ହାଡ଼ଭଙ୍ଗା ଚିକିତ୍ସାଳୟରେ ଚାଲିଥିଲା ବେଆଇନ ଗର୍ଭପାତ: ନୟାଗଡ଼ ଟାଉନ ଥାନା ପୋଲିସର ଚଢ଼ାଉ; ଦୁଇ ଅଟକ

ନୟାଗଡ଼ ଅଫିସ,୨ା୬- ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ଥିବା ଏକ ହାଡ଼ଭଙ୍ଗା ଚିକିତ୍ସାଳୟ ( କ୍ଲିନିକ୍‌)ରେ ଚାଲୁଥିଲା ବେଆଇନ୍‌ ଗର୍ଭପାତ। ଶନିବାର ବିଳମ୍ବିତ ରାତ୍ରିରେ ଏ ନେଇ ଖବର ପାଇ ନୟାଗଡ଼ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣେ ଦମ୍ପତିଙ୍କୁ ଉଦ୍ଧାର କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖିଛି। ଦମ୍ପତିଙ୍କ ଘର କଟକ ଜିଲା ନରସିଂହପୁର ହୋଇଥିବା ବେଳେ ସେ ନୟାଗଡ଼କୁ ଗର୍ଭପାତ କରିବାକୁ ଆସିଥିଲେ। ସେହିଭଳି ଟାଉନ ଥାନାରେ ଅଟକ ଥିବା ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ଘର ନୟାଗଡ଼ ବ୍ଳକ ସରପଡ଼ା ଗ୍ରାମ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ନୂଆଗାଁ ବ୍ଳକ ଢେଙ୍କେଣା ଗ୍ରାମରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଉକ୍ତ ଦମ୍ପତିଙ୍କ ୪ ବର୍ଷର ଯାଆଁଳା ଶିଶୁ କନ୍ୟା ଅଛି। ମହିଳା ଜଣଙ୍କ ଏବେ ୩ ମାସର ଗର୍ଭବତୀ ହୋଇଥିବା ବେଳେ ତାଙ୍କ ପେଟରେ କନ୍ୟା ସନ୍ତାନ ଥିବା ଜାଣିବାକୁ ପାଇଥିଲେ। ମହିଳା ଜଣଙ୍କ ନରସିଂହପୁର ଅଞ୍ଚଳର ଏକ ନର୍ସିଂ ହୋମ୍‌ରେ ଦେଖାଉଥିବା ବେଳେ ସେଠାରେ ଥିବା ଜଣେ ନର୍ସ ନୟାଗଡ଼ରେ ଗର୍ଭପାତ ହେଉଥିବାର ନେଇ ସୂଚନା ଦେଇଥିଲେ। ଫଳରେ ଦମ୍ପତି ଜଣଙ୍କ ଶନିବାର ନୟାଗଡ଼କୁ ଆସିଥିଲେ। ଉକ୍ତ କ୍ଲିନକ୍‌ର ନାମ ନ ଥିବା ବେଳେ କାଗଜପତ୍ରରେ ନୟାଗଡ଼ ଡାଇଗ୍ଲୋଷ୍ଟିକ୍‌ ଲେଖାଯାଇଛି। ଶନିବାର ମହିଳା ଜଣଙ୍କୁ ସେଠାରେ ଥିବା ବ୍ୟକ୍ତି ଜଣଙ୍କ ମେଡ଼ିସିନ୍‌ ଓ ଇଞ୍ଜେକସନ୍‌ ଦେଇ ସାରିଥିବା ବେଳେ ରାତ୍ର ୧୧ଟା ୩୦ରେ ନୟାଗଡ଼ ପୋଲିସ ଟିମ୍‌ ପହଁଞ୍ଚିଥିଲା। ପରେ ମହିଳା ଜଣଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚଢ଼ାଉରେ ନୟାଗଡ଼ ତହସିଲଦାର ମନୋରଂଜନ ସାହୁ, ଏଡ଼ିଏମ୍‌ଓ ସୁରେଶ କୁମାର ମିଶ୍ର ଉପସ୍ଥିତ ଥିଲେ। ସେହିଭଳି କ୍ଲିନିକ୍‌କୁ ସିଲ୍‌ କରାଯାଇଥିବା ତହସିଲଦାର ମନୋରଂଜନ ସାହୁ ସୂଚନା ଦେଇଥିଲେ।


