Posted inଖେଳ

ହସିନ ଜାହାନ ଗିରଫ

ଲକ୍ଷ୍ନୌ, ୩୦ା୪-ଶ୍ୱଶୁର ଘରେ ଗଣ୍ଡଗୋଳ ପାଇଁ କ୍ରିକେଟର ମହମ୍ମଦ ସାମିଙ୍କଠାରୁ ଦୀର୍ଘ ଦିନ ଧରି ଅଲଗା ରହୁଥିବା ତାଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ପୋଲିସ ପ୍ରଥମେ ଗିରଫ କରି ପରେ ଛାଡ଼ିି ଦେଇଥିବା ଜଣାପଡ଼ିଛି। ଜାହାନ ରବିବାର ରାତିରେ ସାହାସପୁର ଅଲି ନଗରଗ୍ରାମସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ। ଶ୍ୱଶୁରଘର ଲୋକେ କିନ୍ତୁ ତାଙ୍କୁ ଘରଛାଡ଼ି ଚାଲିଯିବା ଲାଗି କହିଥିଲେ। ଜାହାନ ତାହା ନ ଶୁଣି ଗୋଟିଏ ରୁମ୍‌ରେ ସେ ଓ ତାଙ୍କ ପିଲାକୁ ବନ୍ଦ କରି ରଖିଥିଲେ। ଶ୍ୱଶୁର ଘର ଲୋକେ ପୋଲିସ ସହାୟତା ଲୋଡିଥିଲେ। ପୋଲିସ ଉଭୟପକ୍ଷଙ୍କ ମଧ୍ୟରେ ବୁଝାମଣା କରିବାରେ ବିଫଳ ହୋଇଥିଲେ। ଶେଷରେ ସେମାନେ ଜାହାନଙ୍କୁ ଗିରଫ କରିଥିଲେ। ଜାହାନଙ୍କୁ ଖବରଦାତାମାନେ ଏ ବିଷୟରେ ପଚାରିବାରୁ ସ୍ବାମିଙ୍କ ଘରକୁ ଆସିବା ମୋର ବ୍ୟକ୍ତିଗତ ଅଧିକାର ରହିଛି। ମାତ୍ର ମୋ ଶ୍ୱଶୁର ଘର ଲୋକେ ମୋତେ ଦୁର୍ବ୍ୟବହାର କରୁଛନ୍ତି। ପୋଲିସ ସେମାନଙ୍କୁ ଗିରଫ କରିବା ପରିବର୍ତ୍ତେ ସମର୍ଥନ କରି ମୋତେ ଗିରଫ କରିଛି। ମହମ୍ମଦ ଶାମି ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ବ୍ୟସ୍ତ ଅଛନ୍ତି। ସେ କିଙ୍ଗ୍ସ ଇଲେଭେନ ପଞ୍ଜାବ ତରଫରୁ ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୋର୍ଗାନଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା

ମୁମ୍ବାଇ, ୨୨ା୪ (ପି.ଟି.)-ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଆଇପିଏଲ୍‌ ମ୍ୟାଚ ବେଳେ ଏକ ସ୍ଲୋ ଓଭର ରେଟ୍‌ ପାଇଁ କୋଲକାତା ନାଇଟ ରାଇଡର୍ସ ଅଧିନାୟକ...

ଟସ୍‌ ହାରିଲା ଶାହରୁଖ ଖାନଙ୍କ ନାଇଟ୍‌ ରାଇଡର୍ସ ଦଳ; ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ

ଆବୁଧାବି, ୨୬।୯: ଆଇପିଏଲ୍‌-୧୩ତମ ସିଜନର ୮ମ ମୁକାବିଲାରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସର ମୁକାବିଲା ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ସହ ହେବ। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ...

ଗ୍ୟାଲୋରୀରେ ଗର୍ଲଫ୍ରେଣ୍ଡଙ୍କୁ ଚୁମ୍ବନ ଦେଇ ପ୍ରପୋଜ କରୁଥିଲେ ଭାରତୀୟ ଦର୍ଶକ, ଖେଳାଳି ମାରିଲେ ତାଳି

ସିଡନୀ,୨୯।୧୧: ଆୟୋଜକ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆରେ ଭାରତୀୟ ଦଳକୁ ପୁଣି ୫୧ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ କୋହଲି ୮୯ରନ୍‌ର ଇଂନିଶ ଖେଳିଥିଲେ। ଅର୍ଦ୍ଧଶତକ...

ବିଶ୍ୱର ସବୁଠାରୁ ଧନୀ ଟି-୨୦ ଲିଗ୍‌ ଆରମ୍ଭ କରିବ ସାଉଦିଆରବ

ବିଶ୍ୱର ସବୁଠାରୁ ଧନୀ ଟି-୨୦ ଲିଗ୍‌ ଆରମ୍ଭ କରିବାକୁ ସାଉଦିଆରବ। ଆଇପିଏଲ ମାଲିକ ଏବଂ ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ ଇଣ୍ଡିଆ (ବିସିସିଆଇ)କୁ ଅଫର ଦେଇଛି।...

ଆରମ୍ଭ ହେଲା ଦାଦାଙ୍କ ରାଜୁତି: ବିସିସିିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଲେ

ମୁମ୍ବାଇ,୨୩।୧୦: ଭାରତର ସବୁଠାରୁ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ବାର୍ଷିକ ସାଧାରଣ ବୈଠକରେ ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ଫଳରେ ସୁପ୍ରିମ...

 ବଢ଼ୁଛି କ୍ରେଜ୍‌: ଲିଜେଣ୍ଡସ୍‌ ଲିଗ୍‌ରେ ଖେଳିବା ନେଇ ସ୍ପଷ୍ଟ କଲେ କ୍ରିସ ଗେଲ୍‌ଙ୍କ ସମେତ ଆଉ ୫ ଭେଟେରାନ୍‌

ନୂଆଦିଲ୍ଲୀ,୨୦।୧: ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ ଫେବୃୟାରୀ ୨୭ରୁ ମାର୍ଚ୍ଚ ୮ ଯାଏ ଖେଳାଯିବ। ଏଥିରେ ଶାହିଦ ଆଫ୍ରିଦି, ମିସବା-ଉଲ୍‌-ହକ୍‌ ଏବଂ ଏସ୍‌. ଶ୍ରୀସନ୍ତଙ୍କ...

ହାର୍ଦ୍ଦିକ କହିଲେ କିଏ ପ୍ରିୟ

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପରେ ଏବେ ଜାତୀୟ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ନିଜର ଯୁବ ସମୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ...

ପରାଜୟ ସ୍ୱୀକାର କଲା ଡିସି …

ମୁମ୍ବାଇ, ୨।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ବିଜୟ ହାସଲ କରିଛି । ୧୪...

Advertisement
Archives

Model This Week