![](https://www.dharitri.com/wp-content/uploads/2019/10/0917d9f3-ea26-405c-be3c-b07dc8ed8ca9.jpg)
ଖୋର୍ଦ୍ଧା ଅଫିସ,୧୬।୧୦: ବାଣପୁର ଥାନା ପଦନପୁର ଗାଁରେ ସୁଶାନ୍ତ ନାୟକ(୩୫) ମଙ୍ଗଳବାର ରାତିରୁ ନିଖୋଜ ଅଛନ୍ତି। ତାଙ୍କ ସ୍ତ୍ରୀ ଥାନାରେ ପହଞ୍ଚି ସ୍ବାମୀକୁ ହତ୍ୟା କରାଯାଇ ମୃତଦେହକୁ ଗାଏବ କରି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। କିନ୍ତୁ ଏପର୍ଯ୍ୟନ୍ତ ନିଖୋଜ ସୁଶାନ୍ତ ଏବେ ମୃତ କି ଜୀବିତ ତାର ରହସ୍ୟ ପୋଲିସ ଉନ୍ମୋଚନ କରିପାରିନାହିଁ।