ପ୍ରକାଶଯୋଗ୍ୟ, ପୂର୍ବରୁ ନୟାଗଡ଼ ଜିଲା କନ୍ୟାଭ୍ରୁଣ ହତ୍ୟା ନିନ୍ଦା ମୁଣ୍ଡାଇଥିବା ବେଳେ ଏହି ଘଟଣା ଜିଲାକୁ ଆହୁରି ନିନ୍ଦିତ କରି ଦେଇଛି। ସେହିଭଳି ଅଟକ ହୋଇଥିବା ଜଣେ ଯୁବକ ସେଠାରେ ବର୍ଷେ ହେଲାଣି ଏହିଭଳି ବେଆଇନ୍‌ ଗର୍ଭପାତ ହୋଇଥିବା ନେଇ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଗଦ୍ୱାର ସମ୍ମୁଖରେ କୂଳ ଲଂଘିଲା ସମୁଦ୍ର

ପୁରୀ ଅଫିସ, ୭।୭: ସ୍ବର୍ଗଦ୍ୱାର ସମ୍ମୁଖରେ କୂଳ ଲଂଘିଛି ସମୁଦ୍ର। ଦେଖାଇଛି ଭୟଙ୍କର ରୂପ। ସୋମବାର ସମୁଦ୍ର ଉଗ୍ର ରୂପ ଧାରଣ କରି ପ୍ରାୟ ୪...

ନଗଡ଼ାରେ ବାଲ୍ୟବିବାହ, ଜନସଂଖ୍ୟା ବଢୁଛି

ଯାଜପୁର ଅଫିସ,୯ା୫: ଆଉ ମାସକ ପରେ ଯାଜପୁର ଜିଲା ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣାର ପର୍ଦ୍ଦାଫାସକୁ ୬ ବର୍ଷ ପୂରିବ। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ତତ୍ପରତା...

ରାଜଧାନୀରେ ପୁଣି ଗଡ଼ିବ ମୋ ସାଇକେଲ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ରାଜଧାନୀରେ ସାଇକେଲ ଚାଳକଙ୍କ ପାଇଁ ଖୁସି ଖବର ଆସିଛି। ପୁଣି ପୂର୍ବଭଳି ସ୍ମାର୍ଟସିଟିରେ ସମସ୍ତ ମୋ ସାଇକେଲ ଚାଲିବ । ଏ ନେଇ ସ୍ମାର୍ଟସିଟି...

ଓଡ଼ିଶା କେତେ ପ୍ରସ୍ତୁତ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚତ୍ପାରେ ବୋଲି ଡାଇରେକ୍ଟର ଅଫ୍‌ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍‌ଇଟି) ସିବିକେ ମହାନ୍ତି...

୨୯ ଯାଏ ଲକ୍‌ଡାଉନ୍‌: ସରକାରୀ କର୍ମଚାରୀଙ୍କ ପାଇଁ ପୁନଃ ଗାଇଡ୍‌ଲାଇନ୍‌; ଜାଣନ୍ତୁ କିଏ ଆସିବେ, କିଏ ଆସିବେନି ଅଫିସ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ଦେଶରେ ଘାତକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଓଡ଼ିଶାରେ ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ...

ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ, ବୁଧବାର ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ମଙ୍ଗଳବାର ଆରମ୍ଭ ହୋଇଛି ବଜେଟ ଅଧିବେଶନ। ଏହି ସମୟରେ ବିଧାନସଭାରେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା।...

ଧରିତ୍ରୀ ପ୍ରଭାବ; ୟୁନିଟ-୪ ହାଟ : ହଟିଲା ମାଛ, ପରିବା ଦୋକାନ 

ଭୁବନେଶ୍ୱର, ୧ା୪ (ବ୍ୟୁରୋ) : ଭିଡ଼ ନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀର ବିଭିନ୍ନ ପରିବା ହାଟକୁ ଖୋଲା ସ୍ଥାନ...

ଆଜି ରାଜ୍ୟରୁ ୧୫୭୨ ଆକ୍ରାନ୍ତ ଚିହ୍ନଟ, ଶୀର୍ଷରେ ଖୋର୍ଦ୍ଧା

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୫୭୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୪,୫୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

Advertisement
Archives

Model This Week