ହସ ଓ କାନ୍ଦ

ଅଭିମନ୍ୟୁ ଧଳ
ହସକାନ୍ଦ ଭରା ଦୁନିଆ। ହସିବା ଓ କାନ୍ଦିବା ପରସ୍ପର ପରିପୂରକ। ହସିବା ଯେପରି ଦେହ ପାଇଁ ଉପକାରୀ, କାନ୍ଦିବା ମଧ୍ୟ ସେହିପରି ଉପକାରୀ। ମଣିଷ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଲେ ଆଖିରେ ଲୁହ ଆସିଯାଇଥାଏ। ଏହା ବ୍ୟତୀତ ନିକଟ ପରିଜନ କିମ୍ବା କୌଣସି ପ୍ରିୟବ୍ୟକ୍ତିଙ୍କର ଦେହାନ୍ତକୁ ନେଇ ଦୁଃଖରେ ଭାଙ୍ଗିପଡ଼ି ଅନେକେ କାନ୍ଦିଥାନ୍ତି। ଭାବପ୍ରବଣତାର ଲୁହ କୌଣସି ପଶୁପକ୍ଷୀଙ୍କ ଆଖିରୁ ଝରେନାହିଁ, କେବଳ ମଣିଷ ଆଖିରୁ ଝରିଥାଏ, ଏ କଥା କହିଛନ୍ତି ବୈଜ୍ଞାନିକ ଡର୍ବିନ୍‌। ଠାକୁରଙ୍କ ଭକ୍ତିରସରେ ନିମଗ୍ନ ଭକ୍ତ ଲୋତକ ଝରାଇ ପ୍ରାର୍ଥନା କରେ। ଝିଅ ବିଦା ବେଳେ ସମ୍ପର୍କୀୟଙ୍କ ଆଖିରୁ ଲୁହ ଝରିପଡ଼େ। ଦେହରେ ଯନ୍ତ୍ରଣା ହେଲେ ଲୁହ ଆସିଯାଇଥାଏ। ହସିବା ଓ କାନ୍ଦିବା ମଣିଷର ଜନ୍ମଗତ ଗୁଣ। ଏଥିରୁ କେହି ବାଦ୍‌ ପଡ଼ନ୍ତି ନାହିଁ। ଆନନ୍ଦ ସମୟରେ ଆଖିରୁ ଯେଉଁ କେତେ ଟୋପା ଲୁହ ଆସିଯାଏ ତାକୁ ଆନନ୍ଦାଶ୍ରୁ କହନ୍ତି। ହେଲେ ଏହାର କେତେକ ଉପକାରୀ ଗୁଣ ରହିଛି। ଅବଶ୍ୟ ଏ କଥା ଜାଣିବା ପରେ କେହି କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆମେ ଟେନ୍‌ସନଗ୍ରସ୍ତ ହେବା ପରେ ଆମର ମାନସିକତା ନକାରାତ୍ମକ ହୋଇଯାଏ। ଏହି ସମୟରେ ଯଦି ଆଖିରୁ ଦୁଇଟୋପା ଲୁହ ଖସିପଡ଼େ ତେବେ ତାହା କେତେକାଂଶରେ ଟେନ୍‌ସନକୁ ଦୂର କରିଥାଏ ବୋଲି ଆମେରିକାସ୍ଥିତ ଓ୍ବାଶିଂଟନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ କହିଛନ୍ତି। କିଛି ସମୟ କାନ୍ଦିବା ଫଳରେ ମନ କିଛି ପରିମାଣରେ ହାଲୁକା ହୋଇଯାଏ ଏବଂ ସମ୍ପୃକ୍ତ ବ୍ୟକ୍ତି ନୂଆ ଜିନିଷ ଚିନ୍ତା କରିବାରେ ସକ୍ଷମ ହୋଇଥାଏ। ବେଳେବେଳେ କାନ୍ଦିବା ଦ୍ୱାରା ମନରେ କେତେକ ନୂଆ ଚିନ୍ତାଧାରା ମଧ୍ୟ ଉଦ୍ରେକ ହୋଇଥାଏ। ଲୁହ ବହିଯିବା ପରେ ଜଣେ ମାନସିକ ଭାବେ ସୁସ୍ଥ ହୋଇଥାଏ। ଯେଉଁ ବ୍ୟକ୍ତି ନିଜର ପରାଜୟକୁ ନେଇ କାନ୍ଦିପାରେ, ସେହି ବ୍ୟକ୍ତି ପରାଜୟବରଣ କରି ଲୁହକୁ ଏକ ଦୁର୍ବଳତା ଭାବି କାନ୍ଦୁ ନ ଥିବା ବ୍ୟକ୍ତିଠାରୁ ଦୃଢ଼। ସୁଖରେ ହେଉ ବା ଦୁଃଖରେ ବାହାରି ଆସୁଥିବା ଲୁହକୁ ନ ଅଟକାଇ ବହିଯିବା ପାଇଁ ଦେଲେ ମନ ଖୁବ୍‌ ହାଲୁକା ଲାଗେ।
ଶିଶୁଟି ଭୂମିଷ୍ଠ ହେବାପରେ କୁଆଁରାବ ଦେଇଥାଏ। ତେଣୁ ପ୍ରତ୍ୟେକ ମଣିଷର ପ୍ରଥମ ଭାଷା ହେଉଛି କାନ୍ଦିବା। ଦେହରେ ଯନ୍ତ୍ରଣା କିମ୍ବା ଭୋକ ଲାଗିଲେ କାନ୍ଦିବା ମାଧ୍ୟମରେ ଶିଶୁଟି ଜଣେଇ ଦେଇଥାଏ। ସେମିତି ଶୈଶବ କାଳରେ ଅନେକ ମାନ, ଅଭିମାନ, ଦାବିକୁ ନେଇ ପିଲାଏ କାନ୍ଦିଥାନ୍ତି। ଏହାଦ୍ୱାରା ସେମାନଙ୍କର ଇଚ୍ଛା ପୂରଣ ହୋଇଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ଲୋତକ ବହିବା କମିଯାଇଥାଏ। ଅଭିନୟ କରୁଥିବା ଅଭିନେତା ବା ଅଭିନେତ୍ରୀ ଦୁଃଖଦ ପରିସ୍ଥିତିରେ ସ୍ବତଃପ୍ରବୃତ୍ତ ହୋଇ କାନ୍ଦିଥାନ୍ତି କିମ୍ବା ଗ୍ଲିସେରିନ୍‌ ଲଗାଇ କାନ୍ଦିବାର ଅଭିନୟ କରି ହଜାର ହଜାର ଦର୍ଶକଙ୍କୁ କନ୍ଦାଇ ଥାଆନ୍ତି। ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ କାନ୍ଦିଥାନ୍ତି। ପଦେ ପଦେ କଥାରେ କାନ୍ଦୁଥିବା ମହିଳାଙ୍କୁ ନାକକାନ୍ଦୁରୀ ବୋଲି କୁହାଯାଏ। ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଭଲ ଗୀତଟିଏ ଶୁଣିଲେ ୯୦ ପ୍ରତିଶତ ଲୋକଙ୍କ ଆଖିକୁ ଲୁହ ଆସିଯାଏ। ସେହିପରି କବିତା ଶୁଣି ବା ପଢ଼ି ୬୦ ପ୍ରତିଶତ ଓ ଭଲ ପେଣ୍ଟିଂଟିଏ ଦେଖି ୧୦ରୁ ୧୫ ପ୍ରତିଶତ ଲୋକଙ୍କ ଆଖିକୁ ଲୁହ ଆସିଯାଇଥାଏ।
ପୃଥକ୍‌ ସଂସ୍କୃତିରେ କାନ୍ଦିବାର ପ୍ରକୃତି ମଧ୍ୟ ପୃଥକ୍‌। ଆମେରିକାର ପୁରୁଷ ଏବଂ ମହିଳା ଉଭୟଙ୍କ କାନ୍ଦିବା ସବୁଠୁ ଆଗରେ। ସବୁଠାରୁ କମ୍‌ କାନ୍ଦୁଥିବା ପୁରୁଷ ବୁଲ୍‌ଗେରିଆ ଏବଂ କମ୍‌ କାନ୍ଦୁଥିବା ମହିଳା ଆଇସ୍‌ଲାଣ୍ଡ ଓ ରୋମାନିଆର। ଭାରତରେ ପୁରୁଷମାନେ କାନ୍ଦିବାକୁ ସମ୍ମାନଜନକ ଭାବନ୍ତି ନାହିଁ, ତେଣୁ ପ୍ରାୟତଃ ଲୁହକୁ ଲୁଚାଇବାକୁ ଚେଷ୍ଟା କରିଥାନ୍ତି।
