Posted inଜାତୀୟ

ହାଇକୋର୍ଟରେ ଓକିଲ-ପୋଲିସ ସଂଘର୍ଷ ମାମଲା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪ା୧୧(ପି.ଟି.): ଦିଲ୍ଲୀର ତିସ୍‌ ହଜାରୀ ଜେଲ୍‌ ପରିସରରେ ଶନିବାର ଘଟିଥିବା ଓକିଲ-ପୋଲିସ ସଂଘର୍ଷ ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ରବିବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏସ୍‌.ପି. ଗର୍ଗ ଏହି ମାମଲାର ତଦନ୍ତ କରିବେ ବୋଲି ମୁଖ୍ୟ ବିଚାରପତି ଡି.ଏନ୍‌. ପଟେଲ ଏବଂ ଜଷ୍ଟିସ୍‌ ସି. ହରି ଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଗଣମାଧ୍ୟମ ରିପୋର୍ଟ ଆଧାରରେ ହାଇକୋର୍ଟ ନିଜଆଡୁ ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ।
ଏଥିସହିତ ତଦନ୍ତ ସମୟରେ ସ୍ବତନ୍ତ୍ର କମିଶନର ସଞ୍ଜୟ ସିଂ ଏବଂ ଅତିରିକ୍ତ ଡିସିପି ହରିନ୍ଦର ସିଂଙ୍କୁ ବଦଳି କରିବା ଲାଗି ଖଣ୍ଡପୀଠ ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଖଣ୍ଡପୀଠ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।
ଅପରାହ୍ଣରେ ତିସ୍‌ ହଜାରୀ କୋର୍ଟ କମ୍ପ୍ଲେକ୍ସରେ ପୋଲିସ ଓ ଆଇନଜୀବୀଙ୍କ ମଧ୍ୟରେ ସଂଘର୍ଷ ଘଟି ଅନେକ ପୋଲିସ ଓ ଆଇନଜୀବୀ ଆହତ ହୋଇଥିଲେ। ଏଥିସହିତ ୧୭ ଗାଡ଼ି ଭଙ୍ଗାରୁଜା କରାଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ ହୋଇଥିବା ଶୁଣାଣି ବେଳେ ଦିଲ୍ଲୀ ପୋଲିସ ଅଦାଲତଙ୍କୁ ଜଣାଇଥିଲେ। ଏହି ଘଟଣାରେ ଜଣେ ଏଏସ୍‌ଆଇଙ୍କୁ ନିଲମ୍ବିତ କରାଯିବା ସହ ଅନ୍ୟ ଜଣଙ୍କୁ ବଦଳି କରାଯାଇଛି। ସଂଘର୍ଷରେ ୨୧ ପୋଲିସ ଓ ୮ ଓକିଲ ଆହତ ହୋଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ ଆଇନଜୀବୀ ରାହୁଲ ମେହରା କୋର୍ଟରେ କହିଥିଲେ। ତେବେ ଓକିଲମାନଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା। ଅଧିକ ସଂଖ୍ୟାରେ ଓକିଲ ଆହତ ହୋଇଥିବା ସେମାନେ ଦର୍ଶାଇବା ସହ ପୋଲିସ ଗୁଳିରେ ଦୁଇଜଣ ଆହତ ହୋଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ICC ମାନ୍ୟତାରେ ବଡ଼ ପରିବର୍ତ୍ତନ: ତିନୋଟିଯାକ ଫର୍ମାଟରେ ଏକକାଳୀନ ବଦଳିଲା ନମ୍ବର ୧ ସ୍ଥାନ; ଶୀର୍ଷରେ ଅଭିଷେକ

ନୂଆଦିଲ୍ଲୀ,୨୮।୧୦: ସାମ୍ପ୍ରତିକ ICC ମାନ୍ୟତାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯେଉଁଥିରେ ତିନିଜଣ ଖେଳାଳି ନୂତନ ଭାବେ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି।…

ପବନରେ ଉଡ଼ି ରାସ୍ତାରେ ପଡ଼ିଲା ଗଜଲକ୍ଷ୍ମୀ ପୂଜା ଗେଟ୍‌

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲାରେ ବୁଧବାର ମଧ୍ୟାହ୍ନରୁ ବର୍ଷା ଓ ପବନ ଲାଗି ରହିଛି। ଏହାରି ଭିତରେ ଜୁନାଗଡ଼ ସହର ବଡ଼ପଡ଼ା…

ଅଟୋରୁ ୧୦୦ କେଜି ଗଞ୍ଜେଇ ଜବତ: ୨ ଜଣଙ୍କୁ ବାନ୍ଧିଲା ଅବକାରୀ ବିଭାଗ

କେସିଙ୍ଗା, ୨୮।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।…

ଅଭିଷେକ-ବୈଭବଙ୍କ ବ୍ୟାଟିଂ ଦେଖି ତାଜୁବ୍ ପାକିସ୍ତାନ! କାନ ଧରି ପୂର୍ବତନ କ୍ରିକେଟର କହିଲେ….

ନୂଆଦିଲ୍ଲୀ,୨୮।୧୦ : ଭାରତୀୟ ଓପନରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଚକିତ ହୋଇଯାଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର । ଅଭିଷେକ ଶର୍ମା ଓ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ…

ସ୍ମୃତି ମନ୍ଧାନାଙ୍କ ପାଇଁ ୩.୪୦ କୋଟି ଟଙ୍କାର ବୋଲି; WPL ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେଲେ…

ନୂଆଦିଲ୍ଲୀ,୨୮।୧୦: ମହିଳା ପ୍ରିମିୟର ଲିଗ (WPL) ପାଇଁ ନିଲାମ ଆଜି କୋଚିରେ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ମୋଟ ୧୪୬ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ…

ବର୍ଷାରେ କାନ୍ଥ ଭୁଶୁଡ଼ି ଆହତ ମହିଳାଙ୍କୁ ଭେଟିଲେ ତହସିଲଦାର-ବିଡିଓ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଲଗାଣ ବର୍ଷା ଯୋଗୁ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତର ଦିଆଁନିପାଟଣା ସାହିର ମଞ୍ଜୁଲତା ବରାଡ଼…

ଏତିକି ଟଙ୍କାର ଘରେ ରୁହନ୍ତି ବୈଭବ ସୂର୍ଯ୍ୟବଂଶୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପାଟନା,୨୮।୧୦:କ୍ରିକେଟ ପଡ଼ିଆରେ ବଡ଼ ବଡ଼ ବୋଲରଙ୍କ ସାମ୍ନାରେ ନିର୍ଭୀକ ଭାବେ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତା କେବଳ ତାଙ୍କ ରେକର୍ଡ ମଧ୍ୟରେ ସୀମିତ…

ପୁରୁଷୋତ୍ତମପୁରରେ ବାତ୍ୟାର ପ୍ରଭାବ: ଲଗାଣ ବର୍ଷା ସହ ପବନ, ଫସଲ ନଷ୍ଟ ଚିନ୍ତାରେ ଚାଷୀ

ପୁରୁଷୋତ୍ତମପୁର,୨୮ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି। ଏଠାରେ ୮୮.୦ ମିଲିମିଟର ବର୍ଷା ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?