ସ୍ବାବଲମ୍ବୀ ହେଲେ ଦୁଇ ‘ସ୍ବୟଂସିଦ୍ଧା’

ବାରିପଦା ଅଫିସ,୨୮।୭- ଆଦିବାସୀ ଅଧ୍ୟୁଷିିତ ମୟୂରଭଞ୍ଜ ଜିଲା ସବୁବେଳେ ବାଲ୍ୟବିବାହକୁ ନେଇ ଚର୍ଚ୍ଚାରେ ରହିଆସିଛି। ବାଲ୍ୟବିବାହର ଶିକାର ହେଉଥିବା ନାବାଳିକାଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ନେଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ‘ସ୍ବୟଂସିଦ୍ଧା’ ଗଠନ କରାଯାଇଥିଲା। ଲକ୍ଷ୍ୟ ଥିଲା ଟିମ୍‌ର ସଦସ୍ୟମାନେ ନାବାଳିକାମାନଙ୍କୁ ବାଲ୍ୟବିବାହର କୁପରିଣତି ସମ୍ପର୍କରେ ସଚେତନ କରିବେ। ଏହି ସ୍ବୟଂସିଦ୍ଧା ଟିମ୍‌ର ଦୁଇଜଣ ସଦସ୍ୟା ମାମିନା ନାୟକ ଓ ସ୍ମୃତିଲତା ସିଂଙ୍କୁ ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ କାର୍ଯ୍ୟକ୍ରମ ଜରିଆରେ ତାଲିମ ଦେଇ ସ୍ବାବଲମ୍ବୀ କରାଇବାରେ ସକ୍ଷମ ହୋଇଛି ଜିଲା ଶିଶୁ ସୁରକ୍ଷା ୟୁନିଟ। ମାମିନା ଓ ସ୍ମୃତିଲତା ବାଙ୍ଗାଲୋରସ୍ଥିତ ଏକ କମ୍ପାନୀରେ ନିଯୁକ୍ତି ପାଇବା ନେଇ ମନୋନୀତ ହୋଇଛନ୍ତି। ଏନେଇ ଜିଲାପାଳ ବିନିତ ଭରଦ୍ୱାଜ ମାମିନା ଓ ସ୍ମୃତିଲତାଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ ଏବଂ ଓର୍‌ମାସର ବିମାନ ମଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଆବସିକ କାର୍ଯ୍ୟାଳୟରୁ ସାପ ଉଦ୍ଧାର

ବାରିପଦା ଅଫିସ, ୧୩ା୬-ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଆବାସିକ କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ସନ୍ଧ୍ୟାରେ ଏକ ବିରଳ ତମ୍ବାମୁଣ୍ଡିଆ ଟ୍ରିଙ୍କେଟ ପ୍ରଜାତିର ବିରାଟକାୟ ସାପ ଉଦ୍ଧାର...

ଛଟ୍‌ ପୂଜା ଲାଗି ନଦୀଘାଟ ଉତ୍ସବମୁଖର

ରାଇରଙ୍ଗପୁର, ୩।୧୧ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳ ଉପକଣ୍ଠ ଖଡ଼ଖାଇ ନଦୀ ଘାଟ ଶନିବାର ବିହାରୀ ସମ୍ପ୍ରଦାୟର ପ୍ରସିଦ୍ଧ ଛଟ୍‌ ପୂଜା ଲାଗି ଉତ୍ସବମୁଖର ହୋଇ...

ପାଣି ପାଇଁ ରାସ୍ତାରୋକୋ

ବାରିପଦା ଅଫିସ, ୧୮ା୨- ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ବାରିପଦା ସହରର ବିଭିନ୍ନ ସ୍ଥାନରେ ଜଳକଷ୍ଟ ସମସ୍ୟା ଦେଖାଗଲାଣି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଳଯୋଗାଣ ବ୍ୟବସ୍ଥା...

ମୟୂରଭଞ୍ଜ ଜିଲାର ୧୧୭୦୮ଶ୍ରମିକଙ୍କ ହୋମ୍‌ କ୍ୱାରାଣ୍ଟାଇନ ସରିଲା

ବାରିପଦା ଅଫିସ, ୧୬ା୪- କରୋନା ସନ୍ଦେହରେ ମୟୂରଭଞ୍ଜ ଜିଲାର ୩୧୭ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିମଧ୍ୟରୁ ଆସିଥିବା ୨୨୨ଟି ସାମ୍ପୁଲ ନେଗେଟିଭ୍‌...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ରାଇରଙ୍ଗପୁର,୨୨ା୬(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବୁଢ଼ିଝରଣ ଗ୍ରାମର ଜଣେ ଯୁବକ ରବିବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ...

କୂଳ ଖାଉଛି ଦୁଇମୁହାଣୀ

କୁଆମରା,୧୧।୮(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ନାହ୍ଲୁଆ ଓ ଗଙ୍ଗାହାର ନାମରେ ଦୁଇଟି ନଦୀ ପ୍ରବାହିତ ହୋଇଛି। ଉକ୍ତ ଦୁଇ ନଦୀ ଖଡ଼ିକାପଦାଠାରେ ମିଶ୍ରଣ...

ନିମ୍ନମାନର କାର୍ଯ୍ୟକୁ ବିରୋଧ କଲେ ଗ୍ରାମବାସୀ

ବଡସାହି,୧୧ା୧(ସ୍ବ.ପ୍ର.)-ବଡ଼ସାହି ବ୍ଲକ ଅଧୀନ ଭୀମଦା ପଞ୍ଚାୟତ ଚେଙ୍ଗୁଆ-ମଙ୍ଗଳପୁର ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ...

ଲାଞ୍ଚ ମାମଲା: ପୂର୍ବତନ ଆର୍‌ଆଇଙ୍କୁ ୨ ବର୍ଷ ଜେଲ

ବାରିପଦା ଅଫିସ,୧।୧୨- ମୟୁରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଶରତ କୁମାର ଦେହୁରୀ ଶନିବାର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୨...

Advertisement


Archives

Model This Week