ହଟ୍‌ସ୍ପଟ୍‌ ଅଞ୍ଚଳରେ ହେବ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌: ୩୦ ମିନିଟ୍‌ରେ ଚିହ୍ନଟ ହେବେ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପରିସ୍ଥଳେ ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍‌ଆର୍‌) ପକ୍ଷରୁ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ ଉପରେ ଗୁରୁତ୍ୱାରୋପ କରାଯାଇଛି। କରୋନା ହଟ୍‌ସ୍ପଟ୍‌ ପାଲଟିଥିବା ଅଞ୍ଚଳରେ କମ୍‌ ସମୟରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଏହି ପ୍ରଣାଳୀ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ମାତ୍ର ୩୦ ମିନିଟ୍‌ ମଧ୍ୟରେ କରୋନା ଭୂତାଣୁ ଚିହ୍ନଟ କରିବାକୁ ସକ୍ଷମ ହେବ। ଏହା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କର ପୂର୍ବରୁ ଅବା ପରୀକ୍ଷା ସମୟରେ କରୋନା ସଂକ୍ରମଣ ହୋଇଛି କି ନାହିଁ ତାହାର ବିବରଣୀ ମଧ୍ୟ ଏହି ପରୀକ୍ଷା ଦ୍ୱାରା ଜଣାପଡ଼ିବ। ସମ୍ପ୍ରତି ଭାରତରେ ପ୍ରଚଳିତ ପରୀକ୍ଷା ଦ୍ୱାରା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ୨-୩ଦିନ ସମୟ ଲାଗୁଛିି। ଅଧିକାଂଶ ଲୋକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ଅଳ୍ପ କେତେକ ଲକ୍ଷଣ ଦେଖାଦେଉଛି। ସେସବୁ ମଧ୍ୟରେ ଜ୍ୱର ହେବା ଅବା କାଶ ଆଦି ରହିଛି। କିନ୍ତୁ ବୟସ୍କଙ୍କ କ୍ଷେତ୍ରରେ କେତେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି। ସାଧାରଣ ପରୀକ୍ଷାରେ ମ୍ୟୁକସ୍‌(ଲସିକା) ଏବଂ ସାଲାଇଭା(ଲାଳ) ନମୁନା ସଂଗ୍ରହ କରାଯାଇଥାଏ। ତେବେ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ରେ ରକ୍ତ ନମୁନାର ସେରୋଲୋଜିକାଲ ପରୀକ୍ଷା କରାଯାଇଥାଏ। ଫଳରେ ବ୍ୟକ୍ତିଙ୍କ ରକ୍ତରେ କରୋନା ଭୂତାଣୁ ଅଛି କି ନାହିଁ ତାହା ଜଣାପଡ଼ିଥାଏ। ଏହା ୧୦-୧୫ ମିନିଟ୍‌ ମଧ୍ୟରେ ଜଣାଗଲେ ମଧ୍ୟ ଭଲ ଭାବେ ଅବଗତ ହେବା ପାଇଁ ପରବର୍ତ୍ତୀ ପରୀକ୍ଷାଗୁଡ଼ିକ କରାଯାଏ। ସେଥିପାଇଁ ପ୍ରାୟ ୧୫ ମିନିଟ୍‌ ମଧ୍ୟ ଲାଗିଥାଏ ବୋଲି ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri