ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ ଭାଜପା

ରସୁଲପୁର,୫ା୧୧(ଡିଏନଏ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରିଣୀ (ପିଇଓ) ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଜଟିଳ ହେବାରେ ଲଗିଛି। ଦିନକୁ ଦିନ ଘଟଣା ନୂଆ ମୋଡ ନେଉଛି। ଘଟଣାର ୨୦ଦିନ ପରେ ବି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡୁନି। ହେଲେ ପୋଲିସର ଅସମ୍ଭବ ପ୍ରକାର ନୀରବତା ଯୋଗୁ ଏ ଦିଗରେ ତଦନ୍ତ ଅଧିକାରୀଙ୍କ ଆଭିମୁଖ୍ୟ ଉପରୁ ସନ୍ଦେହ ହଟି ପାରୁନାହିଁ। ଏହିଭଳି ଗୋଳିଆ ସ୍ଥିତିକୁ ନେଇ ବିରୋଧୀଙ୍କ ତୁଣ୍ଡ ଚୁପ୍‌ ହେବାର ନାଁ ଧରୁନି। ବିଧାନସଭା ଚାଲିବା ପର୍ଯ୍ୟନ୍ତ ଉଭୟ କଂଗ୍ରେସ ଓ ଭାଜପା ସେମାନଙ୍କର ଆନ୍ଦୋଳନ ଜାରି ରଖିବେ। ଉଭୟ ଦଳ ଏହାକୁ ବିଧାନସଭାରେ ପ୍ରସଙ୍ଗ କରିବେ ବୋଲି ଚେତାବନୀ ଦେଇସାରିଲେଣି। ସ୍ମିତାରାଣୀ ମାମଲା ବେବିନା, ମାଧବୀଲତା, ଇତିଶ୍ରୀ ଘଟଣାକୁ ବଳିଗଲା। ଏ ସମସ୍ତଙ୍କର ଅତିି ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିଲା। ଏଠାରେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ସରକାର ଚୁପ୍‌ କାହିଁକି ବୋଲି ବିରୋଧୀ ପ୍ରଶ୍ନ କରିବା ସହ ମଙ୍ଗଳବାର ଭାଜପା ସିବିଆଇ ତଦନ୍ତ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି। ଏହାଛଡା ଏହି ମାମଲାକୁ ନେଇ ପୋଲିସ ଭିନ୍ନ ଭିନ୍ନ ବୟାନ ଦେଉଥିବାବେଳେ ମାମଲାର ମୋଡ ବଦଳାଇବାକୁ ଚେଷ୍ଟା କରାଯାଉଛି ବୋଲି କୁହାଯାଉଛି। ସ୍ମିତାରାଣୀ ମୃତ୍ୟୁର ପୂର୍ବଦିନ ସରପଞ୍ଚ ସ୍ବାମୀ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସହ ଭୁବନେଶ୍ୱର ଯାଇଥିଲେ। ସେଠାରେ ଏକ ପ୍ରତିଷ୍ଠିତ ସୁନାଗହଣା ଦୋକାନରୁ ସ୍ମିତାରାଣୀ ଗହଣା କିଣିଥିଲେ। ଗହଣାର ମୂଲ୍ୟ ରୂପେଶ ପ୍ରଦାନ କରୁଥିବା ସମ୍ପର୍କରେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି। ଏହି ଘଟଣା ସମ୍ପର୍କରେ ସରପଞ୍ଚ ମଧୁସ୍ମିତା ଜାଣିବା ପରେ ପିଇଓଙ୍କ ସହ ତାଙ୍କର ଝଗଡା ହୋଇଥିବା କୁହାଯାଉଛି। ଉକ୍ତ ଝଗଡା ପିଇଓ ସି୍ମତାଙ୍କର ମୃତ୍ୟୁର କାରଣ ହୋଇଥିବ ବୋଲି ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଅଭିଯୁକ୍ତଙ୍କୁ ଅଧିକ ପଚରା ଉଚୁରା କରିବାର ଆବଶ୍ୟକତା ରହିଛି। ସରପଞ୍ଚ ମଧୁସ୍ମିତାଙ୍କୁ କାହିଁକି ଏ ସମ୍ପର୍କରେ ପଚରା ଉଚୁରା କରୁନାହିଁ ବୋଲି ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଛି। ଘଟଣାର ୩ ସପ୍ତାହ ପରେ ବି ପୋଲିସ ଅଭିଯୁକ୍ତଙ୍କୁ କାହିଁକି ରିମାଣ୍ଡରେ ଆଣୁନାହିଁ, ଘଟଣା ଦିନ ଅତିଥି ଭବନରେ ଅଭିଯୁକ୍ତଙ୍କ ସହଯୋଗୀ ଭାବେ ଯେଉଁମାନେ ଉପସ୍ଥିତ ଥିଲେ ସେମାନଙ୍କୁ ନେଇ ପୋଲିସର ଆଭିମୁଖ୍ୟ କଣ ରହିଛି ତା ସ୍ପଷ୍ଟ ହୋଇପାରୁ ନାହିଁ। ଏହି ମାମଲାରେ ପୋଲିସ ଗଣମାଧ୍ୟମକୁ ସହଯୋଗ କରୁନାହିଁ। ଏ ଘଟଣା ଉଠିବା କ୍ଷଣି ତଦନ୍ତ ଅଧିକାରୀ ସରୋଜ କୁମାର ସାହୁ ଅନ୍ୟ କାର୍ଯ୍ୟର ବାହାନା ନେଇ ମୂଳ ମାମଲାକୁ ଏଡାଇ ଯାଉଛନ୍ତି। ଖୋଦ୍‌ ଏସଡିପିଓ କେଦାରନାଥ ସାହୁ ମାମଲାକୁ ଅତ୍ୟନ୍ତ ସହଜ ଭାବରେ ନେଇଛନ୍ତି। ଖବର କାଗଜରେ କ’ଣ ବାହାରୁଛି ତାକୁ ପଢିବାକୁ ପୋଲିସ ପାଖରେ ସମୟ ନାହିଁ ବୋଲି ସାହୁ ମନ୍ତବ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri