Posted inଖେଳ

ସ୍ବସ୍ତିକ, ଜ୍ୟୋତିକା ଚାମ୍ପିୟନ

କଟକ ଅଫିସ,୨୯ା୪- ମାଷ୍ଟର ଚେସ୍‌ ଫାଉଣ୍ଡେଶନ ଆନୁକୂଲ୍ୟରେ ଏଠାରେ ଅନୁଷ୍ଠିତ ରାଜ୍ୟ ୭ବର୍ଷରୁ କମ୍‌ ଓପନ ଓ ବାଳିକା ଚେସ୍‌ ଚାମ୍ପିୟନଶିପ ରବିବାର ଉଦ୍‌ଯାପିତ ହୋଇଯାଇଛି । ଓପନ ବର୍ଗରେ କଟକର ସ୍ବସ୍ତିକ ଶୁଭମ ପଟ୍ଟନାୟକ ଓ ବାଳିକା ବର୍ଗରେ ଜ୍ୟୋତିକା ସାହୁ ଚାମ୍ପିୟନ ହୋଇଛନ୍ତି । ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ସ୍ବସ୍ତିକ ଓ ଜ୍ୟୋତିକା ୬.୫ ପଏଣ୍ଟ ଲେଖାଏ ହାସଲ କରିଛନ୍ତି । ଶନିବାର ୫ ରାଉଣ୍ଡ ଖେଳ ଶେଷ ସୁଦ୍ଧା ମଧ୍ୟ ସ୍ବସ୍ତିକ ୫ ପଏଣ୍ଟ ପାଇ ଏକକ ଅଗ୍ରଣୀ ଥିଲେ । ୬ଷ୍ଠ ରାଉଣ୍ଡରେ ଅଭିଜିତ ବିଶ୍ୱାଳଙ୍କ ସହ ମ୍ୟାଚ୍‌ ଡ୍ର ରହିବା ଯୋଗୁଁ ଉଭୟ ୦.୫ ପଏଣ୍ଟ ଲେଖାଏ ପାଇଥିଲେ । ହେଲେ ୭ମ ତଥା ଅନ୍ତିମ ରାଉଣ୍ଡରେ ସ୍ବସ୍ତିକ ଆୟୁଷ୍ମାନ ସାମନ୍ତରାୟଙ୍କୁ ପରାସ୍ତ କରି ଚାମ୍ପିୟନ ଟାଇଟଲ ହାସଲ କରିଛନ୍ତି । ମୋଟ ୬ ପଏଣ୍ଟ ପାଇଥିବା ଖୋର୍ଦ୍ଧାର ଅଭିଜିତ ବିଶ୍ୱାଳ ଓପନ ବର୍ଗରେ ରନର୍ସଅପ ହୋଇଥିବା ବେଳେ ୫.୫ ପଏଣ୍ଟ ସହ ସତ୍ୟାଂଶ ଶିୟମ ଦ୍ୱିତୀୟ ରନର୍ସଅପ ହୋଇଥିଲେ । ଜୟଦିତ୍ୟ ପାଢ଼ୀ, ଅର୍କ ମିଶ୍ର, ଉମଙ୍ଗ ନହର, ଆୟୁଷ୍ମାନ ସାମନ୍ତରାୟ, ପ୍ରତୀକ କୁଶଳ ରାଉତ, ଭିହାନ ରେଡ୍ଡୀ, ଅର୍ନଭ ବିଶ୍ୱାଳ ୫ ପଏଣ୍ଟ ଲେଖାଏ ପାଇ ୧୦ମ ସ୍ଥାନ ମଧ୍ୟରେ ଅଛନ୍ତି । ୫ରାଉଣ୍ଡ ଖେଳ ଶେଷ ସୁଦ୍ଧା ୪.୫ ପଏଣ୍ଟ ହାସଲ କରି ଜ୍ୟୋତିକା ସାହୁ ଦ୍ୱିତୀୟ ସ୍ଥାନରେ ଥିଲେ । ସମାନ ପଏଣ୍ଟ ସହ ଐଶ୍ୱର୍ଯ୍ୟା ସାହୁ ଅଗ୍ରଣୀ ନେଇଥିଲେ । ରବିବାର ଅନୁଷ୍ଠିତ ୬ଷ୍ଠ ରାଉଣ୍ଡ ମ୍ୟାଚ୍‌ରେ ରିପିଲ ପଣ୍ଡାଙ୍କୁ ଓ ୭ମ ରାଉଣ୍ଡରେ ହର୍ଷିତା ସିଂଙ୍କୁ ହରାଇ ଜ୍ୟୋତିକା ଟାଇଟଲ ବିଜୟୀ ହୋଇଛନ୍ତି। ଅନ୍ତିମ ଦୁଇଟି ଯାକ ରାଉଣ୍ଡରେ ଐଶ୍ୱର୍ଯ୍ୟା ପରାସ୍ତ ହୋଇଥିଲେ। ବାଳିକା ବର୍ଗରେ ରନର୍ସଅପ ହୋଇଛନ୍ତି ଖୋର୍ଦ୍ଧାର ଇଶାନୀ ଦାସ । ଇଶାନୀ ୬ ପଏଣ୍ଟ ପାଇଥିଲେ । ୫ ପଏଣ୍ଟ ପାଇ ରିପିଲ ପଣ୍ଡା ଦ୍ୱିତୀୟ ରନର୍ସଅପ ହୋଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ଅଲ ଓଡ଼ିଶା ଚେସ ଆସୋସିଏଶନ ଉପସଭାପତି ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚେସ ପ୍ରଶିକ୍ଷକ ସତ୍ୟରଞ୍ଜନ ପଟ୍ଟନାୟକ, ମନୋରମା ଜେନା, ନିରୂପମା ତ୍ରିପାଠୀ, ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଫିଡେ ଆର୍ବିଟର ସନ୍ତୋଷ କୁମାର ମହାପାତ୍ର, ଜ୍ୟୋତି ଶଙ୍କର ନନ୍ଦ, ମାଷ୍ଟର ଚେସ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ବିକ୍ରମ କେଶରୀ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କ ଉପରେ ଝୁଲୁଛି ଖଣ୍ଡା: ସବୁ ନିଷ୍ପତି ନେବ BCCI

ମୁମ୍ବାଇ,୩।୯: BCCI ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଆୟରଲାଣ୍ଡ ଏବଂ…

ରୋହିତଙ୍କ ସନ୍ନ୍ୟାସକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର: ଚୟନକର୍ତ୍ତାମାନେ ଦେଇଥିଲେ ଏମିତି ସୂଚନା

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପ୍ରାୟ ଦୁଇ ମାସ ପୂର୍ବରୁ ରୋହିତଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା…

ବିଶ୍ୱକପ ୨୦୨୭ ପାଇଁ BCCIର ମାଷ୍ଟରପ୍ଲାନ୍‌! ବୁଝନ୍ତୁ ବଡ଼ ସମୀକରଣ

ନୂଆଦିଲ୍ଲୀ, ୩।୯: ଟିମ ଇଣ୍ଡିଆର ଆଗାମୀ ବଡ଼ ଲକ୍ଷ୍ୟ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ ଟ୍ରଫି ଜିତିବା। ଏହି ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ସଙ୍କଟରେ ଏହି ୭ ଭାରତୀୟ ଖେଳାଳିଙ୍କ କ୍ୟାରିୟର: ଟିମ ଇଣ୍ଡିଆକୁ ଫେରିବା ରାସ୍ତା କଷ୍ଟକର, ଲିଷ୍ଟରେ ଅଛନ୍ତି…

ନୂଆଦିଲ୍ଲୀ,୩।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚରେ ଟି-୨୦ ସିରିଜକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜୋର ଧରିଛି। ବିସିସିଆଇ ସେପ୍ଟେମ୍ବର ୧ରେ…

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

ଗୁରୁବାର BCCIର ବଡ଼ ବୈଠକ, ରୋହିତ ଶର୍ମାଙ୍କ ଭବିଷ୍ୟତ ଉପରେ ହେବ….

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଗୁରୁବାର ୩ ସେପ୍ଟେମ୍ବରରେ ମୁମ୍ବାଇ ସ୍ଥିତ ଅଫିସ୍‌ରେ ଏକ ହାଇ-ଲେଭଲ୍ ମିଟିଂ କରିବ। ଏହି ବୈଠକରେ ବୋର୍ଡର ସମସ୍ତ…

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri