ସ୍ବିଡେନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି କରିଥିଲେ ଗ୍ରାଫିକ୍‌ ଡିଜାଇନର

ଷ୍ଟକ୍‌ହୋମ୍‌,୧୧।୬: ସ୍ବିଡେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଓଲ୍‌ଫ ପାମେଙ୍କ ହତ୍ୟାର ୩୪ବର୍ଷ ପରେ ଅଭିଯୁକ୍ତଙ୍କ ନାମ ପର୍ଦ୍ଦାଫାଶ ହୋଇଛି। ଏକ ବୀମା କମ୍ପାନୀରେ ଗ୍ରାଫିକ ଡିଜାଇନର ଭାବେ କାମ କରୁଥିବା ଷ୍ଟିଟ ଇଙ୍ଗଷ୍ଟର୍ମ ନାମକ ଜଣେ ଯୁବକ ପାମେଙ୍କୁ ଗୁଳି କରି ହତ୍ୟା କରିଥିଲେ ବୋଲି ତଦନ୍ତକାରୀ ଅଧିକାରୀ କ୍ରିଷ୍ଟର ପିଟରସନ ସୂଚନା ଦେଇଛନ୍ତି। ଏଥିସହିତ ଦୀର୍ଘ ୩ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ମାମଲାର ଅନ୍ତ ଘଟିଲା ବୋଲି କୁହାଯାଇଛି। ସ୍ବିଡେନ ସୋସିଆଲ୍‌ ଡେମୋକ୍ରାଟ ପାର୍ଟିର ଦଶନ୍ଧି ଧରି ନେତୃତ୍ୱ ନେଇ ଆସିଥିବା ପାମେ ୨ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ସ୍କାଣ୍ଡାଭିଆ ଉପଦ୍ୱୀପକୁ ଏକ ସମାଜ ମଙ୍ଗଳ ରାଷ୍ଟ୍ରରେ ପରିଣତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
୧୯୮୬ରେ କେନ୍ଦ୍ରୀୟ ଷ୍ଟକହୋମ୍‌ଠାରେ ପାମେ, ତାଙ୍କ ସ୍ତ୍ରୀ ଓ ପିଲାଙ୍କ ସହ ସିନେମା ଦେଖି ଫେରୁଥିବାବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ପିଟରଶନ ୨୦୧୭ପର୍ଯ୍ୟନ୍ତ ପାମେଙ୍କ ହତ୍ୟା ମାମଲାର ତଦନ୍ତର ନେତୃତ୍ୱ ନେଇଥିଲେ। ପାମେଙ୍କ ହତ୍ୟା ଅଭିଯୁକ୍ତ ଇଙ୍ଗଷ୍ଟର୍ମ କାମ କରୁଥିବା କମ୍ପାନୀ ନିକଟରେ ହୋଇଥିବାବେଳେ ତାଙ୍କ ଉପରେ ଦୀର୍ଘବର୍ଷ ହେବ ସନ୍ଦେହ କରାଯାଉଥିଲା ବୋଲି ପିଟରସନ କହିଛନ୍ତି। ତେବେ ଅଭିଯୁକ୍ତ ଇଙ୍ଗଷ୍ଟର୍ମ ଇତିମଧ୍ୟରେ ମୃତ୍ୟୁବରଣ କରିସାରିଥିବାରୁ ତାଙ୍କ ବିରୋଧରେ ଚାର୍ଜଶିଟ ଫାଇଲ କରିବାକୁ ଚାହୁଁନାହିଁ ବରଂ ତଦନ୍ତକୁ ଏହିଠାରେ ସମାପ୍ତ କରିବାକୁ ଚାହୁଁଛି ବୋଲି ବୁଧବାର ପିଟରଶନ କହିଛନ୍ତି। ହତ୍ୟାକାରୀ ଇଙ୍ଗଷ୍ଟର୍ମଙ୍କ କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିବାରୁ ପାମେଙ୍କ ହତ୍ୟାକୁ ନେଇ ରାଜନୈତିକ ଷଡ଼ଯନ୍ତ୍ର କରାଯାଉଥିବା ସମ୍ପର୍କରେ ଯେଉଁ ଆଲୋଚନା ହେଉଥିଲା, ତା’ର ଏବେ ଅନ୍ତ ଘଟିଛି। ଗତ ୩ ଦଶନ୍ଧି ଧରି ପାମେଙ୍କ ହତ୍ୟାକୁ ନେଇ ସ୍ବିଡେନବାସୀ ସୁରକ୍ଷା ବାହିନୀକୁ ନିନ୍ଦା କରିଆସୁଥିଲେ। ଏପରି କି ଏଥିପାଇଁ ଦକ୍ଷିଣ ଆଫ୍ରିକା ସୁରକ୍ଷା ସେବାରେ ଥିବା ସିଆଇଏ ଏବଂ କୁର୍ଦ୍ଦିଶ ବିଚ୍ଛିନ୍ନତାବାଦୀଙ୍କୁ ଦାୟୀ କରାଯାଇଆସୁଥିଲା। ପାମେଙ୍କୁ ହତ୍ୟା କରାଯାଇଥିବା ସ୍ଥାନରେ ଇଙ୍ଗଷ୍ଟର୍ମ ଉପସ୍ଥିତ ଥିବାରୁ ସେ ଦୀର୍ଘଦିନରୁ ସନ୍ଦେହଘେରରେ ଥିଲେ। ତାଙ୍କୁ ବହୁବାର ପୋଲିସ ଜେରା ମଧ୍ୟ କରିଥିଲା। ଇତିମଧ୍ୟରେ ଇଙ୍ଗଷ୍ଟର୍ମଙ୍କ ମୃତ୍ୟୁ ହୋଇସାରିଥିବାରୁ ତାଙ୍କ ବିରୋଧରେ ଆଉ ତଦନ୍ତ ହେବାର ପ୍ରୟୋଜନ ନାହିଁ ବୋଲି ପିଟରସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri