ହଂକଂରେ ବିକ୍ଷୋଭ ବେଳେ ହିଂସା

ହଂକଂ,୧୦ା୬(ଏଏଫ୍‌ପି): ଚାଇନାର ପ୍ରତ୍ୟର୍ପଣ ଆଇନକୁ ବିରୋଧ କରି ହଂକଂରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଲକ୍ଷ ଲକ୍ଷ ଜନସାଧାରଣ ଭାଗ ନେଇ ଶୋଭାଯାତ୍ରାରେ ବାହାରିଥିବାବେଳେ ସେମାନଙ୍କୁ ଘଉଡାଇବାକୁ ପୋଲିସ ଲାଠିଚାଳନା ଓ ପିପର ସ୍ପ୍ରେ କରିବାରୁ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀମାନେ ବୋତଲ ଫିଙ୍ଗିବା ସହ ବାରିକେଡ ବ୍ୟବହାର କରିଥିଲେ। ଜଣେ ପୋଲିସ ଅଫିସର ଗୁରୁତର ଆହତ ହୋଇଥିବା ଜଣାପଡିଛି। ପୂର୍ବରୁ ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଚଳାଇଥିବାବେଳେ ମଧ୍ୟରାତ୍ର ପରେ ଏହା ହିଂସାତ୍ମକ ରୂପ ନେଇଥିଲା।
ପ୍ରସ୍ତାବିତ ପ୍ରତ୍ୟର୍ପଣ ଆଇନକୁ ରଦ୍ଦ କରିବା ଦାବିରେ ରବିବାର ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଲକ୍ଷ ଲକ୍ଷ ଆନ୍ଦୋଳନକାରୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବୁଧବାର ଉକ୍ତ ବିଲ୍‌ ଉପରେ ବିଧାନ ପରିଷଦରେ ଦ୍ୱିତୀୟ ପାଠ ହେବାକୁ ଥିବାବେଳେ ସେ ପର୍ଯ୍ୟନ୍ତ ଏହା ବାହାରେ ବସିରହିବା ଲାଗି କେତେକ ଯୁବ ବିକ୍ଷୋଭକାରୀ ଯୋଜନା କରିଥିଲେ। ତେବେ ସେମାନଙ୍କୁ ମିଳିଥିବା ବିକ୍ଷୋଭ ଅନୁମତି ମଧ୍ୟରାତ୍ରରେ ଶେଷ ହୋଇଯିବା ପରେ ପୋଲିସ ସେମାନଙ୍କୁ ତଡିବା ପାଇଁ ଲାଠିଚାଳନା କରିଥିଲା। ଫଳରେ ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ଘଟଣାସ୍ଥଳ ରଣାଙ୍ଗନରେ ପରିଣତ ହୋଇଥିଲା। ବିକ୍ଷୋଭକାରୀ ଏବଂ ଦଙ୍ଗା ନିୟନ୍ତ୍ରଣ ପୋଲିସ ବାହିନୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ୧୯୯୭ରେ ହଂକଂ ଚାଇନାକୁ ହସ୍ତନ୍ତର ପରେ ଏଭଳି ବିଶାଳ ବିକ୍ଷୋଭ କେବେ ହୋଇ ନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦଗ୍ଧ, ୪୦୦ ନିଖୋଜ

କୋକ୍ସବାଜାର,୨୪ା୩: ବାଂଲାଦେଶର କୋକ୍ସ ବାଜାରସ୍ଥିତ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ସୋମବାର ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅନୂ୍ୟନ ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦୦ରୁ ଊର୍ଦ୍ଧ୍ୱ...

କରୋନା ଭୟ: ୫୪ ହଜାର କଏଦୀଙ୍କୁ ମୁକ୍ତ କଲା ଇରାନ

ତେହେରାନ୍‌,୪।୩ : କରୋନା ଆତଙ୍କରେ ଇରାନ ସରକାର ଆତଙ୍କିତ ହୋଇପଡ଼ିଛନ୍ତି। ଇତିମଧ୍ୟରେ ୨୩ ସାଂସଦଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇସାରିଛି। ସୁରକ୍ଷା ଦୃଷ୍ଟିରୁ ସରକାର ୫୪...

ଭୁଲ୍‌ରେ ନଓ୍ବାଜଙ୍କୁ ପ୍ରଧାନମନ୍ତ୍ରୀ କହିଲେ ବାଚସ୍ପତି

ଇସଲାମାବାଦ,୧୧।୪: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ଶେହଓ୍ବାଜ ଶରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ବାଚସ୍ପତି ଆୟାଜ୍‌ ସାଦିକ୍‌ ଭୁଲ୍‌ରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ନାଁ...

ଦକ୍ଷିଣ କୋରିଆ ଯାତ୍ରୀବାହୀ ବିମାନ ଉପରେ କଟକଣା ଜାରି କଲା ଭିଏତନାମ୍‌

ହନୋଇ,୨।୩: ଦକ୍ଷିଣ କୋରିଆରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭିଏତନାମ୍‌ ପକ୍ଷରୁ ଦକ୍ଷିଣ କୋରିଆ ବିମାନ ଉପରେ କଟକଣା ଜାରି...

ବିଶ୍ୱ ଜନସଂଖ୍ୟା ଦିବସ: ଏଥର ମିହିଳାଙ୍କ ସ୍ବାସ୍ଥ୍ୟକୁ ନେଇ ରଖାଯାଇଛି ଥିମ୍‌

ଓ୍ବାଶିଂଟନ,୧୧।୭: ବିଶ୍ୱର ଅଧିକାଂଶ ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁଲାଇ ୧୧ରେ ପାଳନ...

ମହାକାଶକୁ ମାଙ୍କଡ଼ ପଠାଇବ ଚାଇନା

ବେଜିଂ, ୭।୧୧: ଉଦ୍ୟୋଗ ଓ ଟେକ୍ନୋଲୋଜି କ୍ଷେତ୍ରରେ ଆଗୁଆ ଥିବା ଚାଇନା ମହାକାଶ ଗବେଷଣା କ୍ଷେତ୍ରରେ ମଧ୍ୟ କୌଣସିମତେ ପଛୁଆ ନୁହେଁ। ଚାଇନା ବୈଜ୍ଞାନୀମାନେ ନୂଆକରି...

ଭାରତୀୟ ବଂଶୋଦ୍ଦଭବ ନିଶା ଦେଶାଇ ହୋଇପାରନ୍ତି ଡିଏଫସିର ଡେପୁଟି ସିଇଓ

ୱାଶିଂଟନ,୨୧ ।୩: ମୂଳ ଭାରତୀୟ ବଂଶୋଦ୍ଦଭବ ନିଶା ଦେଶାଇ ବିଶ୍ୱାଳ ଆମେରିକାର ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ନିଗମ(ୟୁଏସ ଇଣ୍ଟରନ୍ୟାଶନାଲ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେଶନ)ର ଡେପୁଟି ସିଇଓ ହୋଇପାରନ୍ତି...

ବୋର୍ଡରେ ଲାଗିଥିଲା ମୋବାଇଲ ଚାର୍ଜର, ପାଟିରେ ପୂରାଇ ଦେଲା ୨ ବର୍ଷର ଶିଶୁ, ଆଉ ତା’ ପରେ…

ବ୍ରାସିଲିଆ,୨୮ା୮: ପୂର୍ବ ବ୍ରାଜିଲର ଏରେର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଫୋନ୍‌ ଚାର୍ଜର ଛୁଇଁବା ପରେ ଜଣେ ଦୁଇ ବର୍ଷ ଶିଶୁର ଜୀବନ...

Advertisement
Archives

Model This Week