Posted inଖେଳ

ହକିରେ ଭାରତ ଏଥର ଅଲିମ୍ପିକ୍‌ ପଦକ ଜିତିବ: ଠାକୁର

ଭୁବନେଶ୍ୱର,୨୬।୨(ସ୍ପୋଟର୍‌ସ ବ୍ୟୁରୋ)- କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତୀୟ କ୍ରୀଡ଼ାକୁ ଏହି ପ୍ରୋଗ୍ରାମ ଏକ ନୂଆ ସୋପାନରେ ପହଞ୍ଚାଇବ। ଏହା ଦେଶକୁ ଏକ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବ ବୋଲି ପୂର୍ବତନ ଭାରତୀୟ ହକି ଖେଳାଳି ଦୀପକ ଠାକୁର କହିଛନ୍ତି। ଟ୍ୟାଲେଣ୍ଟ ସ୍କାଉଟ୍‌ ଏଠାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଯୋଗ ଦେବା ଅବସରରେ ସେ ଏହି କଥା କହିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଖେଲୋ ଇଣ୍ଡିଆ ମାଧ୍ୟମରେ ଏକ ବୈପ୍ଳବିକ ପଦକ୍ଷେପ ନେଇଛନ୍ତି। ଲୋକମାନଙ୍କ ମଧ୍ୟରେ ସବୁ ବୟସ ବର୍ଗରେ କ୍ରୀଡ଼ା ସଂସ୍କୃତି ସୃଷ୍ଟି କରିବା ଦିଗରେ ଏହା ବେଶ୍‌ ସହାୟକ ହେବ ବୋଲି ସେ କହିଛନ୍ତି। ବହୁ ପୂର୍ବରୁ ଏହା ଆୟୋଜନ ହେବା ଜରୁରୀ ଥିଲା। ତେବେ ବର୍ତ୍ତମାନ ଏହାର ସଫଳ ଆୟୋଜନ ହେଉଥିବାରୁ ବହୁତ ଖୁସି ଅଛି। ଗତ କିଛ ଦିନ ହେବ ଟ୍ୟାଲେଣ୍ଟ ସ୍କାଉଟ୍‌ ହିସାବରେ ଏଠାରେ ରହୁଛି। ଏଠାରେ ମିଳୁଥିବା ସୁବିଧା ସୁଯୋଗ ଓ ପରିବେଶ ଖୁବ୍‌ ଉଚ୍ଚକୋଟୀର। ଏସିଆନ ଗେମ୍ସ କିମ୍ବା ରାଜ୍ୟ ଗୋଷ୍ଠୀକ୍ରୀଡ଼ା ପରିବେଶ ରହିବା ଭଳି ମନେ ହେଉଛି। ଖେଲୋ ଇଣ୍ଡିଆ ଦ୍ୱାରା ବହୁ ସଂଖ୍ୟାରେ ଯୁବ ଖେଳାଳି ସୃଷ୍ଟି ହେବେ। ଖୁବ୍‌ଶୀଘ୍ର ଭାରତ ଏକ ସ୍ପୋର୍ଟିଂ ନେଶନ ବା କ୍ରୀଡ଼ା ସମ୍ପନ୍ନ ରାଷ୍ଟ୍ରରେ ପରିଣତ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି।
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମାନ ମଧ୍ୟ ଉଚ୍ଚକୋଟୀର ହୋଇପାରିଛି। ବିଭିନ୍ନ କ୍ରୀଡ଼ାରେ ଯୁବ ଖେଳାଳିମାନଙ୍କ ପ୍ରତିଭା ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର ହୋଇଥିବା ଲକ୍ଷ୍ୟ କରିଛି। କ୍ରୀଡ଼ାର ମାନରେ ଯଥେଷ୍ଟ ଉନ୍ନତି ହୋଇଛି। ଏହା ଆମକୁ ଈର୍ଶାନ୍ବିତ କରିଛି। କାରଣ ଆମ ସମୟରେ ଏଭଳି ସୁବିଧା ସୁଯୋଗ ମିଳୁ ନ ଥିଲା ବୋଲି ୩୯ ବର୍ଷୀୟ ଠାକୁର କହିଛନ୍ତି। ଇତିମଧ୍ୟରେ ବହୁତ କିଛି ସକାରାତ୍ମକ ପରିବର୍ତ୍ତନ ହୋଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କ୍ରୀଡ଼ା ଉନ୍ନତି ନେଇ ବେଶ୍‌ ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି। ତାଙ୍କ ଦୂରଦୃଷ୍ଟି ଭାରତୀୟ କ୍ରୀଡ଼ା ଏକ ନୂଆ ଯୁଗରେ ପହଞ୍ଚିବ। ସରକାରଙ୍କ ପ୍ରୋତ୍ସାହନ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ଉନ୍ନତିରେ ସହାୟ ହେବ। ତୃଣମୂଳ ସ୍ତରରେ କ୍ରିକେଟ ବହୁତ ଉନ୍ନତି କରିଛି। ତେଣୁ କ୍ରିକେଟ ଆଗକୁ ଯାଇପାରିଛି। କେବଳ କ୍ରିକେଟ ନୁହେଁ ସବୁ କ୍ରୀଡ଼ା ତୃଣମୂଳସ୍ତରରେ ବିକଶିତ ହେବ ଆବଶ୍ୟକ। କେବଳ ଅଲିମ୍ପିଆନ୍ସ ସୃଷ୍ଟି କରିବା ଉପରେ ଆମର ନଜର ନାହିଁ। ଏବେ ଅଲିମ୍ପିକ ପଦକ ଜିତିବା ନେଇ ଗୁରୁତ୍ୱ ଦିଆଯାଉଛି। ଏଥର ହକିରେ ଭାରତ ଗୋଟିଏ ଅଲିମ୍ପିକ ପଦକ ହାସଲ କରିବ। ଗତକିଛି ବର୍ଷରେ ହକିରେ ଆଶାତୀତ ଉନ୍ନତି ହୋଇଛି। ତେଣୁ ଭାରତ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିବ ବୋଲି ସେ ଜୋର ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri