ହସନ୍‌ପୁର ଆଶ୍ରମ ବିଦ୍ୟାଳୟରେ ତୁମୁଳକାଣ୍ଡ: ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ, ୩।୧୧-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବାଲେଶ୍ୱର ସଦର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧୀନ ହସନ୍‌ପୁର ଆଶ୍ରମ ବିଦ୍ୟାଳୟରେ ଠିକ୍‌ ଭାବେ ପାଠପଢା ଯାଉ ନ ଥିବା ଏବଂ ଦୁଇଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସମ୍ପର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରୀମାନେ ଶନିବାର ସକାଳେ ଛାତ୍ରୀନିବାସ ଛାଡି ଫାଟକ ସାମ୍ନାରେ ବସି ରହିଥିଲେ। ଏହି ଘଟଣା ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସେଠାରେ ଅଟକ ରଖିଥିଲେ। ଖବରପାଇ ଜିଲା ଜନମଙ୍ଗଳ ଅଧିକାରୀ ରାଜୀବ କୁମାର ସାହୁ ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଉପସ୍ଥିତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପରେ ଜନମଙ୍ଗଳ ଅଧିକାରୀ ଅଭିଯୁକ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଧରି ଜିଲା କାର୍ଯ୍ୟାଳୟକୁ ଆଣୁଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରିଯାଇ ଟଣାଓଟରା କରିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ଜିଲା ଜନମଙ୍ଗଳ ଅଧିକାରୀ ତୁରନ୍ତ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇ ସେହି ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଗାଡିରେ ବସାଇ ପୂର୍ବାହ୍ନ ୧୦ଟା ବେଳେ ଜିଲା କାର୍ଯ୍ୟାଳୟକୁ ନେଇ ଆସିଥିଲେ। ପରିସ୍ଥିତି ଶାନ୍ତ ପଡିବାରୁ ବିଦ୍ୟାଳୟରେ କିଛି ସମୟ ବିଳମ୍ବରେ ଷାଣ୍ମାସିକ ପରୀକ୍ଷା କରାଯାଇଥିବା ଜଣାପଡିଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏହାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବା ସକାଶେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ପୂର୍ବରୁ ଚାନ୍ଦା ମାଗି ବିଫଳ ହୋଇଥିବା ଏବଂ ଜଣେ ଛାତ୍ରୀଙ୍କୁ ଛାତ୍ରୀନିବାସରୁ ବାହାର କରି ଦିଆଯିବା ଘଟଣା ନେଇ ସେ ଛାତ୍ରୀ ଓ ଗ୍ରାମବାସୀଙ୍କୁ ମତାଇ ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ନେଇ ଅଭିଯୁକ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅଭିଯୁକ୍ତ ଶିକ୍ଷକ ମଧ୍ୟ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ପ୍ରଧାନଶିକ୍ଷକ ରାଜୀବଲୋଚନ ପାତ୍ରଙ୍କୁ ନୀଳଗିରି ସଜନାଗଡସ୍ଥିତ ବଣଭୂଇଁ ଆଶ୍ରମ ସ୍କୁଲ ଓ ଶିକ୍ଷୟିତ୍ରୀ ସବିତା ବିଶ୍ୱାଳଙ୍କୁ ଜଳେଶ୍ୱରସ୍ଥିତ କବାଟଘାଟି ଆଶ୍ରମ ସ୍କୁଲକୁ ବଦଳି କରାଯାଇଛି।
ଜିଲା ମଙ୍ଗଳ ଅଧିକାରୀଙ୍କ ତଦନ୍ତ ବେଳେ ଆନ୍ଦୋଳନକାରୀ ଛାତ୍ରୀ ଦର୍ଶାଇଥିଲେ ଯେ, ଆଶ୍ରମ ବିଦ୍ୟାଳୟରେ ୨୪୦ ଛାତ୍ରୀଛାତ୍ର ପାଠ ପଢୁଥିବା ବେଳେ ମାତ୍ର ୫ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ରହିଛନ୍ତି। ଏହା ପରିସରରେ ଥିବା ଛାତ୍ରୀନିବାସରେ ୧୬୦ ଛାତ୍ରୀ ରହିଛନ୍ତି। ଶ୍ରେଣୀଗୃହରେ ଠିକ୍‌ ଭାବେ ପାଠପଢା ଯାଉ ନ ଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡିଛି। ଏପରିସ୍ଥଳେ ହଷ୍ଟେଲ ଦାୟିତ୍ୱ ତୁଲାଉଥିବା ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକଙ୍କ ସହ ଅନେକ ସମୟରେ ମିଳାମିଶା କରି ଗପିବା ଘଟଣା ଦେଖି ସେମାନେ ନାପସନ୍ଦ କରି ପ୍ରତିବାଦ ଜଣାଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶନିବାର ପୂର୍ବାହ୍ନ ୭ଟା ସମୟରେ ସେମାନେ ହଷ୍ଟେଲରୁ ଜିନିଷପତ୍ର ଧରି ବାହାରି ଆସି ସ୍କୁଲ ଗେଟ୍‌ ଆଗରେ ଧାରଣା ଦେଇଥିଲେ। ଏହାପରେ ସ୍ଥାନୀୟ ଲୋକେ ପହଞ୍ଚି ସେଠାରେ ହୋହଲ୍ଲା କରିଥିଲେ।
ଜିଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ହସନ୍‌ପୁର ଆଶ୍ରମ ବିଦ୍ୟାଳୟ ଘଟଣା ସମ୍ପର୍କରେ ଖବରପାଇ ପୋଲିସ୍‌ ସହ ବିଦ୍ୟାଳୟରେ ପହଞ୍ଚତ୍ଥିଲି। ସେଠାରେ ଅଟକ ଥିବା ଉଭୟ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ଉଦ୍ଧାର କରି ଛାତ୍ରୀମାନଙ୍କୁ ବୁଝାଶୁଝା କରି ବିଦ୍ୟାଳୟକୁ ପଠାଇଥିଲି। ଏହାପରେ ସେମାନଙ୍କ ଷାଣ୍ମାସିକ ପରୀକ୍ଷା କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିବ।
ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷକ ରାଜୀବଲୋଚନ ପାତ୍ର କହିଛନ୍ତି, କିଛିଦିନ ପୂର୍ବରୁ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ବିଭାଗୀୟ ଅଧିକାରୀ ଓ କମିଟି ସଦସ୍ୟଙ୍କ ନିଷ୍ପତ୍ତିକ୍ରମେ ବିଦ୍ୟାଳୟରୁ ବାହାର କରିଦେବା ଘଟଣା ନେଇ ଜନୈକ ରାଜନୈତିକ ବ୍ୟକ୍ତି ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି। ଛାତ୍ରୀମାନଙ୍କୁ ମତାଇ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅନୈତିକ ସମ୍ପର୍କ କଥା ଉଠାଉଛନ୍ତି। ବିତାଡ଼ିତ ଛାତ୍ରୀଙ୍କ ମା’ ଏବଂ ଚାନ୍ଦା ମାଗୁଥିବା ରାଜନୈତିକ ବ୍ୟକ୍ତିଙ୍କର କେତେକ ସମର୍ଥକ ବିଦ୍ୟାଳୟ ଭିତରେ ପଶି ମୋତେ ଆକ୍ରମଣ କରିଥିବାରୁ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଛି। ସେହିପରି ଛାତ୍ରୀ ନିବାସ ପରିଚାଳିକା ସବିତା ବିଶ୍ୱାଳ ଏହି ଘଟଣାକୁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିଛନ୍ତି। ଜିଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଶ୍ରମ ବିଦ୍ୟାଳୟରୁ ଫେରିବା ପରେ ଜିଲାପାଳଙ୍କୁ ଲିଖିତ ଭାବେ ସବୁ କଥା ଜଣାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମୁଛି ସୁବର୍ଣ୍ଣରେଖା, ବଢୁଛି ଦୁର୍ଦ୍ଦଶା

ବାଲେଶ୍ୱର ଅଫିସ, ୨୩।୮:ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜ୍‌ରୁ ମୋଟ୍‌ ୨୦ଟି ଗେଟ୍‌ ଖୋଲାଯାଇଥିବାରୁ ଉତ୍ତର ବାଲେଶ୍ୱରରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ରାଜଘାଟସ୍ଥିତ...

ରାସ୍ତାରେ ପାଠ ପଢିଲେ ଛାତ୍ରୀଛାତ୍ର

ଖଇରା/ଔପଦା, ୧୬।୭ (ଡି.ଏନ.ଏ.) ବାଲେଶ୍ବର ଜିଲା ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତ ଅଧୀନ ଦନ୍ତୋର ନୋଡାଲ ହାଇସ୍କୁଲରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରା ନ...

ବରିଷ୍ଠ କଂଗ୍ରେସ ନେତା ଧନୁର୍ଦ୍ଧର ଆୟଚଙ୍କ ପରଲୋକ: ଶୋକ ପ୍ରକାଶ କଲେ ଜୟଦେବ ଯେନା

ହାଟଡିହୀ,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଶଙ୍ଖଣା ଗ୍ରାମର ବରିଷ୍ଠ କଂଗ୍ରେସ ନେତା ଧନୁର୍ଦ୍ଧର ଆୟଚ(୬୬)ଙ୍କର ଗୁରୁୁୁବାର ଅପରାହ୍ନରେ ପରଲୋକ ଘଟିଛି। କିଛିଦିନଧରି ସେ...

ଗ୍ରାହକଙ୍କ ନିରାପତ୍ତାକୁ ଦିଆଯାଉଛି ପ୍ରାଥମିକତା

ବାଲେଶ୍ୱର ଅଫିସ, ୧୯ ।୨ ବିଦ୍ୟୁତ ଆବଣ୍ଟନର ଦାୟିତ୍ୱ ନେଇ ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ପ୍ରାଇଭେଟ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ଉତ୍ତରଓଡ଼ିଶାରେ ବିଦ୍ୟୁତ୍‌ ସଂସ୍କାର କ୍ଷେତ୍ରରେ...

ସ୍ବାସ୍ଥ୍ୟକର୍ମୀଙ୍କୁ ତାଲା ପକାଇଲେ ଲୋକେ

ବାଲେଶ୍ୱର ଅଫିସ,୧୬।୭: ବାଲେଶ୍ୱର ଜିଲା ସୁନହଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକାଦାନକୁ ନେଇ ଉତ୍ତେଜନା ଦେଖା ଦେଇଛି। ମଡ଼ିକାଲର ସ୍ବାସ୍ଥ୍ୟକର୍ମୀଙ୍କୁ ଲୋକେ ଘରେ ପୁରାଇ ତାଲା...

ଜାତୀୟ ରାଜପଥରେ ଗୁଳିକାଣ୍ଡ: ଦୁର୍ବୃତ୍ତ ଲୁଟିନେଲେ ୬ ଲକ୍ଷ ୨୦ ହଜାର

ବାଲେଶ୍ୱର ଅଫିସ,୨୮ା୧୨: ବାଲେଶ୍ବର ଜାତୀୟ ରାଜପଥ ବଣପାରିଆ ଷ୍ଟେଟ୍‌ ବ୍ୟାଙ୍କ ନିକଟରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଜେସିବି କମ୍ପାନୀର ଆକାଉଣ୍ଟାଣ୍ଟ ଗୁରୁତର ହୋଇ ଜିଲା...

ବର୍ଜ୍ୟବସ୍ତୁ ସଂଗ୍ରହ କରିବ ଭ୍ରାମ୍ୟମାଣ ଭ୍ୟାନ୍‌

ଭଦ୍ରକ ଅଫିସ, ୨୨।୭ – ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ସମସ୍ତ ୱାର୍ଡରୁ ଏଣିକି ଦୁଇଟି ଭ୍ରାମ୍ୟମାଣ ଭ୍ୟାନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିବ। ଏଥିପାଇଁ ସୋମବାର ପୌରପାଳିକା...

ବ୍ରାଉନ୍‌ସୁଗାର ବେପାରୀଙ୍କୁ ଧରିଲେ ଗାଁ ଲୋକେ

ଜଳେଶ୍ୱର,୪ା୧(ଡି.ଏନ.ଏ.): ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଅଣାଯାଇ ଓଡ଼ିଶାର ଜଳେଶ୍ୱର ଅଞ୍ଚଳରେ ଅବାଧରେ ଚୋରା କାରବାର କରାଯାଉଛି। ବ୍ରାଉନ୍‌ସୁଗାର ବ୍ୟବସାୟୀମାନେ ଏବେ ସହର ଛାଡି ଗ୍ରାମାଞ୍ଚଳର ଯୁବକମାନଙ୍କୁ କାର୍ଯ୍ୟରେ...

Advertisement
Archives

Model This Week