Posted inରାଜ୍ୟ

ହାଟବେଳେ ଭୁଶୁଡ଼ିଲା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି; ଚପିଗଲା ଚାରି ଜୀବନ

ଢେଙ୍କାନାଳ ଅଫିସ,୧୦ା୬

ହାଟର ନାଁ ଅଳସୁଆ। ହେଲେ ହାଟୁଆମାନେ ଆଦୌ ଅଳସୁଆ ନୁହନ୍ତି। ସେଥିପାଇଁ ପ୍ରତି ସପ୍ତାହର ଶେଷ ଦିନରେ ଭାରି ଭିଡ଼ ହୁଏ ଢେଙ୍କାନାଳ ଷ୍ଟେଶନ ବଜାର ରୋଡ୍‌ରେ ଥିବା ଏହି ହାଟରେ। ସବୁଥର ପରି ରବିବାର ବି ବସିଥିଲା ହାଟ। ଭଲ ବେପାର ଆଶାରେ ଆସିଥିଲେ ବ୍ୟବସାୟୀ। ତାଜା ପରିବା ନେବାକୁ ପହଞ୍ଚିଥିଲେ ଗରାଖ। କିଣା ବିକା ଜୋର୍‌ ଧରୁଥିବା ବେଳେ ହଠାତ୍‌ ଘଟିଗଲା ଏକ ଦୁର୍ଘଟଣା। ସକାଳ ୮ଟା ୧୫ରେ ଭୁଶୁଡ଼ି ପଡ଼ିଲା ହାଟ ନିକଟରେ ଥିବା ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ର ପାଚେରି, ଯାହା ତଳେ ଚପିଗଲା ୪ ବ୍ୟବସାୟୀଙ୍କ ଜୀବନ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ଏଥିସହିତ ଆହତମାନଙ୍କ ଚିକିତ୍ସା ବିନା ମୂଲ୍ୟରେ କରାଯିବ ବୋଲି ସେ କହିଛନ୍ତି।
ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଥିଲା ଢେଙ୍କାନାଳ ପୌର ପରିଷଦ ଅଧୀନରେ ଥିବା ଅଳସୁଆ ହାଟ। ଅପରାହ୍ନ ଯାଏ ଏହା ଚାଲିବାକୁ ଥିବାରୁ ଖରାରୁ ବର୍ତ୍ତିବା ପାଇଁ କେତେଜଣ ବ୍ୟବସାୟୀ ହାଟ ପାର୍ଶ୍ୱ ଡି. ହଂସରାଜ ନାମକ ଏକ ପରିତ୍ୟକ୍ତ ରାଇସ୍‌ମିଲ୍‌ର ପାଚେରି ଛାଇରେ ବସିଥିଲେ। କିଛି ଗ୍ରାହକ ସମ୍ପୃକ୍ତ ବେପାରୀଙ୍କଠାରୁ ପରିବା କିଣୁଥିବା ବେଳେ ୧୦ରୁ ଅଧିକ ବାଇକ୍‌ ସେଠାରେ ରହିଥିଲା। ଏହି ସମୟରେ ହଠାତ୍‌ ୪୦ ବର୍ଷ ପୁରୁଣା ଉକ୍ତ ପାଚେରି ଭୁଶୁଡି ପଡିଥିଲା। ଫଳରେ ଏହା ତଳେ ବସିଥିବା ୪ ପରିବା ବ୍ୟବସାୟୀ ସଦର ଥାନା ଚାଇଁପୁରପାଟଣାର ସଂଗ୍ରାମ ସାହୁ(୨୫), ଗେଙ୍ଗୁଟିଆ ଗ୍ରାମର ରାମଚନ୍ଦ୍ର ସାହୁ(୩୨), ଗୁରୁଜଙ୍ଗର ଅଭିମନ୍ୟୁ ବିଶ୍ୱାଳ(୬୫), ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି କମଗରା ସିଦ୍ଧପଡା ଗ୍ରାମର ମାୟାଧର ମଲିକ(୭୦) ଚାପି ହୋଇଯାଇଥିଲେ। ପରିବା ନେବାକୁ ଆସିଥିବା ସୋଗର କଣପାଳ ଗ୍ରାମର କିଣା ବେହେରା(୪୫), ସଦରଥାନା ଗୁଣ୍ଡିଚାପଡା ଗ୍ରୀଡ୍‌ର ସୁରକ୍ଷା କର୍ମୀ ଭାବେ କାମ କରୁଥିବା ଗଁଦିଆ ଥାନା ନୂଆଗଡର କାମେଶ ପାତ୍ର ଓ ରାସୋଳ ଥାନା ଗଞ୍ଜରା ଗ୍ରାମର ଶରତ ରାଉତ (୬୦) ମଧ୍ୟ ପାଚେରି ତଳେ ରହିଯାଇଥିଲେ। ହାଟରେ ଉପସ୍ଥିତ ଲୋକେ ପାଚେରି ତଳୁ ସମସ୍ତଙ୍କୁ ବାହାର କରିବାକୁ ଉଦ୍ୟମ କରୁଥିବା ବେଳେ ଖବରପାଇ ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିଥିଲେ। ଗୁରୁତର ଅବସ୍ଥାରେ ୭ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ା ହେଲେ ସେଠାରେ ଡାକ୍ତର ୪ ବେପାରୀ ସଂଗ୍ରାମ ସାହୁ, ରାମଚନ୍ଦ୍ର ସାହୁ, ଅଭିମନ୍ୟୁ ବିଶ୍ୱାଳ ଓ ମାୟାଧର ମଲିକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଘଟଣାରେ ସାମାନ୍ୟ ଆହତ ହୋଇଥିବା ଢେଙ୍କାନାଳ ସହର ଟାଉନ ପ୍ଲାନିଂ ଅଞ୍ଚଳର ୨ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଖବରପାଇ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ, ଏସ୍‌ପି ଅନୁପମା ଜେମ୍‌ସ ପ୍ରମୁଖ ଘଟଣାସ୍ଥଳ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ମୃତକଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୨୫ ହଜାର ଟଙ୍କା ଲେଖାଏ ସହାୟତା ଦିଆଯାଇଥିବା ବେଳେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ସଂକ୍ରାନ୍ତରେ ଟାଉନ ଥାନାରେ ନଂ. ୧୯/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଅନ୍ୟପଟେ ମୃତ ବ୍ୟବସାୟୀଙ୍କ ପରିବାରକୁ ଅଧିକ କ୍ଷତିପୂରଣ ଦାବିରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ସମୟରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ପ୍ରମୁଖ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାଶୁଝା କରିଥିଲେ। ଅଧିକ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶାସନ ପକ୍ଷରୁ ଲିଖିତ ଭାବେ ଜଣାଯାଇଛି ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେବାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ଦୁର୍ଘଟଣା ପରେ ପୌରସଂସ୍ଥା ପକ୍ଷରୁ ତୁରନ୍ତ ଅଳସୁଆ ହାଟ ପାର୍ଶ୍ୱରେ ଥିବା ଉକ୍ତ ପରିତ୍ୟକ୍ତ ପାଚେରିର ଅନ୍ୟ ଅଂଶ ସହ ପରିତ୍ୟକ୍ତ ଘର ଗୁଡିକୁ ଜେସିବି ମେଶିନ ସାହାଯ୍ୟରେ ଭଙ୍ଗା ଯାଇଥିଲା।
ଏ ସମ୍ପର୍କରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ମୃତ ବ୍ୟବସାୟୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରାଯାଇ ତୁରନ୍ତ ରେଡକ୍ରସ ପକ୍ଷରୁ ୨୫ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି। କଟକରେ ୩ ଗୁରୁତରଙ୍କ ଚିକିତ୍ସାର ତଦାରଖ କରାଯାଉଛି। ଯେଉଁମାନେ ସାମାନ୍ୟ ଆହତ ହୋଇଥିଲେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଛାଡି ଦିଆଯାଇଛି। ରାଇସମିଲ୍‌ କରିଥିବା ସଂସ୍ଥା କିଭଳି ଲିଜ୍‌ ନେଇଥିଲା ଏବଂ କେବେଠାରୁ ତାହା ବନ୍ଦ ପଡିଥିଲା ସେ ସମ୍ପର୍କରେ ତଦନ୍ତ କରାଯାଇ ନୋଟିସ୍‌ ଜାରି କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହାଟ ପାର୍ଶ୍ୱରେ ଥିବା ବିପଦସଙ୍କୁଳ ସମସ୍ତ ପାଚେରି, ଘରଗୁଡ଼ିକୁ ଭଙ୍ଗାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲେସିଆ ଫେରିଗଲା ଜିନ୍‌ ହ୍ବା: ଛାଡ଼ିଗଲା ସ୍ମୃତି, ଦେଇଗଲା ଅନେକ ଅନୁଭୂତି

ବ୍ରହ୍ମଗିରି, ୧୭-୯(ଡି.ଏନ୍‌.ଏ.):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାଜହଂସ ଓ ଖିରୀସାହି ମଝି ବଙ୍ଗୋପ ସାଗର କୂଳରେ ଅଟକିଥିବା ମାଲେସିଆର ପଣ୍ୟବାହୀ ଜାହାଜ ଜିନ୍‌ ହ୍ବା...

ଭଇଁରିଗୁଡା ପଞ୍ଚାୟତ ଉପ ର୍ନିବାଚନରେ ଭାଗ ନେବେ ୩୦୬୯ ଭୋଟର

ଜୁନାଗଡ଼,୨୩।୨(ଡି.ଏନ.ଏ) – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଭଇଁରିଗୁଡା ପଞ୍ଚାୟତ ଉପ ର୍ନିବାଚନ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

ସତ୍ୟନଗର ଶ୍ମଶାନ ବିଦ୍ୟୁତ୍‌ ଚୁଲା ଅଚଳ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ସତ୍ୟନଗର ଶ୍ମଶାନର ବିଦ୍ୟୁତ ଚୁଲା ମଙ୍ଗଳବାରଠାରୁ ଅଚଳ ହୋଇପଡିଛି। ଫଳରେ ଶୀଘ୍ର ଓ ସ୍ବଳ୍ପ ମୂଲ୍ୟରେ ମୃତଦେହ ପୋଡିବା ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହୋଇଛି।...

କରୋନା ଯୁଦ୍ଧରେ ଟେକ୍ନୋଲୋଜି ଅସ୍ତ୍ର

ସସ୍ମିତା ପାଇକରାୟ ଭୁବନେଶ୍ୱର,୬ା୫(ବ୍ୟୁରୋ): କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ଦେଶରେ ରୋଲ୍‌ ମଡେଲ ସାଜିଛି। ଯୁଦ୍ଧ ଜିତିବାକୁ ରାଜ୍ୟ ସରକାର ଟେକ୍ନୋଲୋଜି ବା ବୈଷୟିକ ଜ୍ଞାନ...

ମେ ୧୨ରେ ପରିବାର ଅଦାଲତରେ ହାଜର ହେବେ ସୁମିତ-ତପସ୍ବିନୀ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ବହୁଚର୍ଚ୍ଚିତ ବ୍ରହ୍ମପୁର ବ୍ରହ୍ମାନଗର ତପସ୍ବିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ବିବାଦ ସମାଧାନ ହୋଇନାହିଁ । କୋର୍ଟ ନିର୍ଦ୍ଦେଶ ପ୍ରକାରେ ତପସ୍ବିନୀଙ୍କୁ ସୁମିତ...

ମହାନଗର କମିଶନର, ଇଓଙ୍କୁ ଚିଠି ଲେଖିଲା ନଗର ଉନ୍ନୟନ ବିଭାଗ: ୩ ଦିନରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ସହାୟତା ରାଶି ଦିଅ

ଭୁବନେଶ୍ୱର,୩୦।୩(ବ୍ୟୁରୋ)- ରାଜ୍ୟର ସମସ୍ତ ମହାନଗର ନିଗମ, ମ୍ୟୁନିସିପାଲିଟି ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ଥିବା ସମସ୍ତ ଚିହ୍ନଟ ଓ ପଞ୍ଜୀକୃତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆସନ୍ତା ୩...

ଦୁବାଇରୁ ଆସୁଥିଲା ଟଙ୍କା

କଟକ ଅଫିସ,୨୧।୯: ବାଲେଶ୍ୱର ଚାନ୍ଦିପୁରରୁ ଆଇଟିଆର ତଥ୍ୟ ଲିକ ମାମଲାରେ ୫ ଜଣ ଗିରଫ ହୋଇଥିଲେ। ତେବେ ସେମାନଙ୍କଠାରୁ ପ୍ରତିଦିନ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି।...

‘ଆଞ୍ଚଳିକତାବାଦ ରାଜନୀତିରେ ବିଶ୍ୱାସ ନାହିଁ’

୨୦୧୯ ସାଧାରଣ ନିର୍ବାଚନ ପରେ ଭାଜପାରେ ଆରମ୍ଭ ହୋଇଥିବା ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ନିକଟରେ ଶେଷ ହୋଇଛି। କେନ୍ଦ୍ରରେ ଜଗତ୍‌ ପ୍ରକାଶ ନଡ୍ଡା ନୂଆ ରାଷ୍ଟ୍ରୀୟ...

Advertisement
Archives

Model This Week