ଜଗନ୍ନାଥପ୍ରସାଦ,୨୧ା୧୨(ଡି.ଏନ.ଏ.) -ଜଗନ୍ନାଥପ୍ରସାଦ ଥାନା ପଞ୍ଚୁଭୂତି ମୁଖ୍ୟ ରାସ୍ତା ୨୧ ନଂ. ରାଜ୍ୟ ରାଜପଥରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ୨ ଗୋଡ଼, ବାମ ହାତ ଭାଙ୍ଗି ଯାଇଥିବା ଜଣେ ମହିଳା ୬ ବର୍ଷର ପୁଅକୁ ଧରି ରାସ୍ତା ଉପରେ ଶୋଇ ନ୍ୟାୟ ମାଗୁଥିଲେ। ତାଙ୍କର ଏପରି ଦଶା କରିଥିବା ସ୍ବାମୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରୁଥିଲେ। ଫଳରେ ୨ରୁ ୩ ଘଣ୍ଟା ରାଜପଥ ସମ୍ପୂର୍ଣ ବନ୍ଦ ରହିଥିଲା। ପ୍ରଶାସନ ପହଞ୍ଚତ୍ ବୁଝାଶୁଝା କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ।
ପରିବାର ଲୋକଙ୍କଠାରୁ ମିଳିଥିବା ସୂଚନା ପ୍ରକାରେ, କରସିଂ ଗ୍ରାମର ଚୈତନ୍ୟ ପ୍ରସାଦ ସାହିର ପଦ୍ମ ସାହୁ (ବିବାହିତ)ଙ୍କ ଘରକୁ ପଞ୍ଚୁଭୂତି ଗ୍ରାମର ତୋଫାନ ନାୟକଙ୍କ ଝିଅ ହୀରା ୭ବର୍ଷ ତଳେ କାମ କରିବାକୁ ଯାଇଥିଲେ। ପରେ ପଦ୍ମ ତାଙ୍କୁ ବିବାହ କରି ଅନ୍ୟତ୍ର ନେଇ ରଖିଥିଲେ। ସେମାନଙ୍କ ଏକ ୬ବର୍ଷର ପୁତ୍ର ସନ୍ତାନ ଅଛି। ବିଭିନ୍ନ ସମୟରେ ସେ ହୀରାଙ୍କୁ ମାର୍ପିଟ୍ କରୁଥିଲେ। ଏପରିକି ମାସେ ତଳେ ମାରି ଗୋଡହାତ ଭାଙ୍ଗି ଦେଇଥିବାବେଳେ ଚିକିତ୍ସା ମଧ୍ୟ କରିଥିଲେ। ପୁଣି ଗତ ରବିବାର ଅରବିନ୍ଦ ନଗରରେ ଏକ ଭଡାଘରେ ରଖି ମାଡ ମାରି ଗୋଡହାତ ଭାଙ୍ଗି ଦେଇଥିଲେ। ସାହି ଲୋକଙ୍କ ଠାରୁ ଖବର ପାଇ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପୂର୍ବରୁ ପଦ୍ମ ଖସି ପଳାଇଥିଲେ। ଏ ନେଇ ହୀରାଙ୍କ ବାପା ତୋଫାନ ନାଇକଙ୍କ ଅଭିଯୋଗ ପ୍ରକାରେ ନଂ.୨୯୮/୧୯ ରେ ବୁଗୁଡା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ନ୍ୟାୟ ପାଇଁ ରାସ୍ତାକୁ ଆସିଥିବା ହୀରା କହିଛନ୍ତି। ବର୍ତ୍ତମାନ ହୀରାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ପକ୍ଷରୁ ଏସ୍ଆଇ ଅମ୍ବିକା ବେଣିଆ, ତହସିଲଦାର ବାସୁଦେବ ପାଣ୍ଡେ, ଏଟିଓ ବାରିଆଲ ମୁର୍ମୁ ପ୍ରମୁଖ ମହିଳାଙ୍କୁ
ବୁଝାଶୁଝା ସହ ଚିକିତ୍ସା ବ୍ୟବସ୍ଥା କରିଥିଲେ।
ସ୍ବାମୀ ମାଡ଼ରେ ସ୍ତ୍ରୀଙ୍କ ହାତଗୋଡ଼ ଭାଙ୍ଗିବା ଘଟଣା: ନ୍ୟାୟ ପାଇଁ ରାସ୍ତାରେ ଶୋଇ ମହିଳାଙ୍କ ଧାରଣା
ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ
ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…
ଜଳିଗଲା ୩ ଭାଇଙ୍କ ଘର
ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…
ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ
ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…
ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ
ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…
ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…
ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…
ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ
ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…
ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…
ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…
ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ
କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…
Archives