ଜାପାନରେ ଅଛି ‘ମିତ୍‌ସୁଇ ଗାର୍ଡେନ ୟୋତ୍‌ସୁଆ’ ନାମକ ହୋଟେଲ। ମୁଖ୍ୟତଃ ମହିଳାମାନେ କାନ୍ଦିବା ପାଇଁ ସେଠାକୁ ଯାଇଥାନ୍ତି। କାନ୍ଦିଲେ ମାନସିକ ଅବସାଦ, ଉତ୍ତେଜନା, ଉତ୍କଣ୍ଠା ଆଦି ଦୂରହୁଏ। ବହେ କାନ୍ଦିଲେ ମାନସିକ ସ୍ଥିତିରେ ପରିବର୍ତ୍ତନ ଆସେ। ନିରୋଳାରେ କାନ୍ଦିବାକୁ ଚାହୁଁଥିବା ମହିଳାଙ୍କୁ ଏହା ପ୍ରକୋଷ୍ଠ ଯୋଗାଉଛି। ହଠାତ୍‌ କାନ୍ଦ ନ ଆସିଲେ ଦୁଃଖଦାୟକ ଚଳଚ୍ଚିତ୍ର ଦେଖାଇବାର ସୁବିଧା ରହିଛି। ଲୁହ ପୋଛିବା ପାଇଁ ଯୋଗାଇ ଦିଆଯାଉଛି ସ୍ବତନ୍ତ୍ର ଭାବେ ତିଆରି ତନ୍ତୁ କାଗଜ, କାନ୍ଦି କାନ୍ଦି ଗ୍ରାହକଙ୍କ ଆଖି ଓ ମୁହଁ ଫୁଲିବାରେ ଏହାର ଉପଚାର ପାଇଁ ସମସ୍ତ ବ୍ୟବସ୍ଥା ରହିଛି। ଗୋଟିଏ ରାତି ପାଇଁ କୋଠରିଟିଏ ନେଲେ ଭାରତୀୟ ମୁଦ୍ରାରେ ପ୍ରାୟ ପାଞ୍ଚ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ଗୁଜରାଟର ସୁରଟରେ ଏହିଭଳି ଏକ ‘କ୍ରାଇଙ୍ଗ୍‌ କ୍ଲବ’ ଅଛି। ଏହାର ସ୍ଲୋଗାନ ରହିଛି ‘ଟିୟର୍ସ ଟୁ ଚିୟର୍ସ’। ପ୍ରତି ରବିବାର ସକାଳୁ ଦଶଟାଯାଏ ମିଳିତ ହୋଇ ଲୋକେ କାନ୍ଦିଥାନ୍ତି।
ଆଖିରୁ ଲୁହ ଟୋପା ବାହାରିଲେ ଅନ୍ୟକୁ ପ୍ରଭାବିତ କରେ। କର୍ଟିସୋଲ ନାମକ ହରମୋନ ଶରୀର ପ୍ରତି କ୍ଷତିକାରକ। କାନ୍ଦିବା ଦ୍ୱାରା ଏହା ବାହାରିଯାଏ। ଆଖି ଶୁଷ୍କ ରହିବା ଦ୍ୱାରା ଅନେକ ସମସ୍ୟା ଦେଖାଦିଏ। ଆଖିକୁ ଶୁଷ୍କତାରୁ ରକ୍ଷା କରେ ଲୁହ। ଧୂଳିମଳି ସଫା କରିବା ସଙ୍ଗେ ସଙ୍ଗେ ଲୁହ ଆଖିକୁ କୀଟାଣୁମୁକ୍ତ କରିଥାଏ। ଏସବୁ ଜାଣିବା ପରେ ଆପଣ ସୁଖରେ ହେଉ ବା ଦୁଃଖରେ ବାହାରି ଆସୁଥିବା ଲୁହକୁ ଆଉ ଅଟକାଇବାକୁ ଚାହିଁବେ ନାହିଁ ନିଶ୍ଚୟ। କାରଣ ଲୁହ ବହିଯିବା ପରେ ଆପଣ ଖୁବ୍‌ ହାଲୁକା ଅନୁଭବ କରିବେ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମୋ-୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri