିଥିଲେ। ଇତିମଧ୍ୟରେ ୧୫ମାସ ବିତିଲାଣି ଠିକାଦାର ୩୦୦ ମିଟର ରାସ୍ତାକୁ ଖାଲି ମାଟି ପକାଇ ଛାଡି ଦେଉଛନ୍ତି। ବର୍ଷାଦିନ ଚାଲିଥିବାରୁ ଗ୍ରାମର ଲୋକମାନେ ନାନା ହଇରାଣ ହେଉଛନ୍ତି। ଉକ୍ତ ରାସ୍ତାରେ ୩ଟା ସୋଠ ବସିବା ପାଇଁ ଗ୍ରାମବାସୀ କନିଷ୍ଠଯନ୍ତ୍ରୀଙ୍କୁ କହିଥିଲେ ମଧ୍ୟ ସୋଠ ବସି ନ ଥିବାରୁ ବର୍ଷାଦିନେ ଲୋକଙ୍କ ଘରେ ପାଣି ପଶି ସମସ୍ୟାକୁ ଦ୍ୱିଗୁଣିତ କରିଛି। ଲୋକମାନେ ମୋଟର ଲଗାଇ ଘରୁ ପାଣି ବାହାରକୁ କାଢୁଛନ୍ତି। ଦୈନନ୍ଦିନ ଏହି ରାସ୍ତା ଉପରେ ଶତାଧିକ ଲୋକ ହାଟବଜାର, ବ୍ଲକ, ମେଡିକାଲ ଯିବା ପାଇଁ ନିର୍ଭର କରିଥାନ୍ତି। ଲୋକେ ଭଦ୍ରକ କିମ୍ବା ଭଣ୍ଡାରିପୋଖରୀ ଯିବା ପାଇଁ ଦୀର୍ଘ ରାସ୍ତା ବୁଲି ବାଇକ୍‌ରେ ଯିବାକୁ ବାଧ୍ୟ ହେଉଛନ୍ତି। ରାସ୍ତାରେ କାଦୁଅ ଯୋଗୁ ଖାଲି ପାଦରେ ଚାଲିବା କଷ୍ଟ ହେଉଥିବା ବେଳେ ଗ୍ରାମକୁ ଆମ୍ବୁଲାନ୍ସ, ଦମକଳ, ଜନନୀ ସୁରକ୍ଷା ଗାଡି କେମିତି ଯାଉଥିବ ତାହା ସ୍ପଷ୍ଟ ଜଣାପଡୁଛି। ଏ ନେଇ ଗ୍ରାମବାସୀ ବାରମ୍ବାର ବାରିକପୁର ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ଆଜି ଯାଏ ରାସ୍ତା ଅବସ୍ଥା ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଏ ସମ୍ପର୍କରେ ବାରିକପୁର ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀ ନରସିଂହ ସୋରେନ କୁହନ୍ତି ରାସ୍ତା କାମ ଅବଧିକୁ ବଢାଇ ଦିଆଯାଇଛି। କରୋନା ପାଇଁ କାମ ବିଳମ୍ବ ହୋଇଛି। ପାଗ ଭଲ ହେଲେ ରାସ୍ତା କାମ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri