ସ୍ବର୍ଣ୍ଣ ତ୍ରିଭୁଜକୁ ହତାଦର

ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସ, ମହିମା ଧର୍ମର ପ୍ରମୁଖ ପୀଠ ଯୋରନ୍ଦା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସପ୍ତଶଯ୍ୟା। ଢେଙ୍କାନାଳ ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ବର୍ଣ୍ଣ ତ୍ରିଭୁଜ ଭାବେ ପରିଚିତ ଏହି ଦର୍ଶନୀୟସ୍ଥାନ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର କ୍ଷମତା ରଖେ। ପର୍ଯ୍ୟଟନ ବିଭବରେ ଭରପୂର ଏହି ସ୍ଥାନକୁ ଜାତୀୟସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରାଗଲେ ପର୍ଯ୍ୟାପ୍ତ ରାଜସ୍ବ ଆଦାୟର ସୁଯୋଗ ରହିଛି। ହେଲେ ସରକାରୀ ଉଦାସୀନତା ଏବଂ ହତାଦର ଯୋଗୁ ଦୀର୍ଘଦିନ ପରେ ବି ଅବହେଳିତ ଅବସ୍ଥାରେ ରହିଛି ସ୍ବର୍ଣ୍ଣ ତ୍ରିଭୁଜ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ କପିଳାସ ଶୈବପୀଠର ଗୁରୁତ୍ୱ ଅନେକ। ଦୀର୍ଘଦିନ ହେଲା ଏହାର ଉନ୍ନୟନମୂଳକ କାର୍ଯ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ତତ୍ତ୍ୱାବଧାନରେ ଚାଲିଛି। ତେବେ ଆଇନଗତ କଟକଣା ଯୋଗୁ ଏଠାରେ ଜିଲା ପ୍ରଶାସନ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିପାରୁନାହିଁ। ଜାଗରଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦୃଷ୍ଟିରୁ କାଁ ଭଁା କାମ ହେଉଛି। ତାହା ବି କେବଳ ମୁଖଶାଳା ଆଖପାଖ ଅଞ୍ଚଳରେ ସୀମିତ। ଯଦିଓ ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ପୀଠର ପାରିପାର୍ଶ୍ୱିକ ଉନ୍ନୟନ କାର୍ଯ୍ୟ ନ୍ୟସ୍ତ କରାଯାଇଛି, ହେଲେ ଏହା ବି ଠିକ୍‌ ଭାବେ ହେଉ ନ ଥିବା ଅଭିଯୋଗ ହେଉଛି। ଅନୁରୂପ ସମସ୍ୟାରେ ଛନ୍ଦି ହୋଇଛି ବିଶ୍ୱ ପ୍ରସିଦ୍ଧ ମହିମାଧର୍ମ ପୀଠ ଯୋରନ୍ଦା। ଏଠାରେ ପାନୀୟ ଜଳ ଯୋଗାଣ, ଆଲୋକୀକରଣ, ରାସ୍ତାଘାଟ, ଯାତ୍ରୀ ବିଶ୍ରାମାଗାର ଭଳି ମୌଳିକ ଆବଶ୍ୟକତା ପୂରଣ ହୋଇପାରୁନାହିଁ। କହିବାକୁ ଗଲେ ଯୋରନ୍ଦାର ଉନ୍ନତି କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ସେହିପରି ସବୁଜିମାରେ ଭରପୂର ସପ୍ତଶଯ୍ୟା ମଧ୍ୟ ଅବହେଳାର ଶିକାର ହୋଇ ରହିଛି। ଏଠାରେ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଯାହା କିଛି ଉନ୍ନୟନମୂଳକ କାର୍ଯ୍ୟ ଚାଲିଛି। ଏହାର ବିକାଶ ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ହେଉନାହିଁ। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଅନେକ ସମୟରେ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ନିକଟରେ ଓଡ଼ିଶାର ମନ୍ଦିର ଏବଂ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ସୌନ୍ଦର୍ଯ୍ୟକରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ହେଲେ କପିଳାସ, ସପ୍ତଶଯ୍ୟା ଏବଂ ଯୋରନ୍ଦା ପ୍ରତି ସତେ ଯେମିତି ଆଖି ବୁଜିଦେଇଛନ୍ତି ସରକାର। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଆଗେଇ ଆସିଲେ ସ୍ବର୍ଣ୍ଣ ତ୍ରିଭୁଜ ବିକାଶ ଦେଖିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଭାଜପା କହିଲା…

ନୂଆଦିଲ୍ଲୀ,୧।୧: ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏକ ବୟାନ ଦେଇ ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ...

ଚାଇନାରେ ‘ଗୋଟିଏ ସନ୍ତାନ ନୀତି’କୁ ପୂରଣ ହେଲା ୧୦ ବର୍ଷ, ବଢିଲା ନାହିଁ ଜନ୍ମହାର, ଏବେ ଭୟ…

ବେଜିଂ,୧।୧: ଚାଇନା ବର୍ତ୍ତମାନ ଏହାର ଯୁବପିଢ଼ିଙ୍କୁ ଯଥାସମ୍ଭବ ଅଧିକ ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରୁଛି ଯାହା ଦ୍ୱାରା ଦେଶର ଜନସଂଖ୍ୟା ଉପରେ ବିଶେଷ ପ୍ରଭାବ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କଲା ହାତୀ: ଆଉ ତା’ପରେ…

ଅନୁଗୋଳ,୧/୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବଡ଼କେରା ପଞ୍ଚାୟତ ଗୁରୁଙ୍ଗ ଖଇରା ସାହି ନିକଟ ଆଡଗଣ୍ଡି ନାଳ ପୋଲ ପାଖରେ ଜଣେ ମାନସିକ ବିକାରଗସ୍ତ ବ୍ୟକ୍ତିଙ୍କ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri