ସ୍ମାର୍ଟ ଫେରିବାଲା: ସୁଟ୍‌ ବୁଟ୍‌ ପିନ୍ଧା ବହି ବିକାଳି ଗିରଫ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ଭାରତୀୟ ରେଳବାଇ ଷ୍ଟେଶନ ଓ ଟ୍ରେନ ଭିତରେ ଫେରିବାଲା ବିକ୍ରିକୁ ବେଆଇନ ଘୋଷଣା କରିବା ପରେ ବୁଲା ବିକାଳିଙ୍କ ଚିନ୍ତା ବଢ଼ିଯାଇଛି। ଫଳରେ କେତେକ ଅସାଧୁବ୍ୟକ୍ତି ଗଳାବାଟ କାଢ଼ି ଯାତ୍ରା କରିବା ବାହାନାରେ ଆସି ବେପାର କରୁଛନ୍ତି। ଏଭଳି ଏକ ଅସାଧୁ ବ୍ୟବସାୟୀଙ୍କୁ ଭୁବନେଶ୍ୱର ରେଳ ସୁରକ୍ଷା ବଳ ମଙ୍ଗଳବାର ଗିରଫ କରିଛି। ସେ ହେଲେ ବାଲୁଗଁାର ସଞ୍ଜୟ କୁମାର ସାହୁ। ସୂଚନାଯୋଗ୍ୟ, ସଞ୍ଜୟ ଚକାଚକ୍‌ ଫର୍ମାଲ ପୋଷାକ, ଜୋତା, ଟାଇ ପିନ୍ଧି କାନ୍ଧରେ ଏକ ବ୍ୟାଗ ପକାଇ ଜୀବ ବିଜ୍ଞାନର ଏକ ବହି ଧରି ବିକ୍ରି କରୁଥିଲେ। ତାଙ୍କ ବେଶଭୂଷା ଦେଖି କେହି ବି ତାଙ୍କୁ ବୁଲା ବିକାଳି ବୋଲି ଆଦୌ ଭାବି ପାରିବେନି। ବଛା ବଛା ଲୋକଙ୍କୁ ଦେଖି ଅଭିଯୁକ୍ତଜଣକ ବହି ବିଷୟରେ ବୁଝାଇ ବିକ୍ରି କରୁଥିଲେ। ଆର୍‌ପିଏଫ କିମ୍ବା ଜିଆରପିକୁ ଦେଖିଲେ ଫୋନ୍‌ରେ ଗପିବା ବାହାନା କରି ଖସିଯାଉଥିଲେ। ମଙ୍ଗଳବାର ଅପରାହ୍ନରେ ପ୍ଲାଟଫର୍ମ ନଂ.୬ରେ ଜଣେ ଯୁବତୀଙ୍କୁ ବହି ବିଷୟରେ ବୁଝାଉଥିବା ବେଳେ ଆରପିଏଫର ଜଣେ କନଷ୍ଟେବଳ ଅଭିଯୁକ୍ତକୁ ଧରିଥିଲେ। ପରେ ଅଭିଯୁକ୍ତଙ୍କ ବିରୋଧରେ ରେଳବାଇ ଧାରା ୧୪୪ରେ ନଂ.୧୯୯୭/୨୦୧୯ରେ ମାମଲା ରୁଜୁ ହୋଇଛି। କିଛିଦିନ ପୂର୍ବରୁ ରେଳ ସୁରକ୍ଷା ବଳ ଏଭଳି ଦୁଇଜଣ ଅସାଧୁ ବ୍ୟବସାୟୀଙ୍କୁ ଧରିଥିଲା। ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଦୁଇ ଜଣ ଜରି ଅଖା ଭିତରେ ଚା କେଟିଲ ରଖି ଚା ବିକ୍ରି କରୁଥିଲେ। ଭୁବନେଶ୍ୱର ଷ୍ଟେଶନରେ ଓହ୍ଲାଇବାବେଳେ ଧରାପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କୁ ପାଲହାଟରୁ ହଟାଗଲା: ବଅଁରପାଳରେ ୧୪୪ ଧାରା ଜାରି

ବଅଁରପାଳ,୧୭।୩(ଡି.ଏନ୍‌.ଏ): ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ରାଜ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି। ଏ ନେଇ ସରକାର ତତ୍ପର ହୋଇଉଠିଛନ୍ତି। ଏହାକୁ...

ଆରଆଇଙ୍କୁ ଗୋଡ଼ାଇ ପିଟିଲେ ପଥର ମାଫିଆ

ନୀଳଗିରି,୨୫ା୭(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ତହସିଲ ଅଧୀନ ବାଘମରା ଗାଁରେ ସୋମବାର ସଜନାଗଡ଼ ଆର୍‌ଆଇ ସନ୍ତୋଷ କୁମାର ବେହେରାଙ୍କୁ ପଥର ମାଫିଆମାନେ ଗୋଡ଼ାଇ ଗୋଡ଼ାଇ ମାଡ଼...

କରୋନା ଭୟ: ହଳଦୀ ଚନ୍ଦନରେ ହୋଲି

ଢେଙ୍କାନାଳ ଅଫିସ୍, ୧୦ା୩- ଦ୍ରୁତ ଗତିରେ ବ୍ୟାପୁଥିବା କୋଭିଡ-୧୯ ବା କରୋନା ଭୂତାଣୁ ସଂକ୍ରମଣ ଭୟରେ ଢେଙ୍କାନାଳରେ ହୋଲି ପାଳନ ଫିକା ପଡିଥିବା ଦେଖିବାକୁ ମିଳିଛି।...

ରୋଗ ବାଣ୍ଟି ଚିକିତ୍ସାରେ ଶୋଷଣ

ଯାଜପୁର ଅଫିସ,୩।୭:ଯାଜପୁର ଜିଲା କଳିଙ୍ଗନଗରରେ ଶିଳ୍ପ କାରଖାନା ଯୋଗୁ ବିସ୍ଥାପିତ ଓ ପ୍ରଭାବିତ ଲୋକମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଡୁବୁରୀ ଛକ ନିକଟରେ ୨୦୧୫ ଅଗଷ୍ଟରେ...

୨ଟି ବୁଥ୍‌ରେ ସାନି ମତଦାନ

ସୁନ୍ଦରଗଡ଼,୨୫ା୪(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲାର ୨ଟି ବୁଥ୍‌ରେ ଇଭିଏମ୍‌ରେ ତୃଟି ଯୋଗୁ ମତଦାନ ବାତିଲ ହୋଇଥିଲା। ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ଏହି...

ପାରିବାରିକ ଅଶାନ୍ତିରୁ ଆର୍‌ବିଆଇ ଜିଏମ୍‌ଙ୍କ ଆତ୍ମହତ୍ୟା

ଚଣ୍ଡିଖୋଲ,୨୫।୧୧(ଡ.ଏନ୍‌.ଏ.): ଯାଜପୁର ଜିଲା ଚଣ୍ଡିଖୋଲ ସ୍ଥିତ ଏକ ହୋଟେଲରେ ଜଣେ ବ୍ୟାଙ୍କ ଅଧିକାରୀ ବେକରେ ବେଡସିଟ୍‌ ଗୁଡ଼ାଇ ଗୁରୁବାର ରାତିିରେ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ...

ମତ୍ସ୍ୟ ଉତ୍ପାଦନ, ଗୁଣବତ୍ତା ସମ୍ପର୍କରେ ତାଲିମ

ପାରାଦୀପ,୧୦ା୧୨(ସ୍ବ.ପ୍ର.): ସ୍ଥାନୀୟ ନେହେରୁ ବଙ୍ଗଳାସ୍ଥ ମାଛଧରା ବନ୍ଦର ପରିସରରେ ସୋମବାର ମତ୍ସ୍ୟଜୀବୀଙ୍କ ପାଇଁ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏମ୍‌ପିଇଡିଏ (ମେରାଇନ ପ୍ରଡକ୍ଟ ଏକ୍ସପୋର୍ଟ...

ବେଆଇନ ମଦଦୋକାନରେ ଚଢ଼ାଉ ଘଟଣା: ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଭବାନୀପାଟଣା,୧୬।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ଥାନା ପୋଲିସ ବଡ଼କୁଟରୁ ଫାଣ୍ଡି ଅଞ୍ଚଳରେ ଥିବା ବେଆଇନ ମଦ ଦୋକାନ ଉପରେ ଶନିବାର ଚଢ଼ାଉ କରିଥିଲା। ଏଥିରେ ପୋଲିସ...

Advertisement
Archives

Model This Week