ହକି ସମ୍ପର୍କିତ ସଂକଳ୍ପକୁ ସମର୍ଥନ: ମୁଖ୍ୟମନ୍ତ୍ରୀଙ୍କୁ ସବୁ ଦଳ ସଦସ୍ୟଙ୍କ ପ୍ରଶଂସା

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ୨୦୨୩ରେ ରାଜ୍ୟରେ ଦ୍ୱିତୀୟ ଥର ଲାଗି ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏହାର ସଫଳତା କାମନା କରି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ସଂକଳ୍ପ ଆଣିଥିଲେ। ଏହି ଅବସରରେ ନରସିଂହ କହିଛନ୍ତି, ହକି ହେଉଛି ଓଡିଶାର ଏକ ଲୋକପ୍ରିୟ କ୍ରୀଡା। ସୁନ୍ଦରଗଡ ଜିଲାର ଅଧିକାଂଶ ପିଲା ହକି ଖେଳିବାକୁ ପସନ୍ଦ କରୁଛନ୍ତି। ସେଠାରୁ କେବଳ ଅନ୍ତର୍ଜାତୀୟ ହକି ଖେଳାଳି ନୁହନ୍ତି ବରଂ କ୍ୟାପ୍‌ଟେନ୍‌ ବାହାରୁଛନ୍ତି। ଏସିଆନ ଆଥ୍‌ଲେଟିକ କ୍ରୀଡା ପ୍ରତିଯୋଗିତା କଥା ମନେପଡୁଛି। ଯେତେବେଳେ ଛତିଶଗଡ ଏବଂ ଆଉ କେତୋଟି ରାଜ୍ୟ ଏହି ପ୍ରତିଯୋଗିତା ନିଜ ରାଜ୍ୟରେ କରିବା ଲାଗି ମନା କରିଦେଲେ ଓଡିଶା ସରକାର ଏହି କ୍ରୀଡା ଆୟୋଜନ ପାଇଁ ରାଜି ହୋଇଗଲେ। ଏହାଦ୍ୱାରା ଓଡ଼ିଶାର ନାଁ ରହିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଅବଦାନ ରହିଛି। ଆଗକୁ ୨୦୨୩ରେ ହକି ବିଶ୍ୱକପ୍‌ ଦ୍ୱିତୀୟ ଥର ଲାଗି ଓଡିଶାରେ ହେବାକୁ ଯାଉଛି। ଦଳମତ ନିର୍ବିଶେଷରେ ସମସ୍ତେ ଏଥିପାଇଁ ହାତ ବଢାଇବା ଦରକାର। ଏଥିରେ ରାଜନୀତି ନ ପଶାଇବା ଲାଗି ସେ ଅନୁରୋଧ କରିଛନ୍ତି। ତୃଳମୂଳସ୍ତରରୁ ପିଲାଙ୍କ ମଧ୍ୟରେ କ୍ରୀଡା ପ୍ରତି ଭଲ ମନୋଭାବ ସୃଷ୍ଟି କରିବା ଦରକାର। ସବୁ ଜିଲା ମୁଖ୍ୟାଳୟରେ ଜାତୀୟସ୍ତରର ଷ୍ଟାଡିୟମ ଏବଂ ବ୍ଲକସ୍ତରରେ ମିନି ଷ୍ଟା଼ଡିୟମ ଖୋଲିବା ପାଇଁ ନରସିଂହ କହିଛନ୍ତି।
ଭାଜପା ଉପନେତା ବିଷ୍ଣୁ ସେଠୀ କହିଛନ୍ତି, କଂଗ୍ରେସ ନେତା ଆଣିଥିବା ପ୍ରସ୍ତାବକୁ ସମର୍ଥନ ଜଣାଉଛି। ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ହକି ବିଶ୍ୱକପ ଓଡିଶାରେ କରିବାକୁ ଘୋଷଣା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଶାସକ ଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ, ଦେବୀ ପ୍ରସାଦ ମିଶ୍ର, ରୋହିତ ପୂଜାରୀ,ଅନନ୍ତ ନାରାୟଣ ଜେନା ଓ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ। ଏହାସହ ନରସିଂହ ଆଣିଥିବା ସଂକଳ୍ପକୁ ସମର୍ଥନ ମଧ୍ୟ ଜଣାଇଥିଲେ। ରୋହିତ ପୂଜାରୀ ମଧ୍ୟ ଏହି ସଂକଳ୍ପକୁ ସମର୍ଥନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକ ହତ୍ୟା ଘଟଣା: ନ୍ୟାୟ ପାଇଁ ଥାନାରେ ଶୋଇଲେ, ରାସ୍ତାରେ ବସିଲେ

ଭୁବନେଶ୍ୱର,୧୧।୧୧ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ନାବାଳକଙ୍କ ହତ୍ୟା ଘଟଣାକୁ ୫ ମାସରୁ ଅଧିକ ଦିନ ବିତିଲାଣି, ହେଲେ ଏଯାଏ ପୋଲିସ ଚୁପ୍‌ ବସିଛି। ମୃତକଙ୍କ...

ରାଜ୍ୟରୁ ପୁଣି ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୧୮କୁ ବୃଦ୍ଧି ପାଇଛି। ୨ ମୃତକଙ୍କ ମଧ୍ୟରେ...

ଧାନକିଣା ବନ୍ଦ କଲେ ଲ୍ୟାମ୍ପ୍‌ସ କର୍ମଚାରୀ

ଚମ୍ପୁଆ,୨୮।୧(ଡି.ଏନ.ଏ) ଉପଯୁକ୍ତ ମାସ ଦିଆ ନ ଯିବାରୁ ଧାନ କିଣା ସମୟରେ ହଇରାଣ ହେଉଥିବା ଅଭିଯୋଗରେ ଚମ୍ପୁଆ ଲ୍ୟାମ୍ପସର ସମସ୍ତ କର୍ମଚାରୀ ଧାନକିଣା ବନ୍ଦ କରିଛନ୍ତି।...

ରାଜ୍ୟ ବାହାରେ ରହିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ: ଗୃହ ସଚିବ

ଭୁବନେଶ୍ୱର, ୩୧।୩(ବ୍ୟୁରୋ): ଓଡ଼ିଆ ଶ୍ରମିକଙ୍କ ସ୍ଥିତି ନେଇ ଲୋକସେବା ଭବନରେ ମଙ୍ଗଳବାର ଗୃହ ସଚିବ ସଞ୍ଜିବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।...

କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କୁ କରୋନା

ଭୁବନେଶ୍ୱର ୧୨।୯(ବ୍ୟୁରୋ)-ଓଡିଶା ନୂତନ ପ୍ରଭାରୀ ଚେଲ୍ଲା କୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,...

ଦୁର୍ଘଟଣାଗ୍ରସ୍ତ ମହିଳାଙ୍କ ପ୍ରାଥମିକ ଚିକିତ୍ସା କଲେ ରଞ୍ଜୀବ

ଭୁବନେଶ୍ୱର,୨୨।୨(ବ୍ୟୁରେ): ରାଜଧାନୀର ବିଭିନ୍ନ ଛକରେ ଡ୍ୟୁଟି କରୁଥିବା ଟ୍ରାଫିକ ପୋଲିସ ଖରା, ବର୍ଷାକୁ ଖାତିର ନ କରି ନିଜ ଦାୟିତ୍ୱ ତୁଲାଉଛନ୍ତି। ଅନେକ ସମୟରେ ସେମାନେ...

କାନ୍‌ସରେ ସ୍ବପ୍ନା ପତିଙ୍କ ‘ଅନ୍ତର୍ଧ୍ୱନି’ : ରେଡ୍‌ କାର୍ପେଟରେ ପୁଣି ଝଲସିଲା ସମ୍ବଲପୁରୀ ଶାଢ଼ି

ଭୁବନେଶ୍ୱର,୩୦ା୫(ବ୍ୟୁରୋ)- ଚଳିତବର୍ଷର କାନ୍‌ସ ଫିଲ୍ମ ଫେଷ୍ଟିଭାଲ ସହ ଯୋଡ଼ି ହୋଇଯାଇଛି ଆଉ ଏକ ଓଡ଼ିଆ ଲିଙ୍କ୍‌। ଓଡ଼ିଶା ଜନ୍ମିତ ଅଭିନେତ୍ରୀ ତଥା ମଡେଲ ସ୍ବପ୍ନା ପତିଙ୍କ...

ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ସ୍ବାସ୍ଥ୍ୟକ୍ଷେତ୍ରରେ ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି। ଏସ୍‌ଆର୍‌ଏସ୍‌...

Advertisement
Archives

Model This Week