ଜଗନ୍ନାଥପ୍ରସାଦ,୨୧ା୧୨(ଡି.ଏନ.ଏ.) -ଜଗନ୍ନାଥପ୍ରସାଦ ଥାନା ପଞ୍ଚୁଭୂତି ମୁଖ୍ୟ ରାସ୍ତା ୨୧ ନଂ. ରାଜ୍ୟ ରାଜପଥରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ୨ ଗୋଡ଼, ବାମ ହାତ ଭାଙ୍ଗି ଯାଇଥିବା ଜଣେ ମହିଳା ୬ ବର୍ଷର ପୁଅକୁ ଧରି ରାସ୍ତା ଉପରେ ଶୋଇ ନ୍ୟାୟ ମାଗୁଥିଲେ। ତାଙ୍କର ଏପରି ଦଶା କରିଥିବା ସ୍ବାମୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରୁଥିଲେ। ଫଳରେ ୨ରୁ ୩ ଘଣ୍ଟା ରାଜପଥ ସମ୍ପୂର୍ଣ ବନ୍ଦ ରହିଥିଲା। ପ୍ରଶାସନ ପହଞ୍ଚତ୍ ବୁଝାଶୁଝା କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ।
ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ପ୍ରକାରେ, କରସିଂ ଗ୍ରାମର ଚୈତନ୍ୟ ପ୍ରସାଦ ସାହିର ପଦ୍ମ ସାହୁ (ବିବାହିତ)ଙ୍କ ଘରକୁ ପଞ୍ଚୁଭୂତି ଗ୍ରାମର ତୋଫାନ ନାୟକଙ୍କ ଝିଅ ହୀରା ୭ବର୍ଷ ତଳେ କାମ କରିବାକୁ ଯାଇଥିଲେ। ପରେ ପଦ୍ମ ତାଙ୍କୁ ବିବାହ କରି ଅନ୍ୟତ୍ର ନେଇ ରଖିଥିଲେ। ସେମାନଙ୍କ ଏକ ୬ବର୍ଷର ପୁତ୍ର ସନ୍ତାନ ଅଛି। ବିଭିନ୍ନ ସମୟରେ ସେ ହୀରାଙ୍କୁ ମାର୍ପିଟ୍ କରୁଥିଲେ। ଏପରିକି ମାସେ ତଳେ ମାରି ଗୋଡହାତ ଭାଙ୍ଗି ଦେଇଥିବାବେଳେ ଚିକିତ୍ସା ମଧ୍ୟ କରିଥିଲେ। ପୁଣି ଗତ ରବିବାର ଅରବିନ୍ଦ ନଗରରେ ଏକ ଭଡାଘରେ ରଖି ମାଡ ମାରି ଗୋଡହାତ ଭାଙ୍ଗି ଦେଇଥିଲେ। ସାହି ଲୋକଙ୍କ ଠାରୁ ଖବର ପାଇ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପୂର୍ବରୁ ପଦ୍ମ ଖସି ପଳାଇଥିଲେ। ଏ ନେଇ ହୀରାଙ୍କ ବାପା ତୋଫାନ ନାଇକଙ୍କ ଅଭିଯୋଗ ପ୍ରକାରେ ନଂ.୨୯୮/୧୯ ରେ ବୁଗୁଡା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ନ୍ୟାୟ ପାଇଁ ରାସ୍ତାକୁ ଆସିଥିବା ହୀରା କହିଛନ୍ତି। ବର୍ତ୍ତମାନ ହୀରାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ପକ୍ଷରୁ ଏସ୍ଆଇ ଅମ୍ବିକା ବେଣିଆ, ତହସିଲଦାର ବାସୁଦେବ ପାଣ୍ଡେ, ଏଟିଓ ବାରିଆଲ ମୁର୍ମୁ ପ୍ରମୁଖ ମହିଳାଙ୍କୁ
ବୁଝାଶୁଝା ସହ ଚିକିତ୍ସା ବ୍ୟବସ୍ଥା କରିଥିଲେ।
ସ୍ବାମୀ ମାଡ଼ରେ ସ୍ତ୍ରୀଙ୍କ ହାତଗୋଡ଼ ଭାଙ୍ଗିବା ଘଟଣା: ନ୍ୟାୟ ପାଇଁ ରାସ୍ତାରେ ଶୋଇ ମହିଳାଙ୍କ ଧାରଣା
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ
ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...
କ୍ରୀଡ଼ା ମହୋତ୍ସବକୁ ଉଦ୍ଘାଟିତ କଲେ ଆସିକା ଏମ୍ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍
ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...
ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ
ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...
ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ
ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...
ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି
ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...
Archives


