Posted inପୁରୀ

ସ୍ବାଧୀନତା ଲାଗି ନାରୀ ଆଜି ବି ସଂଘର୍ଷରତ

ପୁରୀ ଅଫିସ, ୧୩।୮: ପୁରୀର ନାଟ୍ୟାନୁଷ୍ଠାନ ‘ରଙ୍ଗଶାଳା’ ଆନୁକୂଲ୍ୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଚାଲିଥିବା ଦ୍ୱାଦଶ ଜାତୀୟ ନାଟକ ମହୋତ୍ସବର ସୋମବାର ଥିଲା ଦ୍ୱିତୀୟ ଦିବସ। ଭୁବନେଶ୍ୱରର ନାଟ୍ୟାନୁଷ୍ଠାନ ‘ଜୀବନ ରେଖା’ ପକ୍ଷରୁ ପରିବେଷିତ ହୋଇଥିଲା ନାଟକ ‘ଚୁପ! କୋର୍ଟ ଚାଲିଛି’। ଜଣେ ନାରୀର ସଂଘର୍ଷମୟ କାହାଣୀ ଉପରେ ପର୍ଯ୍ୟବସିତ ଥିଲା ଏହି ନାଟକ।
ଏମିତି ଥିଲା କାହାଣୀ। କନ୍ୟାଭ୍ରୂଣ ହତ୍ୟା ଉପରେ ନାଟକ ମଞ୍ଚସ୍ଥ ଲାଗି ସ୍ଥିର କଲେ ଗୋଟିଏ ନାଟ୍ୟ ଦଳ। ରିହର୍ସାଲ ଆରମ୍ଭ ହେଲା। କନ୍ୟାଭ୍ରୂଣକୁ ନେଇ କୋର୍ଟରେ କେସ୍‌ ଚାଲିଲା। ଅଦାଲତରେ ଗୋଟିଏ ପଟେ ଜଣେ ନାରୀ ନିଜ ସ୍ବାଧୀନତା ଲାଗି କାଠଗଡ଼ାରେ ଠିଆ ହୋଇଥାନ୍ତି। ଅନ୍ୟପଟେ ଜଣକ ପରେ ଜଣେ ସାକ୍ଷୀ ସାକ୍ଷ୍ୟ ଦେଇ ଚାଲି ଯାଉଥାନ୍ତି। ଆରୋପ ପ୍ରତ୍ୟାରୋପ ମଧ୍ୟରେ ସମ୍ପୃକ୍ତା ମହିଳାଙ୍କ ଚରିତ୍ର ଉପରେ ଉଠିଲା ଅଙ୍ଗୁଳି। ପେଶାରେ ସେ ଶିକ୍ଷୟିତ୍ରୀ। ହେଲେ ନିଶା ଅଭିନୟ। ସେ ବିବାହ ପୂର୍ବରୁ ମାତୃତ୍ୱ ଲାଭ କରିଛନ୍ତି। ଏଥିପାଇଁ ଅତି ସ୍ବାର୍ଥପର ଭାବେ ସମସ୍ତେ ତାଙ୍କୁ ଦୋଷାରୋପ କରୁଛନ୍ତି। ସେ ନ୍ୟାୟ ପାଇବା ଲାଗି ସଂଘର୍ଷଜାରି ରଖିଛନ୍ତି। ଏମିତି ରୋଚକମୋଡ଼ରେ କାହାଣୀ ଗତିଶୀଳ ଥିବାବେଳେ ନାଟକ ମଞ୍ଚସ୍ଥର ସମୟ ହୋଇଗଲାଣି ବୋଲି କେତେଜଣ କହିଥିଲେ। ନିର୍ଦ୍ଦେଶକ କହିଥିଲେ, ‘ଚୁପ୍‌! କୋର୍ଟ ଚାଲିଛି’। ଅଭିନ୍ନ ରାଉତରାୟଙ୍କ ନିର୍ଦ୍ଦେଶିତ ଏହି ନାଟକରେ ବିଭିନ୍ନ ଭୂମିକାରେ ମମତା ତ୍ରିପାଠୀ, ଇନା ପୁରୋହିତ, ମାନୁ ପଟ୍ଟନାୟକ, ସୁନିଲ ପଟ୍ଟନାୟକ, ଦେବେନ୍ଦ୍ର ସୁନ୍ଦର ରାୟ, ପବିତ୍ର ମହାନ୍ତି, ପ୍ରଦୀପ ନାୟକ, ସିଦ୍ଧାର୍ଥ ରାୟ, ସୂର୍ଯ୍ୟ ନାରାୟଣ ପତି, ନିଗମେଶ, ଗଗନ ଦୀପ ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତରେ ପ୍ରତାପ ରାଉତ, ମଞ୍ଚରେ ବିଶ୍ୱଜିତ ରାଉତ, ଆଲୋକ ଓ ରୁପସଜ୍ଜାରେ ସଞ୍ଜୟ ସାହା ଓ ବାଞ୍ଛାନିଧି ପାତ୍ର ଦାୟିତ୍ୱ ତୁଲାଇଥିଲେ। ୨ୟ ଦିବସରେ ସଭାପତି ଶିଳ୍ପପତି ଗିରୀଶ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ପାରାଦୀପ ପିପିଏଲର ମାନବ ସମ୍ବଳ ବିଭାଗ ମ୍ୟାନେଜର ଜଗନ୍ନାଥ ଖୁଣ୍ଟିଆ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କ୍ରୀଡ଼ାବିତ୍‌ ରବୀନ୍ଦ୍ର ସେନାପତି, ବରିଷ୍ଠ ସାମାଜିକ କର୍ମୀ ବଦ୍ରି ମିଶ୍ର, ଶିଳ୍ପପତି ବିଜୟ ସୁବୁଦ୍ଧି, ନାଟ୍ୟ ନିର୍ଦ୍ଦେଶକ ପତିତ ପରିଡ଼ା, ନାଟ୍ୟକାର ଭରତ ନାୟକ ମଞ୍ଚାସୀନ ଥିଲେ। ଏହି ଅବସରରେ ମଞ୍ଚ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି କଳାକାର, ନାଟ୍ୟ ନିର୍ଦ୍ଦେଶକଙ୍କୁ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଗୃହ

କୃଷ୍ଣପ୍ରସାଦ,୩୧ା୧୨(ଡି.ଏନ୍‌.ଏ.): ଫାଇଲିନ୍‌ ବାତ୍ୟାରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିଲା। ବହୁ ପରିବାର ବାସଗୃହ ହରାଇଥିଲେ। ପକ୍କାଘର ନ ଥିବା ପରିବାରଙ୍କୁ...

ପୁରୀ ବିଚ୍‌ ସ୍ୟାକ୍ସ ପ୍ରସ୍ତାବ ରଦ୍ଦ

ପୁରୀ ଅଫିସ,୩୧।୭: ପୁରୀ ବେଳାଭୂମିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ କାର୍ଯ୍ୟକାରୀ କରିବାକୁ ଥିବା ପ୍ରସ୍ତାବିତ ବିଚ୍‌ ସ୍ୟାକ୍ସ ଯୋଜନାକୁ ରଦ୍ଦ କରାଯାଇଛି। ପୁରୀ ସହରର...

ଶ୍ରୀମନ୍ଦିରରେ ଲୋକନାଥଙ୍କ ଅଶୋକାଷ୍ଟମୀ ନୀତି

ପୁରୀ ଅଫିସ,୨।୪: ପବିତ୍ର ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀକୁ ଅଶୋକାଷ୍ଟମୀ କୁହାଯାଏ। ବୁଧବାର ଶ୍ରୀମନ୍ଦିରରେ ଶ୍ରୀଲୋକନାଥଙ୍କ ଅଶୋକାଷ୍ଟମୀ ନୀତି ପାଳିତ ହୋଇଯାଇଛି। ଶ୍ରୀଲୋକନାଥ ହେଉଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ...

ବାହୁଡ଼ିବେ ମହାବାହୁ

ପୁରୀ ଅଫିସ, ୨୦।୭: ମଙ୍ଗଳବାର ବାହୁଡ଼ା ଯାତ୍ରା। ଜନ୍ମବେଦି ଛାଡ଼ି ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦିକୁ ଫେରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରଥ ଓ ପଥ...

ପୁରୀ ବସ୍‌ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ୩ ବସ୍‌

ପୁରୀ ଅଫିସ, ୧୫।୩: ପୁରୀ ବସ୍‌ ଷ୍ଟାଣ୍ଡରେ ସୋମବାର ଅଗ୍ନିକାଣ୍ଡ ଘଟି ୩ ଟି ବସ୍‌ ସମ୍ପୂର୍ଣ୍ଣ ଜଳି ଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ...

ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଣାର୍କ,୧୯।୧(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରୁ ବାଲି ଚୋରି ଘଟଣାରେ ୪ ସପ୍ତାହ ମଧ୍ୟରେ ତଦନ୍ତ ସାରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ଘଟଣା ସମ୍ପର୍କରେ...

ସଫ୍ଟଓ୍ବେର ଇଞ୍ଜିନିୟର ଦେବାଶିଷ ପାଇଲେ ଓଏଏସ୍‌: ଉତ୍ତମ ପ୍ରଶାସନିକ ସେବା ଯୋଗାଇ ଦେବା ଲକ୍ଷ୍ୟ

କୃଷ୍ଣପ୍ରସାଦ,୯ା୧(ଡି.ଏନ.ଏ.): ପୁରୀ ଜିଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ପାରିକୁଦଗଡରୁ ଓଏଏସ ପାଇବାରେ ସଫଳ ହୋଇଛନ୍ତି ଦେବାଶିଷ ପାତ୍ର। ତାଙ୍କ ଲକ୍ଷ୍ୟ ରହିଛି ଜନସାଧାରଣଙ୍କୁ ଉତ୍ତମ ପ୍ରଶାସନିକ...

ଶ୍ରୀମନ୍ଦିରରେ ପହଞ୍ଚିଲା ଦଶମୂଳ

ପୁରୀ ଅଫିସ,୧୬।୬: ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦିରେ ୧୦୮ ଗଡୁ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ଚାଲିଛି ଦାରୁଦିଅଁଙ୍କ ଗୁପ୍ତ...

Advertisement
Archives

Model This Week