Posted inଖେଳ

ହକି ପ୍ରୋ ଲିଗ୍‌: ଭାରତର ଜର୍ମାନୀ, ବ୍ରିଟେନ ବିପକ୍ଷ ମ୍ୟାଚ ସ୍ଥଗିତ

ଲାଉସାନେ, ୨୦। ୩ – କୋଭିଡ-୧୯ ସଂକ୍ରମଣ ଯୋଗୁ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୯୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ) ଚଳିତ ହକି ପ୍ରୋ ଲିଗ୍‌ ମ୍ୟାଚକୁ ମେ ୧୭ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ପୂର୍ବରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ୧୨ଟି ମ୍ୟାଚ ସ୍ଥଗିତ ରଖା ଯାଇଥିଲା। ସମୟସୀମା ମେ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ିବାରୁ ଆଉ ୧୨ଟି ମ୍ୟାଚ ପ୍ରଭାବିତ ହୋଇଛି। ଇତି ମଧ୍ୟରେ ଭାରତ ଜର୍ମାନୀ ଯାଇ ବର୍ଲିନରେ ଏପ୍ରିଲ ୨୫, ୨୬ ଏବଂ ଇଂଲଣ୍ଡ ଯାଇ ଗ୍ରେଟ୍‌ ବ୍ରିଟେନ ବିପକ୍ଷରେ ଲଣ୍ଡନରେ ମେ ୨ ଓ ୩ରେ ୨ଟି ଲେଖାଏ ମ୍ୟାଚ ଖେଳିବାର ଥିଲା। ମାତ୍ର ତାହା ଏବେ ସ୍ଥଗିତ ରହିଛି। ” କୋଭିଡ-୧୯ ସଂକ୍ରମଣର ପରବର୍ତ୍ତୀ ସ୍ଥିତିକୁ ଦୃଷ୍ଟିରେ ରଖି ଏଫଆଇଏଚ୍‌ ମେ ୧୭ ପର୍ଯ୍ୟନ୍ତ ପ୍ରୋ ଲିଗ୍‌ ମ୍ୟାଚକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହାକୁ ବିଶ୍ୱସ୍ତରରେ ଅଂଶଗ୍ରହଣକାରୀ ସମସ୍ତ ଦେଶ ସମର୍ଥନ ଜଣାଇଛନ୍ତି“ ବୋଲି ଏଫଆଇଏଚ୍‌ ପକ୍ଷରୁ କୁହା ଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଏଫଆଇଏଚ୍‌ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛି। ମେ ୧୭ ପରେ ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରାଯାଇଛି। ଜର୍ମାନୀ ଓ ଗ୍ରେଟ୍‌ ବ୍ରିନେଟ ବିପକ୍ଷ ମ୍ୟାଚ ପରେ ଭାରତ ମେ ୨୩ ଓ ୨୪ରେ ଘରୋଇ ପରିବେଶରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଜୁନ ୫ ଓ ୬ରେ ଟୁକୁମାନଠାରେ ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ। ଚଳିତ ସିଜନରେ ଭାରତ ଏହାର ଶେଷ ମ୍ୟାଚ ଜୁନ ୧୩ ଓ ୧୪ରେ ଭାଲେନ୍ସିଆଠାରେ ସ୍ପେନ ବିପକ୍ଷରେ ଖେଳିବ। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୟୁରୋପ ଯାଇ ସେମାନଙ୍କ ମ୍ୟାଚ ଖେଳିବାକୁ ମନା କରି ଦେଇଛନ୍ତି। ଭାଇରସଦ୍ୱାରା ୨,୦୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାରୁ ବିଶ୍ୱବ୍ୟାପୀ ଅନେକ କ୍ରୀଡ଼ା ପ୍ରତିଯୋଗିତାକୁ ବାତିଲ କରାଯାଉଛି କିମ୍ବା ସ୍ଥଗିତ ରଖା ଯାଉଛି।
ଏଫଆଇଏଚ୍‌ର ପରବର୍ତ୍ତୀ ନିଷ୍ପତ୍ତି ଅନୁସାରେ ଭାରତ ମ୍ୟାଚ ବ୍ୟତୀତ ଏପ୍ରିଲ ୨୮ ଓ ୨୯ରେ ନେଦରଲାଣ୍ଡ୍ସ-ଗ୍ରେଟ୍‌ ବ୍ରିଟେନ(ଉଟ୍ରେଚ୍‌), ମେ ୧୫ରେ ବେଲଜିୟମ-ସ୍ପେନ(ଆଣ୍ଟ୍ବେର୍ପ), ମେ ୧୬ରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ(ପର୍ଥ), ଗ୍ରେଟ ବ୍ରଟେନ-ଆର୍ଜେଣ୍ଟିନା(ଲଣ୍ଡନ) ଏବଂ ମେ ୧୭ରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ(ପର୍ଥ), ଗ୍ରେଟ ବ୍ରିଟେନ-ଆର୍ଜେଣ୍ଟିନା(ଲଣ୍ଡନ) ଓ ବେଲଜିୟମ-ସ୍ପେନ(ଆଣ୍ଟ୍ବେର୍ପ) ମ୍ୟାଚ ପ୍ରଭାବିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri