ହସ୍ପିଟାଲରେ ଋଷିଙ୍କୁ କେବେ ବି ଭେଟୁ ନ ଥିଲେ ବିଗ୍‌-ବି

ନୂଆଦିଲ୍ଲୀ: ଋଷି ଯୁଗରେ ପଡ଼ିଛି ଯବନିକା। ବଲିଉଡ୍‌କୁ ଗୋଟିଏରୁ ବଳି ଆଉ ଗୋଟିଏ ସୁପରହିଟ୍‌ ଫିଲ୍ମ ଭେଟିଦେଇଥିବା ଏହି ମହାନ୍‌ ଅଭିନେତା କର୍କଟ ଲଢ଼େଇରେ ହାରିଯାଇଛନ୍ତି। ଦୀର୍ଘ ୪ଦଶନ୍ଧିର ଅଭିନୟ ଜୀବନ ଭିତରେ ଅଗଣିତ ଦର୍ଶକଙ୍କ ମନରେ ଛାପ ଛାଡ଼ିଯାଇଥିବା ଋଷିଙ୍କ ପରଲୋକରେ ବଲିଉଡ୍‌ ଜଗତ ସ୍ତବ୍ଧ। ଏପରି ସମୟରେ ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ଘନିଷ୍ଠ ବନ୍ଧୁ ଋଷିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଭାବପୂର୍ଣ୍ଣ ବ୍ଲଗ୍‌। ଏଥିରେ ସେ ହସ୍ପିଟାଲରେ ଋଷିଙ୍କୁ ନ ଭେଟିବାର କାରଣ କହିଛନ୍ତି। ଋଷିଙ୍କ ହସହସ ଚେହେରାରେ ସେ ଯନ୍ତ୍ରଣା ଦେଖିବାକୁ ଚାହୁଁ ନ ଥିଲେ। ତେଣୁ ଚିକିତ୍ସାଧୀନ ଥିବାବେଳେ ସେ କେବେ ବି ତାଙ୍କୁ ଭେଟିବାକୁ ଡାକ୍ତରଖାନା ଯାଉ ନ ଥିବା ବିଗ୍‌-ବି ନିଜ ବ୍ଲଗ୍‌ରେ ଲେଖିଛନ୍ତି।
ଅମିତାଭ ନିଜ ବ୍ଲଗ୍‌ରେ ଉଲ୍ଲେଖ କରିଛନ୍ତି, ସେ ଅନେକ ଥର ରାଜ କପୁରଙ୍କ ଚେମ୍ବୁରସ୍ଥିତ ଘର ‘ଦେବନାର କଟେଜ୍‌’କୁ ଯାଇଛନ୍ତି। ସେତେବେଳେ ଅଝଟ ହେଉଥିବା ଚିଣ୍ଟୁ (ଋଷି)ଙ୍କୁ ସେ ଦେଖିଛନ୍ତି। ସେହିପରି ଆର୍‌କେ ଷ୍ଟୁଡିଓରେ ‘ବବି’ ଫିଲ୍ମ ପାଇଁ ଋଷି ପ୍ରଶିକ୍ଷଣ ନେଉଥିବାବେଳେ ବି ବେଶ୍‌ ଉତ୍ସାହୀ ଥିଲେ। ତାଙ୍କ ପାଖରେ ଶିଖିବାର ଭୋକ ଥିଲା। ଋଷିଙ୍କୁ ଚାଲିବା ଶୈଳୀ ସବୁଠୁ ଆକର୍ଷଣୀୟ। ଏହା ତାଙ୍କ ଜେଜେ ପୃଥ୍ବୀରାଜ କପୁରଙ୍କ ସହ ମେଳ ଖାଉଥିଲା। ଅମର ଆକବର ଏନ୍ଥୋନୀ, ନସୀବ, କଭି କଭି, ୧୦୨ ନଟ୍‌ ଆଉଟ୍‌ ଭଳି ଚଳଚ୍ଚିତ୍ରରେ ଋଷିଙ୍କ ସହ ଅଭିନୟ କରିଥିବା ଅମିତାଭ ନିଜର ବ୍ଲଗ୍‌ରେ ଏକଥା ବି ଦର୍ଶାଇଛନ୍ତି ଯେ, ଦୁହେଁ ଏକାଠି ଅନେକ ଫିଲ୍ମରେ କାମ କରିଛନ୍ତି। ତାଙ୍କ ପ୍ରତିଟି ଶବ୍ଦକୁ ଅମିତାଭ ଭରସା କରୁଥିଲେ। ଋଷିଙ୍କ ଅନ୍ୟ କେହି ବିକଳ୍ପ ନ ଥିଲେ। ସେ ନିଜର ଅଭିନୀତ ଗୀତଗୁଡ଼ିକରେ ଯେଭଳି ଚମତ୍କାର ଢଙ୍ଗରେ ଲିପ୍ସଂ କରୁଥିଲେ ତାହା ଅନ୍ୟ କେହି କରିପାରିବେନି। ଫିଲ୍ମସେଟ୍‌ରେ ମଧ୍ୟ ବେଶ୍‌ ଚଳଚଞ୍ଚଳ ଥିଲା ତାଙ୍କ ସ୍ବଭାବ। ଶୁଟିଂ ବେଳେ ଫାଙ୍କା ସମୟ ମିଳିଲେ ସେ ତାସ୍‌ ଖେଳିବାକୁ ଡାକୁଥିଲେ। ମେଡିକାଲରେ ଥିବାବେଳେ ବିଗ୍‌-ବି ଥରେ ବି ତାଙ୍କୁ ଭେଟିବାକୁ ଯାଇନାହାନ୍ତି। କାରଣ ଋଷିଙ୍କ ହସହସ ଚେହେରାରେ ଯନ୍ତ୍ରଣା ଦେଖିବାକୁ ଚାହୁଁ ନ ଥିଲେ ଅମିତାଭ୍‌। ଶେଷରେ ବିଗ୍‌-ବି ଲେଖିଛନ୍ତି ଯେ, ସେ ନିଶ୍ଚିନ୍ତ। ଋଷି ଦୁନିଅଁା ଛାଡ଼ିବା ବେଳକୁ ନିଶ୍ଚିତ ଭାବେ ଏକ ଶାନ୍ତ ହସ ସହ ବିଦାୟ ନେଇଥିବେ। ଋଷି କପୁରଙ୍କ ଉଦ୍ଦେଶ୍ୟରେ ଅମିତାଭ୍‌ ଲେଖିଥିବା ଏପରି ହୃଦୟସ୍ପର୍ଶୀ ବ୍ଲଗ୍‌ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ସାଉଁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

୭୧ ବର୍ଷରେ ବି ଚମକୁଛନ୍ତି ହେମାମାଳିନୀ, ଜାଣନ୍ତୁ ସୌନ୍ଦର୍ଯ୍ୟର ରହସ୍ୟ

ବଲିଉଡ୍‌ ଡ୍ରିମ୍‌ଗର୍ଲ ହେମାମାଳିନୀଙ୍କ ସୌନ୍ଦର୍ଯ୍ୟର ଦିଓ୍ବାନା ଅନେକ ଅଛନ୍ତି। ୭୧ ବର୍ଷରେ ବି ତାଙ୍କ ସ୍କିନ୍‌ ଚକମୁଛି। ଏହା ଦେଖି ତାଙ୍କ ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।...

ଦିନକୁ ତିନିଥର ଉଷୁମ ପାଣି ପିିଏ

ଶୋଭନା ମିଶ୍ର। ଟେଲି ଜଗତରେ ଜଣେ ସୁପରିଚିତ ନାଁ। ଟେଲିଭିଜନରେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମରେ ଆଙ୍କରିଂ କରନ୍ତି। ନିଜ କଥାର ଯାଦୁରେ ସେ ଦୀର୍ଘ ସମୟ...

ମନକଥା କହିଲେ ସମନ୍ଥା, ବିବାହ ପରେ କମିଛି ଫିଲ୍ମରେ କାମ କରିବା ସୁଯୋଗ

ମୁମ୍ବାଇ: ବିବାହ ପରେ ଅଭିନେତାମାନଙ୍କ ପାଇଁ କିଛି ବି ବଦଳି ନ ଥିଲେ ହେଁ ଅଭିନେତ୍ରୀଙ୍କ କ୍ଷେତ୍ରରେ ଅନେକ କିଛି ବଦଳିଯାଇଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି...

୧୪ ବର୍ଷ ପରେ ଛୋଟପରଦାକୁ ଫେରୁଛି ଶକ୍ତିମାନ

ଛୋଟପରଦାରେ ଏକଦା ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲା ‘ଶକ୍ତିମାନ’ ସିରିୟଲ୍‌। ବିଶେଷକରି ଏହା ପିଲାମାନଙ୍କର ବହୁ ପସନ୍ଦ ଆସିଥିଲା। ଏତେ ପସନ୍ଦ ଆସିଥିଲା ଯେ, ସେମାନେ...

ଯେଉଁଠି ୫୦ ଟଙ୍କା ପାଇଁ ଲଗାଯାଏ ଜୀବନ ବାଜି

ବିଶ୍ୱରେ ଏମିତି ଅନେକ ପ୍ରକାରର ପରମ୍ପରା ରହିଛି, ଯାହା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ଆଶଙ୍କା ବି ସୃଷ୍ଟି ହୁଏ। ଏଭଳି ଏକ ପରମ୍ପରା...

ପ୍ରାଣୀ ଅଙ୍ଗରୁ ଚାଲିଛି ଔଷଧ ପ୍ରସ୍ତୁତି ପ୍ରୟାସ

ନୂଆଦିଲ୍ଲୀ: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭୂତାଣୁ ଆଜି ବିଶ୍ୱର ଅନେକ ଦେଶକୁ ଗ୍ରାସ କରିସାରିଲାଣି। ଏଥିରେ ଲକ୍ଷାଧିକ ଲୋକ ଆକ୍ରାନ୍ତ...

ଝିଅ ବାହାଘର ହେଉଛି ୫୧ ଟଙ୍କାରେ

ରାଞ୍ଚି: ହଜାର କି ଶହେ ନୁହେଁ ୫୧ ଟଙ୍କାରେ ଝିଅ ବାହାଘର ହେଉଛି ରାଞ୍ଚିର ପାହାଡି ମନ୍ଦିରରେ। ଏହି ମନ୍ଦିରରେ ପୂଜା କରିବା ବ୍ୟୟବହୁଳ ହୋଇଥିତ୍ବାବେଳେ...

ବଲିଉଡ୍‌ର କେଉଁ ଅଭିନେତ୍ରୀଙ୍କ ଡାକ ନାମ କ’ଣ ଜାଣନ୍ତି…

ବଲିଉଡ୍‌ର ଅଭିନେତ୍ରୀମାନଙ୍କ ପ୍ରକୃତ ନାମ ଜାଣିଛନ୍ତି। ମାତ୍ର ସେମାନଙ୍କର ପରଦା ପଛର ବି ବେଶ୍‌ କୌତୁକିଆ ନାଁ ରହିଛି। ଜାଣନ୍ତୁ କେଉଁ ଅଭିନେତ୍ରୀଙ୍କୁ ତାଙ୍କ ଘରେ...


Coronavirus Update

Archives

Model This Week

Why Dharitri