Posted inଖେଳ

ସ୍ମରଣୀୟ ସିରିଜ

ଟି୨୦ ଫର୍ମାଟ୍‌ରେ ପ୍ରଥମ ଦଳ ଭାବେ ଭାରତ ୫-୦ରେ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରି ରେକର୍ଡ କରିଛି। ନ୍ୟୁଜିଲାଣ୍ଡକୁ ହରାଇ ଟିମ୍‌ ଇଣ୍ଡିଆ ର଼୍ୟାଙ୍କିଙ୍ଗ୍‌ରେ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନ ଅଧିକାର କରିଛି। ଏଥି ସହିତ ଭାରତ ଆଗାମୀ ଟି୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଜୋର୍‌ଦାର କରିଛି।

ଟିମ୍‌ ଇଣ୍ଡିଆର ସୁପର ଶୋ’ ଅବ୍ୟାହତ ରହିଛି। କେବଳ ନିଜ ମାଟିରେ ନୁହେଁ, ବିଦେଶ ମାଟିରେ ମଧ୍ୟ ସିରିଜ ବିଜୟୀ ହେବାର ଧାରା ବଜାୟ ରଖିଛି। ଏଥର ଟି୨୦ ସ୍ପେଶାଲିଷ୍ଟ ରୂପେ ପରିଚିତ ନ୍ୟୁଜିଲାଣ୍ଡକୁ ତା’ ନିଜ ମାଟିରେ ୫-୦ରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି ଭାରତ। କ୍ରିକେଟ୍‌ ସମୀକ୍ଷକମାନଙ୍କ ଅଙ୍କକୁ ଭୁଲ୍‌ ପ୍ରମାଣିତ କରିବା ସହିତ ଟିମ୍‌ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଭାରତ କ୍ରିକେଟ ଇତିହାସରେ ଗୋଟିଏ ପରେ ଗୋଟିଏ ବ୍ୟକ୍ତିଗତ ଏବଂ ଦଳଗତ ରେକର୍ଡ ସ୍ଥାପନ କରିବା ସହିତ କ୍ୱିଇ ଦଳ ବିପକ୍ଷରେ କ୍ଲିନ୍‌ ସୁଇପ୍‌ କରି ନିଜ ଦକ୍ଷତା ପ୍ରତିପାଦନ କରିଛି। ବ୍ୟାକ୍‌ ଟୁ ବ୍ୟାକ୍‌ ସିରିଜ ବିଜୟ ସହିତ ବିଶ୍ୱକପ୍‌ ପାଇଁ ଏକ ସନ୍ତୁଳିତ ଦଳ ଗଠନ କରିବାକୁ ଭାରତ ସଫଳ ହୋଇଛି। ଟି୨୦ରେ ନ୍ୟୁଜିଲାଣ୍ଡ ସହିତ ଥିବା ଖରାପ ରେକର୍ଡକୁ କିଛିମାତ୍ରାରେ ସୁଧାରିଛି ଏହି ସିରିଜ ବିଜୟ। ଘରୋଇ ସିରିଜ୍‌ରେ ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିବା ପରେ ଟିମ୍‌ ଇଣ୍ଡିଆ ପାଇଁ ଏହି ଗସ୍ତ ଏସିଡ୍‌ ଟେଷ୍ଟ ସହ ସମାନ ଥିଲା। ସାଧାରଣତଃ ୫ଟି ଟି୨୦ ମ୍ୟାଚ୍‌ ଥିବା ଦ୍ୱିପାକ୍ଷିକ ସିରିଜ ବହୁତ କମ୍‌ ଖେଳାଯାଇଥାଏ। ନ୍ୟୁଜିଲାଣ୍ଡକୁ ସୁପର ଓଭରର ଝଟକା ବିଶ୍ୱକପ୍‌ ମ୍ୟାଚ୍‌ଠାରୁ ଆରମ୍ଭ କରି ଏହି ସିରିଜ ପର୍ଯ୍ୟନ୍ତ ଲାଗିଥିବା ଦେଖାଯାଇଥିଲା। ଟି୨୦ରେ ନ୍ୟୁଜିଲାଣ୍ଡ ଦଳ ମୋଟ୍‌ ୮ଟି ସୁପର ଓଭର ଖେଳିଥିବା ବେଳେ ୭ଟିରେ ପରାସ୍ତ ହୋଇ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି। ଅନେକ ରେକର୍ଡ ସ୍ଥାପନ ହୋଇଛି ଏହି ଟି୨୦ ସିରିଜରେ। ହିଟ୍‌ ମ୍ୟାନ୍‌ ରୂପେ ପରିଚିତ ରୋହିତ ଶର୍ମା ଟି୨୦ ମ୍ୟାଚ୍‌ରେ ସର୍ବପ୍ରଥମେ ସର୍ବାଧିକ ୨୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି, ଯାହା ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛି। ବିଦେଶ ମାଟିରେ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍‌ ଏବଂ ନ୍ୟୁଜିଲାଣ୍ଡ ସହିତ ସିରିଜ କ୍ଲିନ୍‌ ସୁଇପ୍‌ କରିଛି ଟିମ୍‌ ଇଣ୍ଡିଆ। ୫-୦ରେ ସିରିଜ ବିଜୟ ହାସଲ କରିବା ଟି୨୦ ଫର୍ମାଟ୍‌ର ପ୍ରଥମ ଘଟଣା।
ଏହି ସିରିଜ୍‌ରେ ଇନ୍‌ଫର୍ମ ବ୍ୟାଟ୍ସ୍ୟାନ୍‌ ରୂପେ ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି ଏବଂ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିଥିବା ଶ୍ରେୟାସ ଆୟାର ଚମକତ୍ାରିତା ଦେଖାଇଥିବା ବେଳେ ବୋଲିଂରେ ଯଶ୍‌ପ୍ରୀତ ବୁମ୍‌ରା, ମହମ୍ମଦ ସାମି ଏବଂ ଶାର୍ଦ୍ଦୂଳ ଠାକୁର ଏବଂ ସ୍ପିନର ରୂପେ ଅଭିଜ୍ଞ ରବୀନ୍ଦ୍ର ଜାଡେଜା ବେଶ୍‌ ପରିପକ୍ୱତା ଦେଖାଇଥିଲେ। ଯଶ୍‌ପ୍ରୀତ ବୁମ୍‌ରାଙ୍କ ବୋଲିଂରେ ସର୍ବାଧିକ କ୍ୟାଚ୍‌ ଛାଡ଼ିଥିଲେ ଭାରତୀୟ ଫିଲ୍‌ଡରମାନେ। ସାରା ସିରିଜ୍‌ରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଲୋକେଶ ରାହୁଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।
ଏହି ଟି୨୦ ସିରିଜ୍‌ ବ୍ୟାଟିଂରେ କେନ୍‌ ଓ୍ବିଲିୟମ୍‌ସନ, ବିରାଟ କୋହଲି, ରସ୍‌ ଟେଲର ଏବଂ ରୋହିତ୍‌ ଶର୍ମାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ସେହିପରି ବୋଲିଂରେ ଟିମ୍‌ ସୌଦି, ମହମ୍ମଦ ସାମି, ମିଚେଲ ସାଣ୍ଟ୍‌ନର ଏବଂ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା। ମାତ୍ର ଯଶ୍‌ପ୍ରୀତ ବୋଲିଂରେ ଏବଂ ବ୍ୟାଟିଂରେ ରାହୁଲ ଉନ୍ନତ ପ୍ରଦର୍ଶନ କରିଥିଲେ। ଚଳିତ ଟି୨୦ ସିରିଜ୍‌ରେ ରାହୁଲ ଦୁଇଟି ଅର୍ଦ୍ଧଶତକ ସହିତ ମୋଟ୍‌ ୫ଟି ମ୍ୟାଚ୍‌ରୁ ୨୨୪ ରନ୍‌ ସଂଗ୍ରହ କରିଥିବା ବେଳେ ଟି୨୦ରେ ୪୦୦୦ ରନ୍‌ ଅତିକ୍ରମ କରିଛନ୍ତି। ସମଗ୍ର ସିରିଜରେ ବୋଲିଂ କରି ଟିମ୍‌ ଇଣ୍ଡିଆର ଷ୍ଟ୍ରାଇକ୍‌ ବୋଲର ଯଶ୍‌ପ୍ରୀତ ବୁମ୍‌ରା ସର୍ବାଧିକ ୭ଟି ଉଇକେଟ ନେଇଥିବା ବେଳେ ଅନ୍ତିମ ଟି୨୦ରେ ୩ଟି ଉଇକେଟ ନେଇ ତାଙ୍କର ବୋଲିଂ ଏକାଗ୍ରତା ଫେରିପାଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ସର୍ବାଧିକ ରନ୍‌ ସ୍କୋର କରିଥିବା ବେଳେ ବୋଲିଂରେ ସ୍ପିନର ସୋଧିଙ୍କ ବୋଲିଂ ବେଶ୍‌ ପ୍ରଭାବଶାଳୀ ରହିଥିଲା।
ଭାରତର ଏହି ସିରିଜ୍‌ ବିଜୟ ବେଶ୍‌ ରୋମାଞ୍ଚକ ଏବଂ ଆକର୍ଷଣୀୟ ଥିଲା। ନ୍ୟୁଜିଲାଣ୍ଡର ଛୋଟ ଗ୍ରାଉଣ୍ଡ ଏବଂ ପରିବେଶ ଆଦୌ ସହାୟକ ନ ଥିଲା। ନ୍ୟୁଜିଲାଣ୍ଡର ଖେଳାଳିମାନଙ୍କୁ ବେଶ୍‌ ସୁହାଉଥିବା ଏହି ଗ୍ରାଉଣ୍ଡଗୁଡ଼ିକରେ ୫-୦ରେ ସିରିଜ ବିଜୟୀ ହେବା ଏକପ୍ରକାର ଅସମ୍ଭବ ଥିଲା। ବିରାଟ ବାହିନୀ ଏହି ସଫଳତା ଆଗକୁ ବଜାୟ ରଖିବ ବୋଲି ଆଶା କରାଯାଉଛି।

ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri