Posted inଖେଳ

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଗୋବିନ୍ଦ, ବିପ୍ଳବଙ୍କ ଅର୍ଦ୍ଧଶତକ; ଓଡ଼ିଶା ବିଜୟୀ

କଟକ ଅଫିସ,୧୫ା୧୧- ସୁରଟର ଲାଲ୍‌ଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମ୍‌ରେ ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା — ରନ୍‌ରେ ସୌରାଷ୍ଟ୍ରକୁ ପରାସ୍ତ କରିଛି। ସ୍ପିନରଙ୍କୁ ସୁହାଇଥିବା ପିଚ୍‌ରେ ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦଳକୁ ୪୯ ରନ୍‌ରେ ଜିତାଇବାରେ ସହାୟକ ହୋଇଛି। ବିପ୍ଳବ ସାମନ୍ତରାୟ ମଧ୍ୟ ଏହି ମ୍ୟାଚ୍‌ରେ ଦ୍ରୁତ ଇନିଂସ୍‌ ଖେଳିଥିଲେ। ପ୍ରତିଯୋଗିତାରେ ଏହା ଥିଲା ଓଡ଼ିଶାର ଦ୍ୱିତୀୟ ବିଜୟ। ଓଡ଼ିଶା ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳିଥିବାବେଳେ ୨ଟିରେ ବିଜୟ, ଗୋଟିଏ ମ୍ୟାଚ୍‌ ହାରିଛି ଏବଂ ୨ଟି ମ୍ୟାଚ୍‌ର ଫଳାଫଳ ମିଳିନାହିଁ। ଫଳରେ ୧୨ ପଏଣ୍ଟ ହାସଲ କରି ଏଲିଟ୍‌ ଗ୍ରୁପ୍‌-ଇ ପଏଣ୍ଟ ଟେବୁଲରେ ଦଳ ୩ୟ ସ୍ଥାନରେ ରହିଛି। ଆସନ୍ତା ୧୫ରେ ଗୁଜରାଟ ବିପକ୍ଷରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଖେଳିବ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୯ରନ୍‌ରେ ପ୍ରଥମ ଉଇକେଟ ହରାଇଥିଲା। ଓପ୍‌ନର ସନ୍ଦୀପ ପଟ୍ଟନାୟକ ୩ ରନ୍‌ରେ ରନ୍‌ଆଉଟ ହୋଇ ପାଭିଲିୟନ ଫେରିଥିଲେ। ଦ୍ୱିତୀୟ ଉଇକେଟରେ ଅଧିନାୟକ ଗୋବିନ୍ଦ ଓ ଶୁଭ୍ରାଂଶୁ ସେନାପତି ୪୬ ରନ୍‌ ସଂଗ୍ରହ କରିଥିଲେ। ୩ ଚୌକା ବଳରେ ୧୯ ରନ୍‌ କରିଥିବା ଶୁଭ୍ରାଂଶୁ ଜୟ ଚୌହ୍ବାନଙ୍କ ବଲରେ କ୍ଲିନ୍‌ ବୋଲ୍ଡ ହେବା ପରେ ଗୋବିନ୍ଦ-ବିପ୍ଳବଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ୪୨ ବଲ୍‌ରୁ ୫ ଚୌକା ଓ ୨ଟି ଛକା ବଳରେ ଗୋବିନ୍ଦ ୫୭ ରନ୍‌ରେ ଆଉଟ୍‌ ହୋଇଥିଲେ। ଟି୨୦ କ୍ୟାରିୟରରେ ଗୋବିନ୍ଦଙ୍କର ଏହା ୬ଷ୍ଠ ଅର୍ଦ୍ଧଶତକ। ଓଡ଼ିଶାର ଏହି ଇନିଂସ୍‌ରେ ସବୁଠାରୁ ଆକର୍ଷଣୀୟ ବ୍ୟାଟିଂ କରିଥିଲେ ବିପ୍ଳବ। ମାତ୍ର ୩୫ ବଲରୁ ୫ଟି ଚୌକା ଓ ୨ ଛକା ସହାୟତାରେ ୬୦ ରନ୍‌ର ଅପରାଜିତ ଇନିଂସ୍‌ ସେ ଖେଳିଥିଲେ। ଟି୨୦ କ୍ୟାରିୟରରେ ବିପ୍ଳବଙ୍କର ଏହା ୪ର୍ଥ ଅର୍ଦ୍ଧଶତକ। ଅରବିନ୍ଦ ସିଂ ୧୪ ଓ ଅଙ୍କିତ ଯାଦବ ୭ ରନ୍‌ରେ ଆଉଟ ହୋଇଥିଲେ। ୫ ଉଇକେଟ ହରାଇ ଓଡ଼ିଶା ୧୬୩ ରନ୍‌ କରିଥିଲା। ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଡକଟ୍‌, କୁଶାଙ୍କ ପଟେଲ ଓ ଜୟ ଚୌହ୍ବାନ ଗୋଟିଏ ଲେଖାଏ ଉଇକେଟ ଦଖଲ କରିଥିଲେ।
୧୬୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ସୌରାଷ୍ଟ୍ର ୪ ଓଭରରେ ୨୫ ରନ ଯୋଡ଼ିବା ପରେ ପ୍ରଥମ ଉଇକେଟ ହରାଇଥିଲା। ରାଜଦୀପ ଦରବାରଙ୍କୁ ୩ ରନ୍‌ରେ ଦେବବ୍ରତ ପ୍ରଧାନ କ୍ଲିନ୍‌ବୋଲ୍ଡ କରିଦେଇଥିଲେ। ୬ଷ୍ଠ ଓଭରରେ ଅଙ୍କିତ ଯାଦବ ୨ଟି ଉଇକେଟ ଦଖଲ କରିଥିଲେ। ଗୋଟିଏ ଓଭରରେ ସେ ଓପ୍‌ନର ତଥା ଉଇକେଟ କିପର ହାର୍ଭିକ ଦେଶାଇ ଓ ଧର୍ମେନ୍ଦ୍ର ସିଂ ଜାଡ଼େଜାଙ୍କୁ ଗୋବିନ୍ଦଙ୍କ ହାତରେ କ୍ୟାଚ୍‌ଆଉଟ କରାଇଥିଲେ। ହାର୍ଭିକ ଏହି ମ୍ୟାଚ୍‌ରେ ସୌରାଷ୍ଟ୍ର ପକ୍ଷରୁ ସର୍ବାଧିକ ୨୬ ରନ୍‌ କରିଥିଲେ। ୩୨ ରନ୍‌ରେ ୩ଟି ଉଇକେଟ ହରାଇଥିବା ସୌରାଷ୍ଟ୍ର ୧୧୪ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ସମର୍ଥ ଭ୍ୟାସ ୧୮, ଅଧିନାୟକ ଉନାଡକଟ୍‌ ଓ ସେଲ୍‌ଡନ ଜ୍ୟାକ୍‌ସନ ୧୭ ରନ୍‌ ଲେଖାଏ କରିଥିଲେ। ଓଡ଼ିଶା ପକ୍ଷରୁ ପପୁ ରାୟ, ଦେବବ୍ରତ ପ୍ରଧାନ, ଅଙ୍କିତ ଯାଦବ ୨ଟି ଲେଖାଏ ଉଇକେଟ ଦଖଲ କରିଥିବା ବେଳେ ଗୋବିନ୍ଦ ପୋଦ୍ଦାର ୭ରନ୍‌ ଦେଇ ୩ଟି ଉଇକେଟ ହାସଲ କରିଥିଲେ।
ପ୍ରୟାସଙ୍କ ସ୍ଥାନରେ ରାଜେଶ
ବୟସ ଜାଲିଆତି ଅଭିଯୋଗରେ ଦଳରୁ ବାଦ୍‌ ପଡ଼ିଥିବା ରାଜେଶ ମହାନ୍ତି ପୁନର୍ବାର ରାଜ୍ୟ ସିନିୟର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଟୁର୍ନାମେଣ୍ଟ ନିମନ୍ତେ ଘୋଷିତ ୧୫ଜଣିଆ ଦଳରେ ରାଜେଶଙ୍କ ନାମ ଥିଲା। ହେଲେ ବିସିସିଆଇ ନିଲମ୍ବନ ଆଦେଶ ଦେବା ପରେ ରାଜେଶଙ୍କ ସ୍ଥାନରେ ପ୍ରୟାସ ସିଂଙ୍କୁ ଦଳରେ ନିଆଯାଇଥିଲା। ନିଲମ୍ବନ ଆଦେଶ ଉଠିଯିବା ଫଳରେ ରାଜେଶ ପୁନର୍ବାର ଦଳକୁ ଫେରିଛନ୍ତି।
୧୦୦୦ ରନ୍‌ କ୍ଲବରେ ବିପ୍ଳବ
ଟି୨୦ ଫର୍ମାଟ୍‌ରେ ୧୦୦୦ ରନ୍‌ ପୂରଣ କରିଛନ୍ତି ବିପ୍ଳବ ସାମନ୍ତରାୟ। ସୌରାଷ୍ଟ୍ର ବିପକ୍ଷରେ ୬୦ ରନ୍‌ର ଇନିଂସ ସହାୟତାରେ ସେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି। ୬୪ ମ୍ୟାଚ୍‌ରୁ ବିପ୍ଳବ ମୋଟ୍‌ ୧୦୫୯ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ରହିଛି।
ଗୋବିନ୍ଦଙ୍କ ଶ୍ରେଷ୍ଠ ବୋଲିଂ ଫିଗର
ରାଜ୍ୟ ସିନିୟର ଦଳରେ ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ସ୍ପିନ୍‌ ବୋଲିଂ ଅନେକ ସମୟରେ ଫଳପ୍ରଦ ହୋଇଛି। ୩୨ଟି ଟି୨୦ ମ୍ୟାଚ୍‌ ଖେଳିସାରିଥିବା ଗୋବିନ୍ଦ ମୋଟ୍‌ ୧୪ଟି ଉଇକେଟ ଦଖଲ କରିଛନ୍ତି। ସୌରାଷ୍ଟ୍ର ବିପକ୍ଷରେ ଗୋବିନ୍ଦଙ୍କ ଯୋଗୁ ଦଳ ଅଧିକ ରନ୍‌ ବ୍ୟବଧାନରେ ଜିତିଛି। ୧.୩ ଓଭର ବୋଲିଂ କରି ମାତ୍ର ୭ ରନ୍‌ ବିନିମୟରେ ସେ ୩ଟି ଉଇକେଟ ଦଖଲ କରିଥିଲେ। ଟି୨୦ କ୍ୟାରିୟରରେ ଗୋବିନ୍ଦଙ୍କର ଏହା ଶ୍ରେଷ୍ଠ ବୋଲିଂ ଫିଗର।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri