ସ୍ବଦେଶ ଫେରିବାକୁ ବ୍ୟାକୁଳ ପ୍ରବାସୀ

ଆବୁଧାବି,୪।୫(ପି.ଟି.): କରୋନା ମହାମାରୀରୁ ବର୍ତ୍ତିବା ପାଇଁ ବିଭିନ୍ନ ଦେଶରେ ରହିଥିବା ପ୍ରବାସୀମାନେ ନିଜ ଦେଶକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ଅନ୍ୟ ଦେଶ ଅପେକ୍ଷା କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଭାରତରେ ଆପାତତଃ କମ୍‌ ରହିଛି। ତେଣୁ ଅନେକ ପ୍ରବାସୀ କାମଧନ୍ଦା ହରାଇଥିବାରୁ ସ୍ବଦେଶ ଫେରିବାକୁ ଚାହୁଁଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ବାହାର ଦେଶରେ ରହୁଥିବା ପ୍ରବାସୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଉଛି। ଏହିକ୍ରମରେ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରୁ ଭାରତକୁ ବିମାନ ଯୋଗେ ଫେରିବାକୁ ଦେଢ଼ ଲକ୍ଷ ପ୍ରବାସୀ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିଥିବା ଦୁବାଇରେ ଅବସ୍ଥାପିତ ଭାରତୀୟ ଦୂତାବାସ ମୁଖ୍ୟ ବିପୁଲ ସୂଚନା ଦେଇଛନ୍ତି। ସ୍ବଦେଶ ଫେରିବାକୁ ପଞ୍ଜୀକରଣ କରିଥିବା ପ୍ରବାସୀଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ କାମଧନ୍ଦା ହରାଇଥିବାରୁ ସ୍ବଦେଶ ଫେରିବାକୁ ଚାହୁଁଛନ୍ତି ବୋଲି ସେମାନେ ଆବେଦନରେ ଦର୍ଶାଇଛନ୍ତି। ପଞ୍ଜୀକୃତଙ୍କ ମଧ୍ୟରୁ ୪୦% ଶ୍ରମିକ ଶ୍ରେଣୀର ହୋଇଥିବାବେଳେ ୨୦% ସେଠାରେ ବିଭିନ୍ନ ପଦବୀରେ ଚାକିରି କରିଛନ୍ତି। ୧୦% ଆବେଦନକାରୀ ଭ୍ରମଣ ଭିଜାରେ ସେଠାକୁ ଯାଇଥିଲେ, ହେଲେ ଭାରତରେ ଲକ୍‌ଡାଉନ ଘୋଷଣା ପରେ ବିମାନ ଚଳାଚଳ ରଦ୍ଦ ହେବାରୁ ସେଠାରେ ଫସି ରହିଛନ୍ତି। ଅନ୍ୟ ଆବେଦନକାରୀମାନେ ବିଭିନ୍ନ ସ୍ବାସ୍ଥ୍ୟଗତ, ଶିକ୍ଷା ସମସ୍ୟା ଦେଖାଇ ସ୍ବଦେଶ ଫେରିବାକୁ ଚାହୁଁଛନ୍ତି ବୋଲି ଆବେଦନରେ ଦର୍ଶାଇଛନ୍ତି।
ଗତ ବୁଧବାର ରାତିରେ ଆବୁଧାବିରେ ଅବସ୍ଥାପିତ ଭାରତୀୟ ଦୂତାବାସ ଏବଂ ଦୁବାଇରେ ଅବସ୍ଥାପିତ ଭାରତୀୟ କନ୍‌ସୁଲେଟ ପକ୍ଷରୁ ବିମାନ ଯୋଗେ ସ୍ବଦେଶ ଫେରିବାକୁ ଚାହୁଁଥିବା ପ୍ରବାସୀମାନଙ୍କ ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ କରାଯାଇଥିଲା। ୟୁଏଇରେ ଅବସ୍ଥାପିତ ଭାରତର ବିଭିନ୍ନ ରାଜ୍ୟର ଲୋକମାନେ ପଞ୍ଜୀକରଣ କରିଛନ୍ତି। ଆବେଦନକାରୀଙ୍କ ମଧ୍ୟରେ ୫୦% କେବଳ କେରଳର ବୋଲି ଜଣାପଡ଼ିଛି। ୟୁଏଇରେ ଭାରତର ପ୍ରାୟ ୩୪ଲକ୍ଷ ଲୋକ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ୧୦ଲକ୍ଷ କେବଳ କେରଳର। ତେବେ ପଞ୍ଜୀକୃତ ହୋଇଥିବା ପ୍ରବାସୀଙ୍କୁ କିପରି ଓ କେବେ ଭାରତ ନିଆଯିବ ଏବଂ ସେମାନଙ୍କ ପାଇଁ ବିମାନ ଟିକେଟ ମୂଲ୍ୟ କେତେ ରହିବ, ସେମାନଙ୍କ କୋଭିଡ୍‌-୧୯ ପରୀକ୍ଷା କିପରି କରାଯିବ, ସେନେଇ ଭାରତ ସରକାରଙ୍କ ପକ୍ଷରୁ ଏଯାବତ୍‌ କାୈଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏନେଇ ଉଚ୍ଚସ୍ତରୀୟ ଆଲୋଚନା ଚାଲିଛି ଏବଂ ପ୍ରବାସୀଙ୍କ ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆଗକୁ ମଧ୍ୟ ଜାରି ରହିବ ବୋଲି ଦୂତାବାସ ମୁଖ୍ୟ ବିପୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri